ରାଜ୍ୟ ସ୍ପେଶାଲ ରିପୋର୍ଟ

ବିପୁଳ ମାଓ ସାମଗ୍ରୀ ଜବତ, ଟାପରାଙ୍ଗ ଶୂନଶାନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଗାଁରେ ମଙ୍ଗଳବାର ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟଣା ପରେ କମ୍ବିଂ ଓ ସର୍ଚ ଅପରେସନକୁ ଜୋର୍‌ଦାର କରାଯାଇଛି। ସର୍ଚ ଅପରେସନ୍‌ ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଗତକାଲିର ଏହି ଘଟଣା ପରେ ଟାପରାଙ୍ଗ ଗାଁ ଶୂନଶାନ୍‌ ହୋଇଯାଇଛି। ଅନ୍ୟପକ୍ଷରେ ଅଧିକ ତଥ୍ୟ ପାଇଁ ପୁଲିସ ଟାପରାଙ୍ଗ ଗାଁର ଆଶାକର୍ମୀଙ୍କ ସମେତ ତାଙ୍କ ସ୍ବାମୀ ଓ ଝିଅକୁ ଉଠାଇଥିବା ଗ୍ରାମବାସୀ କହିଛନ୍ତି।

ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ‌କଡ଼ା ସୁରକ୍ଷା ମଧ୍ୟରେ ମୃତ ୩ ମାଓବାଦୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପରିଚୟ ନ ମିଳିଲେ କିମ୍ବା ପରିବାର ଲୋକେ ନ ଆସିଲେ ପୁଲିସ୍‌ ପକ୍ଷରୁ ସେମାନଙ୍କ ଶବ ଦାହ କରାଯିବ ବୋଲି ସୂଚନା ମଳିଛି। ୩ ମାଓବାଦୀଙ୍କ ମଧ୍ୟରୁ ଜଣକ ନିକଟରୁ ଏକେ-୪୭ ବନ୍ଧୁକ ଥିବା ଯୋଗୁଁ ଏହା ଛତିଶଗଡ଼ ମାଓ କ୍ୟାଡର ଏସିପି ରୢାଙ୍କର ଶୀର୍ଷସ୍ତରର ନେତା ହୋଇଥିବା ସନ୍ଦେହ କରାଯାଉଛି। ମୃତ ମାଓବାଦୀମାନଙ୍କୁ ଚିହ୍ନଟ ପାଇଁ ଫଟୋ ସମସ୍ତ ଜିଲ୍ଲା ଏସ୍‌ପି ଓ ଛତିଶଗଡ଼ ତଥା ପଡ଼ୋଶୀ ରାଜ୍ୟର ପୁଲିସ ବିଭାଗକୁ ପଠାଯାଇଛି।

ଗତକାଲିର ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟଣା ସଂର୍ପକରେ ଆଜି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି. ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି। ପୁଲିସର ଗୁଳିମାଡ଼ରେ ୩ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ଏମାନେ କହିଥିବାବେଳେ ଘଟଣା ପରବର୍ତ୍ତୀ ସର୍ଚ ଅପରେସନ ବେଳେ ଗୋଟିଏ ଏକେ-୪୭ ବନ୍ଧୁକ, ଗୋଟିଏ ବ୍ୟବହୃତ ଓ ୧୩ଟି ଜୀବନ୍ତ ଗୁଳି, ଗୋଟିଏ ଅଟୋମେଟିକ୍‌ ପିସ୍ତଲ ସହ ୨ଟି ଜୀବନ୍ତ ଗୁଳି, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ୱାକିଟକି, ୮ଟି ଇଲେକ୍ଟ୍ରିକ ଡେଟୋନେଟର ଓ ତାର, ମାଓ ପୋଷ୍ଟର ଓ ପୁସ୍ତିକା ଜବତ କରାଯାଇଛି। କମ୍ବିଂ ଅପରେସନ ଏବେ ବି ଜାରି ରହିଛି। ଏ ନେଇ ମ. ରାମପୁର ଥାନାରେ କେସ ନମ୍ବର ୧୦୪/୨୦୨୩ରେ ଏକ ମାମଲା ରୁଜୁ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଆମ ଲାଞ୍ଜିଗଡ଼ ପ୍ରତିନିଧିଙ୍କ ଠାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍‌ କାନକୁଟୁରୁ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଆଜି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଗତକାଲିର ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିବା ବେଳେ ଏହି ମାଓ ପୋଷ୍ଟର ଭୟକୁ ଦ୍ବିଗୁଣିତ କରିଛି। ପୂର୍ବୀ ସବଜୋନାଲ ବ୍ୟୁରୋ ସିପିଆଇ (ମାଓବାଦୀ) ବୋଲି ପୋଷ୍ଟରରେ ଲେଖା ଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ମ. ଟାପରାଙ୍ଗ ଗାଁକୁ ଗତକାଲି ଏସ୍‌ଆଇଡବ୍ଲୁ ଡିଏସ୍‌ପି ଅତୁଲ ଦାସଙ୍କ ନେତୃତ୍ବରେ ଏକ ୪ ଜଣିଆ ଟିମ ତଥ୍ୟ ସଂଗ୍ରହ ପାଇଁ ଯାଇଥିବା ସମୟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।