ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସମଲିଙ୍ଗୀ ବିବାହର ବୈଧୀକରଣ ପ୍ରସ୍ତାବକୁ ଆସାମ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନର ବିରୋଧ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ନେଇ ଆଗତ ପିଟିସନଗୁଡ଼ିକର ଶୁଣାଣି ସୁପ୍ରିମ୍‌କୋର୍ଟରେ ଜାରି ରହିଥିବା ବେଳେ ଗତ ଏପ୍ରିଲ ୧୮ ତାରିଖରେ କେନ୍ଦ୍ର ସରକାର ଏ ବାବଦରେ ସ୍ବକୀୟ ମତାମତ ଦେବା ପାଇଁ ରାଜ୍ୟଗୁଡ଼ିକୁ ଚିଠି ଜାରି କରିଥିଲେ। ମଧ୍ୟପ୍ରଦେଶ ସରକାର ଏହା ପୂର୍ବରୁ ସମଲିଙ୍ଗୀ ବିବାହ ବିରୋଧରେ ନିଜର ମତ ସ୍ପଷ୍ଟ କରିସାରିଥିବା ବେଳେ ସମ୍ପ୍ରତି ଆସାମ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ସରକାର ମଧ୍ୟ ଏହା ବିରୋଧରେ ମତ ପ୍ରକାଶ କରିଛନ୍ତି।

ଆନ୍ଧ୍ରପ୍ରଦେଶ ପକ୍ଷରୁ କୁହାଯାଇଛି ଯେ ସେମାନେ ଏ ବାବଦରେ ବିଭିନ୍ନ ଧର୍ମର ମୁଖ୍ୟମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ସମସ୍ତେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାର ବିରୋଧୀ। ଏଣୁ ସମଲିଙ୍ଗୀ ବା ଏଲ୍‌ଜିବିଟିକ୍ୟୁଆଇଏ+ ସମ୍ପ୍ରଦାୟର ବିବାହକୁ ସେମାନେ ବିରୋଧ କରୁଛନ୍ତି ବୋଲି ଆନ୍ଧ୍ରପ୍ରଦେଶ ସରକାର ସ୍ପଷ୍ଟ କରିଥିଲେ। ଆସାମ ପକ୍ଷରୁ କୁହାଯାଇଥିଲା, ସମଲିଙ୍ଗୀ ବିବାହକୁ ସେମାନେ କୌଣସି ପ୍ରକାର ଗ୍ରହଣ କରିପାରିବେ ନାହିଁ କାରଣ ଏହା ତାଙ୍କ ରାଜ୍ୟରେ ପ୍ରଚଳିତ ବିବାହ ଓ ବ୍ୟକ୍ତିଗତ ଆଇନର ବୈଧତାର ବିରୋଧାଚରଣ କରୁଛି। ରାଜସ୍ଥାନ ପକ୍ଷରୁ କୁହାଯାଇଥିଲା ଯେ ସମଲିଙ୍ଗୀ ବିବାହ ସାମାଜିକ ଅସନ୍ତୁଳନ ସୃଷ୍ଟି କରିବ। ସାମାଜିକ ଓ ପାରିବାରିକ ବ୍ୟବସ୍ଥା ଉପରେ ଏହାର ସୁଦୂରପ୍ରସାରୀ କୁପ୍ରଭାବ ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଥିଲା ଯେ ସେମାନେ ସବୁ ଜିଲ୍ଲାକୁ ମତାମତ ଦେବା ପାଇଁ ଚିଠି ପଠାଇଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଜଣାଇଛନ୍ତି ଯେ ଏପରି ବିବାହକୁ ଅନୁମତି ମିଳିବା ଉଚିତ ନୁହେଁ।  ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଣିପୁର ଓ ସିକିମ କେନ୍ଦ୍ର ଚିଠିର ଉତ୍ତର ଦେବା ପାଇଁ ଅଧିକ ସମୟ ମାଗିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ