ଦେଶ ବିଦେଶ

ଗ୍ରୀଷ୍ମ ଅବକାଶ ପରେ ଚିଟଫଣ୍ଡ ମାମଲାର ଶୁଣାଣି

ନୂଆଦିଲ୍ଲୀ : ମେ’ ୨୨ରୁ ଜୁଲାଇ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମକାଳୀନ ଅବକାଶ ରହିବ। ଏହି ସମୟରେ ସୀମିତ ଭାବେ କିଛି ଖଣ୍ଡପୀଠ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି କରିବେ। ହେଲେ ଅନ୍ୟ ନିୟମିତ ମାମଲାଗୁଡ଼ିକର ଶୁଣାଣି ଗ୍ରୀଷ୍ମକାଳୀନ ଅବକାଶ ପରେ ହେବ। ସୂଚନା ଅନୁସାରେ ଜୁଲାଇ ୩୧ରେ ଓଡ଼ିଶା ଚିଟ୍‌ଫଣ୍ଡ ଦୁନୀତି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପରବର୍ତ୍ତୀ ଶୁଣାଣି ନୂଆ ବେଞ୍ଚରେ ହେବା ସମ୍ଭାବନା ରହିଛି। ଏବେ ଏହି ମାମଲାର ଶୁଣାଣି ବିଚାରପତି ଜଷ୍ଟିସ ଏମ୍‌.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ ସି.ଟି ରବିକୁମାରଙ୍କ ଖଣ୍ଡପୀଠରେ ହେଉଛି। ଜଷ୍ଟିସ ଶାହାଙ୍କ ଚଳିତ ମାସ ୧୫ରେ କାର୍ଯ୍ୟକାଳ ଶେଷ ହେବ। ତେଣୁ ମାମଲାର ପରବର୍ତ୍ତୀ ଶୁଣାଣି ନୂଆ ବେଞ୍ଚରେ ହେବ। ପ୍ରଧାନ ବିଚାରପତି ନୂଆ ବେଞ୍ଚ ଗଠନ କରିବେ।

ସେହିଭଳି ସୁପ୍ରିମକୋର୍ଟରେ ବିଚାରାଧୀନ ଅନ୍ୟ ଏକ ଗୁରତ୍ବପୁର୍ଣ୍ଣ ମାମଲା ‘ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦’ର ଶୁଣାଣି ମଧ୍ୟ ଜୁଲାଇରେ ହେବ। ବିଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ଏହି ଅଧିନିୟମ ଉପରେ ରହିତାଦେଶ ଲଗାଇଥିଲେ। ଯାହାକି ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିଛି। ଏହି ମାମଲାକୁ ବୃହତ୍‌ ବେଞ୍ଚରେ ଶୁଣାଣି ପାଇଁ ରାଜ୍ୟ ସରକାର ଆବେଦନ ଦାଖଲ କରିଛନ୍ତି। ଅନ୍ୟ ପକ୍ଷରେ ବିଶ୍ବବିଦ୍ୟାଳୟ ଆୟୋଗ ପକ୍ଷରୁ ଏହାର ପ୍ରତିଜବାବ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ ଦାଖଲ କରାଯାଇନାହିଁ। ଜୁଲାଇରେ ସୁପ୍ରିମକୋର୍ଟ ଗ୍ୟାଙ୍ଗଷ୍ଟର୍‌ ସୁଶାନ୍ତ କୁମାର ଧଳସାମନ୍ତ ବିରୋଧରେ ଆଇପିସିର ଧାରା ୩୦୨ରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରିବେ। ଗତ ମାସରେ ବଟି ଆଦାୟ ମାମଲାରେ ସୁଶାନ୍ତ ଧଳସାମନ୍ତକୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ଧାରା ୩୦୨ରେ ରୁଜୁ ହୋଇଥିବା ମାମଲାକୁ ବିସ୍ତୃତ ଶୁଣାଣି କରିବେ ବୋଲି କହିଥିଲେ।

ଓଡ଼ିଶା ସ୍ବାର୍ଥ ନିହିତ ବିବାଦୀୟ କୋଟିଆ ଗ୍ରାମପୁଞ୍ଜ, ପୋଲାଭରମ ଓ ବଂଶଧାର ଜଳବିବାଦ ମାମଲାର ଶୁଣାଣି କେ‌ବେ ହେବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ। ଏହି ତିନିଟି ମାମଲାର ତ୍ବରିତ ଶୁଣାଣି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆବେଦନ କରାଯାଇନଥିବାର ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ