ଅପରାଧ ଦେଶ ବିଦେଶ

ଟ୍ରାଫିକ କ୍ୟାମେରା ଫଟୋ ପାଇଁ ଫସିଲେ କେରଳ ଯୁବକ: ଅନ୍ୟ ମହିଳାଙ୍କୁ ଗାଡ଼ି ପଛରେ ବସାଇ ବୁଲାଉଥିବା ଫଟୋ ପତ୍ନୀଙ୍କ ହାତରେ ପଡ଼ିଲା

ତିରୁଅନନ୍ତପୁରମ : କେରଳ ରାସ୍ତାରେ ଲାଗିଥିବା ରୋଡ୍‌ ସେଫ୍ଟି କ୍ୟାମେରା ତଥା ସଡ଼କ ସୁରକ୍ଷା କ୍ୟାମେରା ଏବେ ଜଣେ ଯୁବକଙ୍କୁ ଅଡ଼ୁଆରେ ପକାଇ ଦେଇଛି। ଯୁବକ ଜଣଙ୍କ ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ ସ୍କୁଟର ପଛରେ ବସାଇ ବୁଲାଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ହେଲମେଟ୍‌ ପିନ୍ଧିନଥିଲେ କି ତାଙ୍କ ମହିଳା ବନ୍ଧୁ‌ ବି ହେଲମେଟ୍‌ ପିନ୍ଧିନଥିଲେ। ଯୁବକ ଜଣଙ୍କ ଏଭଳି କରି ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରିଛନ୍ତି। ତେଣୁ ଖସିବେ କେମିତି। ହାଇ ଏଣ୍ଡ୍‌ କ୍ୟାମେରାରେ ଯୁବକ ଏବଂ ତାଙ୍କ ମହିଳା ବନ୍ଧୁଙ୍କ ଫଟୋ ରେକର୍ଡ ହୋଇଥିଲା। ‌ମୋଟର ଯାନ ବିଭାଗ ଦ୍ବାରା ଏହି ଫଟୋ ଯୁବକଙ୍କ ପତ୍ନୀଙ୍କ ନିକଟକୁ ପଠାଯାଇଥିଲା। ଏଥିସହ କେତେ ଟଙ୍କା ଜରିମାନା‌ ଦେବାକୁ ତାହା ମଧ୍ୟ ପଠାଯାଇଥିଲା। କାରଣ ତାଙ୍କ ପତ୍ନୀଙ୍କ ନାମରେ ଗାଡ଼ି ଅଛି।

ଯୁବକଙ୍କ ପତ୍ନୀ ଏହି ଫଟୋ ଦେଖିବାପରେ ତାଙ୍କ ପରିବାରରେ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। ୩୨ ବର୍ଷୀୟ ଯୁବକ ଜଣଙ୍କ ଏକ ଟେକ୍ସଟାଇଲ ସପ୍‌ରେ କାମ କରନ୍ତି। ଯୁବକ ଜଣଙ୍କ କହିଛନ୍ତି, ଉକ୍ତ ମହିଳାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ କେବଳ ତାଙ୍କୁ ଲିଫ୍ଟ ଦେଇଥି‌ଲେ। ମହିଳା ଜଣଙ୍କ ମେ’ ୫ ତାରିଖରେ କର୍ଣ୍ଣାଟକ ପୁଲିସରେ ଏକ ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀ ତାଙ୍କୁ ଏବଂ ତାଙ୍କ ୩ ବର୍ଷର ପିଲାକୁ ମାରଧର କରିଥିବା ସେ ଅଭିଯୋଗ କରିଛନ୍ତି। ମହିଳାଙ୍କ ବୟାନ ଆଧାରରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ