ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ସିବି ଛାତି ଓ ଯକ୍ଷ୍ମାରୋଗ ବିଭାଗ ଆଇସିୟୁରେ ଅଗ୍ନିକାଣ୍ଡ

କଟକ :ଏସ୍‌ସିବି ଛାତି ଓ ଯକ୍ଷ୍ମାରୋଗ ବିଭାଗ ଆଇସିୟୁରେ ବୁଧବାର ଦିନ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ହଠାତ୍‌ ନିଆଁ ଲାଗି ଯାଇଥିଲା। କିନ୍ତୁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥ‌ଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଭେଣ୍ଟିଲେଟର ମେସିନ୍‌ରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ କହିଥିବାବେଳେ ସେଭଳି କିଛି ଗୁରୁତର ଘଟଣା ନଥିବା କହିଛନ୍ତି ଏସ୍‌ସିବି ଅଗ୍ନିଶମ ଷ୍ଟେସନ୍‌ ଅଧିକାରୀ ମନୋଜ କୁମାର ମହାପାତ୍ର।

ତେବେ ଏଭଳି ସଟ୍‌ସର୍କିଟ୍‌ ଯୋଗୁଁ ରୋଗୀଙ୍କର କୌଣସି ଅସୁବିଧା ହୋଇନଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଇସିୟୁରେ ୪ଜଣ ରୋଗୀ ଥିବାବେଳେ ସେଭଳି ବଡଧରଣର ଘଟଣା ନଥିବାରୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ। ଆଗ୍ନିକ ଶରତ କୁମାର ବେହେରା, ଦୀପକ କୁମାର ଜେନା, ବିଜୟ କୁମାର ଦାସ, ଅଞ୍ଜନ ଓରାମ ପ୍ରମୁଖ ଆଇସିୟୁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।