ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀଘ୍ର ସରିବ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି

ପୁରୀ : ଚଳିତ ବର୍ଷ ରଥଯାତ୍ରାକୁ ଆଉ ୪୦ ଦିନ ବାକି ଥିବାବେଳେ ପ୍ରଶାସନିକ ସ୍ତରରେ ଏ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ବିଶେଷକରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି କାମ ‌ଯଥାଶୀଘ୍ର ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଣ୍ଡି ବେଳେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ଯେଭଳି ଆଘାତ ନ ଲାଗେ, ସେଥିପ୍ରତି ଗୁରୁତ୍ବ ଦେବାକୁ ଦଇତାପତି ସେବାୟତମାନଙ୍କ ଦାବି ପରେ ବ୍ୟାପକ ମରାମତି କାମ ହାତକୁ ନିଆଯାଇଛି। ସିଂହଦ୍ବାର ପିଚୁକୁ ସମତୁଲ କରାଯାଉଛି। ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଓ ନାକଚଣା ଦ୍ବାରରେ ପଥର ବଦଳାଇବାକୁ ନିଷ୍ପତ୍ତି ହୋଇଛି। ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରର ଅନ୍ୟାନ୍ୟ ମରାମତି କାମ ବି ଜୁନ୍‌ ୧୦ ତାରିଖ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି।

ନିକଟରେ ପହଣ୍ଡି ବାଟ ପ୍ରସ୍ତୁତିକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଶ୍ରୀମନ୍ଦିର ସିଂହଦ୍ବାରରେ ପିଚୁ ଉପରେ ଗୋଡି ବାହାର କରିବା ଡିଜାଇନ୍‌କୁ ଦଇତାପତି ସେବକମାନେ ବିରୋଧ କରିଥିଲେ। ଏହାଦ୍ବାରା ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଓ ସେବାୟତ ଆଘାତ ପାଇବାର ଆଶଙ୍କା ରହିଛି ବୋଲି ଅଭିଯୋଗ କରିଥିଲେ। ଏହା ପରେ ସିଂହଦ୍ବାର ସମ୍ମୁଖ ପିଚୁ କାମକୁ ସଂପୂର୍ଣ୍ଣ ସମତୁଲ କରାଯାଉଛି। ସେପଟେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ ବେଳେ ଦଇତାପତି ସେବକମାନେ ସିଂହଦ୍ବାର ଓ ନାକଚଣା ଦ୍ବାରରେ ପଡ଼ିଥିବା ପଥର ସବୁ ନଷ୍ଟ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ପୁରୁଣା ପଥରକୁ ବଦଳାଇ ନୂଆ ପଥର ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରସ୍ତାବ ପରେ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀଗୁଣ୍ଡିଚା ମନ୍ଦିର ପହଣ୍ଡି ବାଟ ସମସ୍ତ ପଥର ବଦଳାଇବାକୁ ନିଷ୍ପତ୍ତି ‌ନେଇଛି।

ନିଷ୍ପତ୍ତି ଅନୁଯାୟୀ, ଶ୍ରୀଗୁଣ୍ଡିଚା ମନ୍ଦିରର ଉଭୟ ସିଂହଦ୍ବାର ଓ ନାକଚଣା ଦ୍ବାରର ପ୍ରବେଶ ପଥରେ ପଡ଼ିଥିବା ସମସ୍ତ ଖାଣ୍ଡେଲାଇଟ୍‌ ପଥର ପରିବର୍ତ୍ତନ କରାଯିବ। ଏହା ବଦଳରେ ନୂଆ ଖାଣ୍ଡେଲାଇଟ୍‌ ପଥର ବସିବ। ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରୁ ଆରମ୍ଭ ହୋଇଛି ଗୁଣ୍ଡିଚା ମନ୍ଦିର ମରାମତି କାର୍ଯ୍ୟ। ଜଗମୋହନର କ୍ୟାପିଟାଲ ବିମ୍‌ ସହ ନାଟ ମଣ୍ଡପର ବ୍ୟାପକ ମରାମତି କାମ ଜାରି ରହିଛି। ବିମ୍‌ରେ ଫାଟ ପରେ ଏହାକୁ ବଦଳାଇ ନୂଆ ଷ୍ଟେନ୍‌ଲେନ୍‌ ଷ୍ଟିଲ୍‌ର ବିମ୍‌ ଲଗାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।