ରାଜ୍ୟ

୧୫ରେ ଗଡ଼ିବ ପୁରୀ-ହାଓଡ଼ା ବନ୍ଦେ ଭାରତ

ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତା ୧୫ ତାରିଖରେ ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଦୁଇଟି ପରୀକ୍ଷାମୂଳକ ଚଳାଚଳ (ଟ୍ରାଏଲ୍‌-ରନ୍‌) ସଫଳତାର ଶେଷ ହେବା ପରେ ଏବେ ନିୟମିତ ଭାବେ ଏକ୍ସପ୍ରେସ୍‌ ଚଳାଇବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ଉପସ୍ଥିତ ରହି ପୁରୀରୁ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ। ପୁରୀଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଏ ପର୍ଯ୍ୟନ୍ତ ରେଳ ମନ୍ତ୍ରଣାଳୟ କିମ୍ବା ପୂର୍ବତଟ ରେଳପଥ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ସୂଚନାନୁଯାୟୀ, ଘଣ୍ଟା ପ୍ରତି ୧୩୦କିମି ବେଗରେ ଦୌଡ଼ୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ପରୀକ୍ଷାମୂଳକ ଚଳାଚଳ ଏପ୍ରିଲ ୨୮ ଓ ୩୦ ତାରିଖରେ ସଫଳତାର ସହ ଶେଷ ହୋଇଛି। ପ୍ରତିଦିନ ସକାଳ ୬ଟା ୧୦ରେ ଏହି ଏକ୍ସପ୍ରେସ୍‌ ହାୱଡ଼ାରୁ ପୁରୀ ଅଭିମୁଖେ ବାହାରିବ। ସକାଳ ୭ଟା ୩୮ରେ ଖଡ଼ଗପୁରରେ, ୯ଟା ୪୫ରେ ଭଦ୍ରକ, ୧୦ଟା ୨୫ରେ ଯାଜପୁର କେନ୍ଦୁଝର ରୋଡ୍‌, ୧୧ଟାରେ କଟକ, ୧୧ଟା ୨୫ରେ ଭୁବନେଶ୍ବର, ୧୧ଟା ୪୫ରେ ଖୋର୍ଦ୍ଧାରୋଡ୍‌ ଅତିକ୍ରମ କରି ଧାର୍ଯ୍ୟ ସମୟ ୧୨ଟା ୩୫ ସୁଦ୍ଧା ପୁରୀରେ ପହଞ୍ଚିବ। ଅପରାହ୍‌ଣ ୧ଟା ୫୦ରେ ‌ପୁରୀରୁ ହାଓଡ଼ା ଅଭିମୁଖେ ବାହାରି ରାତି ୮ଟା ୩୦ ସୁଦ୍ଧା ହାଓଡାରେ ପହଞ୍ଚିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।