ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉଡ଼ନ୍ତା କଫିନ୍‌ ‘ମିଗ୍‌-୨୧’: ୧୭୦ ପାଇଲଟଙ୍କ ଜୀବନ ଗଲାଣି

ନୂଆଦିଲ୍ଲୀ : ୬୦ ବର୍ଷର ପୁରୁଣା ଯୁଦ୍ଧ ବିମାନ ମିଗ୍‌-୨୧। ବିମାନ ଚଳାଚଳ ଇତିହାସରେ ଏହା ପ୍ରଥମ ସୁପରସୋନିକ ଯୁଦ୍ଧ ବିମାନ ଏବଂ ବିଶ୍ବରେ ଏହା ସବୁଠାରୁ ଅଧିକ ବିକ୍ରି ହୋଇଥିବା ଯୁଦ୍ଧ ବିମାନ। ଆମେରିକାଠାରୁ ଭିଏତନାମ ପର୍ଯ୍ୟନ୍ତ ସମସ୍ତଙ୍କ ବାୟୁସେନାରେ ମିଗ୍‌-୨୧ ସାମିଲ ଥିଲା। ୧୯୮୫ ମସିହା ବେଳକୁ ଆମେରିକା ଏବଂ ଭିଏତନାମ ମିଗ୍‌କୁ ସେବାରୁ ହଟାଇ ଦେଇଥିଲେ। ୧୯୮୫ ପରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ଏହାକୁ ସେବାରୁ ହଟାଇଥି‌ଲେ। କିନ୍ତୁ ଭାରତୀୟ ‌ବାୟୁସେନାରେ ଏବେ ବି ମିଗ୍‌-୨୧ ଯୁଦ୍ଧ ବିମାନ ସାମିଲ ଅଛି। ମିଗ୍‌-୨୧ ଯୁଦ୍ଧ ବିମାନ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବା ସତ୍ତ୍ବେ ଏହା ଏବେ ସେବାରେ ନିୟୋଜିତ ହେବା ବିଷୟକୁ ନେଇ ଚର୍ଚ୍ଚା ହେଉଛି ଏବଂ ଏନେଇ ପ୍ରଶ୍ନ ମଧ୍ୟ ଉଠିଛି।

ପ୍ରତିରକ୍ଷା ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ମିଗ୍‌-୨୧ ବିମାନ ଦୁର୍ଘଟଣା ଯୋଗୁଁ ଏଯାବତ ୧୭୦ ପାଇଲଟଙ୍କ ମୃତ୍ୟୁ ହୋଇଛି। ୨୦୧୦ ମସିହାରୁ ୨୦ରୁ ଅଧିକ ବିମାନ ଦୁର୍ଘଟଣା ହୋଇଛି। ୨୦୦୩ରୁ ୨୦୨୩ ମଧ୍ୟରେ ୩୮ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଗ୍‌-୨୧ ବିମାନ ଅଧିକ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଏହି ବିମାନକୁ ‘ ଉଡ଼ନ୍ତା କଫିନ୍‌’ କୁହାଯାଉଛି। ତେବେ ପ୍ରଶ୍ନ ଉଠୁଛି ମିଗ୍‌-୨୧ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବା ସତ୍ତ୍ବେ ଏହା ଏବେ ବି କାହିଁକି ସେବାରେ ନିୟୋଜିତ ହୋଇଛି। ‌ ଭାରତୀୟ ବାୟୁସେନାରେ ନୂଆ ଯୁଦ୍ଧ ବିମାନ ସାମିଲ ହେବାରେ ବିଳମ୍ବ ହେଉଥିବାରୁ ଏବେ ବି ମିଗ୍‌ ଯୁଦ୍ଧ ବିମାନ ସେବାରେ ନିୟୋଜିତ ହୋଇଛି ବୋଲି କୁହାଯାଉଛି। ମିଗ୍‌ -୨୧କୁ ଏବେ କେବଳ ଇଣ୍ଟରସେପ୍ଟର ଭାବେ ବ୍ୟବହାର କରାଯାଉଛି। ୧୯୬୦ ଦଶକରେ ଭାରତୀୟ ବାୟୁସେନାରେ ମିଗ୍‌-୨୧ ବିମାନ ସାମିଲ ହୋଇଥିଲା। ୧୯୯୦ ଦଶକର ମଧ୍ୟଭାଗରେ ଏହାକୁ ସେବାରୁ କାଢ଼ିବାର ଥିଲା। କିନ୍ତୁ ବିଭିନ୍ନ କାରଣ ପାଇଁ ତେଜସ ଏବଂ ରାଫେଲ ଭଳି ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବାରେ ବିଳମ୍ବ ହେବାରୁ ମିଗ୍‌-୨୧ ଯୁଦ୍ଧ ବିମାନ ଏବେ ବି ବାୟୁସେନାରେ ସାମିଲ ଅଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ