ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କର୍ଣ୍ଣାଟକ ମୁସଲିମ କୋଟା: ରାଜନୈତିକ ମନ୍ତବ୍ୟକୁ ସୁପ୍ରିମ୍‌କୋର୍ଟଙ୍କ ନାପସନ୍ଦ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୁସଲମାନଙ୍କ ପାଇଁ ଉଦ୍ଦିଷ୍ଟ ୪ ପ୍ରତିଶତ ସଂରକ୍ଷଣକୁ ପ୍ରତ୍ୟାହାର କରିନେବା ସହ ଜଡିତ ଏକ ମାମଲା ଉପରେ ରାଜନୈତିକ ବିବୃତିକୁ ଆଜି ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି। କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଅଧିକ ସଂଯମ ବଜାୟ ରଖିବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗର ମୁସଲମାନମାନଙ୍କ ପାଇଁ ରହିଥିବା ଅନେକ ଦଶନ୍ଧି ପୁରୁଣା ସଂରକ୍ଷଣ ବ୍ୟବସ୍ଥାର ଉଚ୍ଛେଦ ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଗତ ମାମଲାର ଶୁଣାଣିକୁ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି।

କୋର୍ଟରେ ଏକ ମାମଲା ବିଚାରାଧୀନ ରହିଥିବା ବେଳେ ଏହା ଉପରେ କେହି ବିବୃତି ଦେବା ଉଚିତ ନୁହେଁ ଏବଂ ରାଜନୀତି ସହ ସେମାନଙ୍କର କୌଣସି ସମ୍ବନ୍ଧ ନାହିଁ ବୋଲି କୋର୍ଟ କହିଛନ୍ତି। ମେ ୧୦ ତାରିଖରେ କର୍ଣ୍ଣାଟକରେ ନିର୍ବାଚନ ହେବାକୁ ଥିବା ବେଳେ ତା’ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ତାଙ୍କ ଦଳ ରାଜ୍ୟରୁ ମୁସଲିମ କୋଟା ଉଚ୍ଛେଦ କରିଛି। ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ଦୁଷ୍ୟନ୍ତ ଡାଭେ କୋର୍ଟରେ ଏହା କହିଥିଲେ। ମାମଲା ବିଚାରାଧୀନ ଥିବା ବେଳେ କେହି ଏପରି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ଜଷ୍ଟିସ୍ ବିଭି ନାଗରତ୍ନା କହିଥିଲେ। ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଶାହ କେଉଁ ପରିପ୍ରେକ୍ଷୀରେ ଏଭଳି ମନ୍ତବ୍ୟ ଦେଇଥିଲେ ତାହା କୋର୍ଟକୁ ଅବଗତ କରାଯାଇ ନାହିଁ।

ମେହେଟ୍ଟା ଯୁକ୍ତି କରିଥିଲେ ଯେ, ଯଦି ଜଣେ କୁହେ ସେମାନେ ନୀତିଗତ ଭାବେ ଧର୍ମଭିତ୍ତିକ ସଂରକ୍ଷଣକୁ ବିରୋଧ କରନ୍ତି, ତେବେ ଏହା କହିବା ଯୁକ୍ତିଯୁକ୍ତ। ଏହାପରେ କୋର୍ଟ କହିଥିଲେ ଯେ ସେମାନେ କେବଳ ଚାହାନ୍ତି ଶାନ୍ତିଶୃଙ୍ଖଳା ବଜାୟ ରହୁ। ଜଷ୍ଟିସ୍ ନାଗରତ୍ନା ମେହେଟ୍ଟାଙ୍କୁ କହିଥିଲେ, ସେ ଏଠାରେ ସଲିସିଟର ଜେନେରାଲ ଭାବେ ଯଦି କହନ୍ତି ଯେ ୪ ପ୍ରତିଶତ ସଂରକ୍ଷଣ ଅସାମ୍ବିଧାନିକ, ତେବେ ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ସର୍ବସାଧାରଣରେ ଜଣେ ଏହା ଉପରେ ବିବୃତି ଦେବା ସମ୍ପୂର୍ଣ୍ଣ ଅଲଗା। ଏଠାରେ ସମଲିଙ୍ଗୀ ବିବାହ ସମ୍ପର୍କିତ ମାମଲାର ଶୁଣାଣି ଚାଲିଥିବାରୁ ତୁଷାର ମେହେଟ୍ଟା ଉକ୍ତ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେବାକୁ ଦାବି କରିଥିଲେ। ଏହାପରେ ଖଣ୍ଡପୀଠ କହିଥିଲେ ଯେ, ଏହି ମାମଲାର ଶୁଣାଣି ଆସନ୍ତା ଜୁଲାଇରେ କରାଯିବ ଏବଂ ପୂର୍ବର ଅନ୍ତରୀଣ ରାୟ ବଳବତ୍ତର ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ