ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୁତ୍ରହତ୍ୟାର ପ୍ରତିଶୋଧ: ଜାମିନରେ ଆଣି ହତ୍ୟା କଲା ବାପା

ବରେଲୀ : ଉତ୍ତର ପ୍ରଦେଶର ଖେରୀ ଜିଲ୍ଲାରେ କାଶୀ କାଶ୍ୟପ ନାମକ ଜଣେ ଚାଷୀ ନିଜ ପୁଅର ହତ୍ୟାକାରୀକୁ ଜାମିନରେ ଆଣି ହତ୍ୟା କରିଛି। ନିହତ ଯୁବକର ନାମ ହେଉଛି ଶତ୍ରୁଧନ ଲାଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ କାଶ୍ୟପର ପୁଅ ଜିତେନ୍ଦ୍ରକୁ ହତ୍ୟା କରିଥିବା ଅଭିଯୋଗରେ ଲାଲା ଜେଲ ଯାଇଥିଲା। ଲାଲାକୁ ଜାମିନରେ ଆଣିବା ଲାଗି କାଶ୍ୟପ ଜଣେ ଆଡଭୋକେଟଙ୍କୁ ନିୟୋଜିତ କରିଥିଲା। ଗତମାସ ଲାଲା ଜାମିନରେ ଜେଲରୁ ବାହାରିବା ପରେ ତାକୁ ହତ୍ୟା କରିବା ଲାଗି କାଶ୍ୟପ ସୁଯୋଗରେ ଥିଲା। ଗତ ସପ୍ତାହ ଲାଲାକୁ କାଶ୍ୟପ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଛି।

ସୂଚନାଯୋଗ୍ୟ ଯେ କାଶ୍ୟପର ପତ୍ନୀ ସହିତ ଲାଲାର ଅନୈତିକ ସଂପର୍କ ଦେଖିଥିବାରୁ ୧୪ ବର୍ଷୀୟ ଜିତେନ୍ଦ୍ରକୁ ତାର ମାଆ ଓ ଲାଲା ମିଶି ହତ୍ୟା କରିଥିଲା। ଏହି ମାମଲାରେ ଜିତେନ୍ଦ୍ରର ମାଆ (କାଶ୍ୟପର ପତ୍ନୀ) ଓ ଲାଲା ଜେଲ ଯାଇଥିଲେ। ପୁଅ ହତ୍ୟାକାରୀ କାଶ୍ୟପର ପତ୍ନୀ ଏବେ ବି ଜେଲରେ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ