ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦାବିଦାର ନଥିବା ଜମାରାଶି ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ

ନୂଆଦିଲ୍ଲୀ : ବ୍ୟାଙ୍କରେ ଯେଉଁ ଦାବିଦାର ନଥିବା ଜମାରାଶି ପଡ଼ିରହିଛି ସେଥିପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବା ନିମନ୍ତେ ଉଚ୍ଚ କ୍ଷମତା ସମ୍ପନ୍ନ ଆର୍ଥିକ ସ୍ଥିରତା ଓ ବିକାଶ ପରିଷଦ (ଏଫ୍ଏସ୍‌ଡିସି) ବୈଠକରେ ଆଲୋଚନା ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏ ବିଷୟରେ ଆଲୋଚନା ହୋଇଥିଲା। ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ଅନୁଷ୍ଠାନଗୁଡ଼ିକରେ ଦାବିଦାର ନଥିବା ଯେଉଁ ରାଶି ପଡ଼ିରହିଛି ତାହାର ଫଇସଲା ଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଅର୍ଥମନ୍ତ୍ରୀ କହିଛନ୍ତି।

ବ୍ୟାଙ୍କ ଜମା, ସେୟାର ଓ ଲାଭାଂଶ, ମ୍ୟୁଚୁଆଲ୍ ଫଣ୍ଡ୍ ଓ ବୀମା ଆଦିରେ ଦାବିଦାର ନଥିବା ଯେଉଁ ପାଣ୍ଠି ରହିଛି ତାହାର ଫଇସଲା କରିବାକୁ ବିଭିନ୍ନ ନିୟାମକ ସଂସ୍ଥାକୁ ଅର୍ଥମନ୍ତ୍ରୀ କହିଥିବା ନେଇ ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ ସୂଚନା ଦେଇଛନ୍ତି।
୨୦୨୩ ଫେବ୍ରୁଆରିରେ ସରକାରୀ ବ୍ୟାଙ୍କଗୁଡ଼ିକ ଭାରତୀୟ ରିଜର୍ଭ ବ୍ୟାଙ୍କରେ ୩୫ ହଜାର କୋଟି ଟଙ୍କାର ଦାବିଦାର ନଥିବା ରାଶି ଜମା କରିଥିଲେ। ଏହି ରାଶିଗୁଡ଼ିକ ବିଭିନ୍ନ ଖାତାରେ ୧୦ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଥିଲା ଓ ତାହା ଉପରେ କେହି ଦାବି ଉପସ୍ଥାପନ କରିନାହାନ୍ତି। ପ୍ରାୟ ୧୦.୨୪ କୋଟି ଖାତାର ଜମା ରାଶିକୁ ରିଜର୍ଭ ବ୍ୟାଙ୍କକୁ ଦିଆଯାଇଥିଲା। ଦାବିଦାର ନଥିବା ଜମାରାଶି ପାଇବାରେ ‌ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ତିନିରୁ ଚାରି ମାସ ଭିତରେ ଏକ ପୋର୍ଟାଲ ବିକାଶ କରାଯିବ ବୋଲି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ମାସରେ କହିଥିଲେ।

ଏହି ବୈଠକରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଦାସ, ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ମୁଖ୍ୟ ମାଧବୀ ପୁରୀ ବୁଚ୍, ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ)ର ଅଧ୍ୟକ୍ଷ ଦେବାଶିଷ ପଣ୍ଡା, ଭାରତୀୟ ଇନସଲ୍‌ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍‌ସି ବୋର୍ଡର ଅଧ୍ୟକ୍ଷ ରବି ମିତ୍ତଲ, ‌ପେନ୍‌ସନ୍ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ଦୀପକ ମହାନ୍ତି ଓ ଅର୍ଥ ମନ୍ତ୍ରଣାଳୟର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ