ଧର୍ମ

ନବରାତ୍ରିର ସପ୍ତମ ଦିନ : ମା କାଳରାତ୍ରିଙ୍କ ଉପାସନା ଦ୍ବାରା ହେବ କାଳ ଏବଂ ଦୁଃଖର ଅନ୍ତ

ଅକ୍ଟୋବର ୨୩ତାରିଖରେ ଶାରଦୀୟ ନବରାତ୍ରିର ସପ୍ତମ ଦିନ। ନବରାତ୍ରିର ସପ୍ତମ ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ସ୍ବରୂପ ମା କାଳରାତ୍ରିଙ୍କ ପୂଜା ଆରାଧନା କରାଯାଇଥାଏ। ମାତାଙ୍କ ଏହି ସ୍ବରୂପଙ୍କ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ବ୍ୟକ୍ତିଙ୍କ ଶତ୍ରୃର ନାଶ ମଧ୍ୟ ହୋଇଥାଏ। ନବରାତ୍ରିର ସପ୍ତମ ଦିନ ମାଙ୍କ ସ୍ମରଣ କରିବା ମାତ୍ରେ ହିଁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ। ନବରାତ୍ରିର ସପ୍ତମୀ ତିଥି ଅବସରରେ ଆସନ୍ତୁ ଜାଣିବା ମାତାଙ୍କ ସ୍ବରୂପର କିପରି ପୂଜା କରିବା ଦ୍ବାରା କେଉଁ ପ୍ରକାର ଫଳ ପ୍ରାପ୍ତି ହୋଇଥାଏ। ମାତାଙ୍କ ଏହି ସ୍ବରୂପରେ ଝନ ଅନ୍ଧକାର ସମାନ କଳା ରଙ୍ଗ ହେବା କାରଣରୁ ତାଙ୍କୁ କାଳରାତ୍ରି କୁହାଯାଇଛି। ମା କାଳରାତ୍ରି କାଳ ଏବଂ ଦୁଃଖର ଅନ୍ତ କରିଥାଏ। ମା କାଳରାତ୍ରିଙ୍କ ୩ଟି ନେତ୍ର ଏବଂ ୩ଟି ଗୋଲ୍। ତାଙ୍କ ରୂପ ଅତ୍ୟନ୍ତ ଭୟାନକ ଏବଂ କେଶ ଖୋଲା ଥାଏ।

ନବରାତ୍ରିର ସପ୍ତମ ଦିନ ସାଧକଙ୍କ ମନ ‘ସହସ୍ତ୍ରାର’ ଚକ୍ରରେ ସ୍ଥିତ ହୋଇଥାଏ। ଏହି ଦିନଠୁ ବ୍ରହ୍ମାଣ୍ଡର ସମସ୍ତ ଶକ୍ତି,ସିଦ୍ଧିର ଦ୍ବାର ଖୋଲା ଥାଏ। ଯେଉଁ ସାଧକ ବିଧିପୂର୍ବକ ମାତାଙ୍କ ଉପାସନା କରିଥାଏ ସେମାନଙ୍କୁ ଏହି ସିଦ୍ଧି ପ୍ରାପ୍ତ ହୋଇଥାଏ।

ପୌରାଣିକ ବିଶ୍ବାସ ଅନୁସାରେ ଥରେ ଚଣ୍ଡ-ମୁଣ୍ଡ ଏବଂ ରକ୍ତବୀଜ ନାମକ ରାକ୍ଷସ ଭୂଲୋକରେ ହାହାକାର ମଚାଇଥିଲେ। ସେତିକିବେଳେ ଦେବୀ ଦୁର୍ଗା ଚଣ୍ଡ-ମୁଣ୍ଡଙ୍କ ସଂହାର କରିଥିଲେ କିନ୍ତୁ ଯେତେବେଳେ ସେ ରକ୍ତବୀଜଙ୍କ ସଂହାର କରିଥିଲେ ସେତେବେଳେ ତା ରକ୍ତ ମାଟିରେ ପଡ଼ିବା ମାତ୍ରେ ହଜାର ହଜାର ରକ୍ତବୀଜ ଉତ୍ପନ୍ନ ହୋଇଥିଲେ। ସେତେବେଳେ ରକ୍ତବୀଜଙ୍କ ଆତଙ୍କ ସମାପ୍ତ କରିବା ପାଇଁ ମା ଦୁର୍ଗା ମା କାଳରାତ୍ରିଙ୍କ ସ୍ବରୂପ ନେଇଥିଲେ। ମା କାଳରାତ୍ରି କାଳର ଦେବୀ। ମା ଦୁର୍ଗାଙ୍କ ଏହି ସ୍ବରୂପ ଅତ୍ୟନ୍ତ ଭୟଙ୍କର।

ନବରାତ୍ରିର ସପ୍ତମ ଦିନ ମା କାଳରାତ୍ରିଙ୍କ ପୂଜା କରିବା ଦ୍ବାରା ସାଧକଙ୍କ ସମସ୍ତ ଶତ୍ରୃଙ୍କ ନାଶ ହୋଇଥାଏ। ଆମକୁ ମାତାଙ୍କ ପୂଜା ପୂର୍ଣ୍ଣତୟାଃ ନିୟମାନୁସାରେ ଶୁଦ୍ଧ ହୋଇ ଏକାଗ୍ର ମନରେ କରାଯିବା ଉଚିତ୍। ମା କାଳୀଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ୍। କଳସ ପୂଜା କରିବା ପରେ ମାଆଙ୍କ ସମକ୍ଷରେ ଦୀପ ଜଳାଇ ରୋଲି,ତିଳକ କରି ପୂଜା କରିବା ଉଚିତ୍ ଏବଂ ମା କାଳୀଙ୍କ ଧ୍ୟାନ କରି ବନ୍ଦନା ଶ୍ଳୋକର ଉଚ୍ଚାରଣ କରିବା ଉଚିତ୍। ତାପରେ ମାଙ୍କ ସ୍ତୋତ୍ର ପାଠ କରିବା ଉଚିତ୍। ଏହା ପରେ ମାଆଙ୍କୁ ଗୁଡ଼ ଭୋଗ କରିବା ଉଚିତ୍ ତଥା ବ୍ରାହ୍ମଣଙ୍କୁ ଗୁଡ଼ ଦାନ କରିବା ଉଚିତ୍।

ମାଆ କାଳୀ ଏବଂ କାଳରାତ୍ରିଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପସନ୍ଦ। ଏମାନଙ୍କୁ ୧୦୮ଲାଲ ମନ୍ଦାର ଫୁଲ ଅର୍ପିତ କରିବା ଦ୍ବାରା ମନୋବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ। ମାଆ କାଳରାତ୍ରିଙ୍କୁ ଏହି ବିଶେଷ ପୂଜା ଦ୍ବାରା ଜୀବନ ସହ ଜଡ଼ିତ ସମସ୍ତ ଭୟ ଦୂର ହୋଇଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ