ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୈନିକ ଆହାର ଖାଉଛନ୍ତି ୧ ଲକ୍ଷ, ତାହା ବି ନିଅଣ୍ଟ

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ଲୋକ ୫ ଟଙ୍କାର ‘ଆହାର’ ଖାଦ୍ୟ ଖାଉଛନ୍ତି। କିନ୍ତୁ ତାହା ବି ନିଅଣ୍ଟ ପଡ଼ୁଛି। ବଢୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ଏମ୍‌ସରେ ଆଉ ଏକ କେନ୍ଦ୍ର ଖୋଲାଯିବାର ନିଷ୍ପତ୍ତି ହୋଇଛି। ବିଭିନ୍ନ ଜିଲ୍ଲାଗୁଡ଼ିକ ଆହାର କେନ୍ଦ୍ର ସଂଖ୍ୟା ବଢ଼ାଇବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନଗର ଉନ୍ନୟନ କର୍ତ୍ତୃପକ୍ଷ(ସୁଡ଼ା)ର ନିର୍ଦ୍ଦେଶକ ଶାରଦା ପଣ୍ଡା।

ରାଜଧାନୀରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ତ୍ରିଲୋଚନ ଗର୍ଡିଆ ଝାଳନାଳ ହୋଇ ମଧ୍ୟାହ୍ନ ୧ଟା ବେଳକୁ ନୂଆପଲ୍ଲୀସ୍ଥିତ ଆହାର କେନ୍ଦ୍ରକୁ ଆସିବା ବେଳକୁ ଖାଦ୍ୟ ସରି ଯାଇଥିଲା ଏବଂ କେନ୍ଦ୍ର ମଧ୍ୟ ବନ୍ଦ ହେବାକୁ ବସିଥିଲା। ଏଠାରେ ପ୍ରତିଦିନ ୪୫୦ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥାଏ। ତାହା ୧୧ଟାରୁ ଆରମ୍ଭ ହୋଇ ୧୨ଟା ବେଳକୁ ସରିଯାଉଥିବା କହିଛନ୍ତି ଏଠାରେ କାର୍ଯ୍ୟରତ କର୍ମଚାରୀ। ଅପରପକ୍ଷରେ ଏମ୍‌ସକୁ ପ୍ରତିଦିନ ୧୦ ହଜାର ରୋଗୀ ରାଜ୍ୟ ତଥା ରାଜ୍ୟ ବାହାରୁ ଆସନ୍ତି। ଏଥିସହିତ ଆହୁରି ଅନେକ ରୋଗୀ ଏଠାରେ ବିଭିନ୍ନ ସ୍ଥାନରେ ରହି ଚିକିତ୍ସିତ ହୁଅନ୍ତି। ସମସ୍ତଙ୍କ ପାଇଁ ରାନ୍ଧି ଖାଇବା କିମ୍ବା ହୋଟେଲରେ ଖାଇବା ସମ୍ଭବ ହୁଏ ନାହିଁ। ଏଠାରେ ଆହାର କେନ୍ଦ୍ର ଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ।

Telegraph India

କ୍ୟାପିଟାଲ ହସ୍ପିଟାଲସ୍ଥିତ ଆହାର କେନ୍ଦ୍ରରେ ପ୍ରତିଦିନ ଲମ୍ବା ଧାଡ଼ିରୁ ଏହାର ଆବଶ୍ୟକତା ସ୍ପଷ୍ଟ ହୁଏ। ଭୁବନେଶ୍ବରରେ ୧୧ଟି କେନ୍ଦ୍ରରେ ପ୍ରତିଦିନ ୬ ହଜାର ଲୋକ ଆହାର ଖାଉଥିବା ବେଳେ ସମ୍ବଲପୁର ମହାନଗର ନିଗମରେ ୫ଟି କେନ୍ଦ୍ର ଜରିଆରେ ୪୬୦୦ ଲୋକ ଖାଇଥାଆନ୍ତି। କିନ୍ତୁ ଏଠାରେ ମଧ୍ୟ ସମାନ ସ୍ଥିତି। ବୁର୍ଲାରେ ପ୍ରତିଦିନ ୧୮୦୦ ଲୋକ ଖାଉଥିବା ଖାଦ୍ୟ ଏକ ଘଣ୍ଟା ମଧ୍ୟରେ ସରିଯାଏ। ଶିଳ୍ପାଞ୍ଚଳ ହୀରାକୁଦରେ ଅନେକ ସଂଖ୍ୟାରେ ଶ୍ରମିକ ଥିବାରୁ ସେଠାରେ ନୂତନ କେନ୍ଦ୍ର ଖୋଲିବା ପାଇଁ ଅନେକ ଦିନରୁ ଦାବି ହେଉଛି। କଟକରେ ୧୧ ଆହାର କେନ୍ଦ୍ରରେ ୭ ହଜାର ଲୋକଙ୍କ ପାଇଁ ଆହାର ବ୍ୟବସ୍ଥା ରହିଛି। ଏଥିରୁ ସର୍ବାଧିକ ଚାହିଦା ଏସସିବିରେ ରହିଛି। ପ୍ରବାସୀ ଶ୍ରମିକ, ରୋଗୀ, ପରିଜନଙ୍କ ସହିତ ବାହାରେ ରହି ପଢୁଥିବା କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀଙ୍କ ପାଇଁ ଆହାରର ଆବଶ୍ୟକତା ଅଧିକ। କରୋନା ପରେ ଲୋକଙ୍କ ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହେବା ଏବଂ ରୋଜଗାର ଅନ୍ବେଷଣରେ ସହରକୁ ଅଧିକ ସଂଖ୍ୟାରେ ଶ୍ରମିକ ଆସୁଥିବାରୁ ଆହାର ଚାହିଦା ବଢ଼ିବାରେ ଲାଗିଛି।

ରନ୍ଧନ ଗୃହର ସଫେଇ ପାଇଁ ରବିବାର ଆହାର କେନ୍ଦ୍ର ବନ୍ଦ କରାଯାଏ। ବିକଳ୍ପ ବ୍ୟବସ୍ଥା କରି ରବିବାର ମଧ୍ୟ ଆହାର କେନ୍ଦ୍ର ଖୋଲିବା ପାଇଁ ବିଭିନ୍ନ ସ୍ଥାନରୁ ଦାବି କରାଯାଉଛି। କେବଳ ଖାଦ୍ୟ ଦେବା ଯଥେଷ୍ଟ ନୁହେଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରିଚ୍ଛନ୍ନତା ଗୁରୁତ୍ବ ଦେଇ ଆହାର କେନ୍ଦ୍ରମାନଙ୍କରେ ଶୌଚାଳୟ, ଭେଣ୍ଟିଲେଟର, ବାସନ ମାଜିବା ପାଇଁ ଡିସୱାସ ଆଦି ସର୍ବନିମ୍ନ ବ୍ୟବସ୍ଥା ରହିବାକୁ କୁହାଯାଇଛି। ଅନେକ କେନ୍ଦ୍ରରେ ଏହି ସୁବିଧା ନାହିଁ। ଏପରିକି ଖାଦ୍ୟର ଗୁଣାତ୍ମକମାନ ହ୍ରାସ ନ ପାଉ ଏଥିପାଇଁ ଅଧିକାରୀମାନଙ୍କୁ ସପ୍ତାହରେ ଥରେ ଆହାର କେନ୍ଦ୍ର ଖାଦ୍ୟ ଖାଇବା ପାଇଁ ନିର୍ଦ୍ଦେଶ ରହିଛି। ୨୦୨୦ ମସିହାରେ ପ୍ରଥମେ ଏହି ନିର୍ଦ୍ଦେଶ ଜାରି ବେଳେ ଅନେକ ଅଧିକାରୀ ଆହାର କେନ୍ଦ୍ରକୁ ଯାଇ ଖାଦ୍ୟ ଖାଇଥିଲେ। ମାତ୍ର ବର୍ତ୍ତମାନ ସ୍ଥିତରେ ଭୁବନେଶ୍ବର ସମେତ ରାଜ୍ୟର କେତୋଟି ଜିଲ୍ଲାରେ ଅଧିକାରୀମାନେ ଆହ୍ବାର ସ୍ବାଦ ଚାଖୁଛନ୍ତି ତାକୁ ନେଇ ସନ୍ଦେହ ରହିଛି।

The New Indian Express

ସୁଡ଼ା ପକ୍ଷରୁ କୁହାଯାଇଛି, ଓଡ଼ିଶା ରାଜ୍ୟ ଆହାର ସୋସାଇଟି ମାଧ୍ୟମରେ ୩୦ ଜିଲ୍ଲା ଏବଂ ୧୧୫ ଅର୍ବାନ ଲୋକାଲ ବଡିର ୧୬୭ କେନ୍ଦ୍ରରେ ଆହାର ଦିଆଯାଉଛି। ଏଥିପାଇଁ ୪ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆହାରରେ ହେଉଥିବା ସମୁଦାୟ ଖର୍ଚ୍ଚ ୨୩ ଟଙ୍କାରୁ ୧୮ ଟଙ୍କା ସରକାର ଏବଂ ୫ ଟଙ୍କା ଲୋକେ ବହନ କରନ୍ତି। ଟଙ୍କାର କୌଣସି ଅଭାବ ନାହିଁ। ଜିଲ୍ଲାପାଳମାନେ ନିଜେ ଚାହିଲେ ମିଲ୍‌ ସଂଖ୍ୟା ବଢ଼ାଇ ପାରିବେ ବୋଲି ସୁଡା କହିଛି। ପୂର୍ବରୁ ମାନ୍ନା ଟ୍ରଷ୍ଟ ଜରିଆରେ ଆହାର ପରିଚାଳିତ ହେଉଥିବାବେଳେ ସେମାନେ ନିଜସ୍ବ ଗୋଟିଏ ରୋଷେଇ ଗୃହରେ ଖାଦ୍ୟ ପ୍ରସ୍ତୁତ କରି କେନ୍ଦ୍ରମାନଙ୍କୁ ପଠାଉଥିଲେ। ବର୍ତ୍ତମାନ ଏସଏଚଜି ଗୁଡ଼ିକ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି। ଏହି ବ୍ୟବସ୍ଥାରେ ପ୍ରତ୍ୟେକ କେନ୍ଦ୍ରରେ ନିଜସ୍ବ ରୋଷେଇ ଗୃହ ନିର୍ମାଣ ପାଇଁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ୩୨ ଲକ୍ଷ ଟଙ୍କା ଦିଆଯାଇଛି। ଯେଉଁ କେନ୍ଦ୍ରଗୁଡ଼ିକରେ ଏହାର ନିର୍ମାଣ କାର୍ଯ୍ୟ ସରି ନାହିଁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏପରିକି ଆଗାମୀ ଦିନରେ ଭାତ, ଡାଲମା ସହିତ ତରକାରି କିମ୍ବା ଭଜା ସାମିଲ ପାଇଁ ବିଚାର କରାଯାଉଥିବା ନେଇ ନିର୍ଦ୍ଦେଶକ ଶାରଦା ପଣ୍ଡା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।