ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଘର ଉପରେ ଖସିଲା ଦୁର୍ଘଟଣାଗ୍ରସ୍ତ ‘ମିଗ୍-୨୧’ ଲଢୁଆ ଜେଟ୍; ୩ ସାଧାରଣ ନାଗରିକ ମୃତ, ପାଇଲଟ୍ ନିରାପଦ

ଜୟପୁର: ଆଜି ରାଜସ୍ଥାନର ହନୁମାନଗଡ଼ରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍‌-୨୧’ ଲଢୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନ୍ୟୂନ ୩ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପ‌ୋର୍ଟ କରିଛନ୍ତି।

କିନ୍ତୁ, ଏହି ବିମାନ ଦୁର୍ଘଟଣାରେ ୨ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରଥମେ  ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଯଶରାମ ବୋଷ କହିଥିବା କଥା ‘ନିଉଜ୍‌ ଏଜେନ୍‌ସି ପିଟିଆଇ’ ରିପୋର୍ଟ କରିଥିଲା।

ସଂଗୃହୀତ ସୂଚନା ଅନୁସାରେ, ସୁରତଗଡ଼ରୁ ଉଡ଼ାଣ ଆରମ୍ଭ କରିଥିବା ଏହି ଲଢୁଆ ଜେଟ୍‌ଟି ହନୁମାନଗଡ଼ର ଦବଲୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୋଟାଏ ଘର ଉପରେ ଖସି ପଡ଼ିବାରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ଘଟିଛି। ଠିକଣା ସମୟରେ ଉଡ଼ନ୍ତା ବିମାନରୁ ଡେଇଁ ପଡ଼ିଥିବା ପାଇଲଟ୍‌ ଓ ସହକାରୀ ପାଇଲଟ୍‌ ପାରାସୁଟ୍‌ ସହାୟତାରେ ଗୋଟାଏ ନର୍ଦ୍ଦମା ଅଞ୍ଚଳରେ ନିରାପଦରେ ଅବତରଣ କରିଛନ୍ତି।

ଜିଲ୍ଲା କଲେକ୍ଟର୍‌ ରୁକ୍ମଣୀ ରିୟାର୍‌ ମଧ୍ୟ କହିଛନ୍ତି ଯେ, ଲଢୁଆ ବିମାନଟିର ପାଇଲଟ୍‌ମାନେ ସୁରକ୍ଷିତ ଅଛନ୍ତି।

Image Courtesy of Times of India

ପରେ, ଦୁର୍ଘଟଣା ସଂକ୍ରାନ୍ତରେ ଭାରତୀୟ ବାୟୁସେନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି: ଆଜି ସକାଳେ ନିୟମିତ ସଂକ୍ଷିପ୍ତ ଉଡ଼ାଣ ପ୍ରଶିକ୍ଷଣ ସମୟରେ ସୁରତଗଡ଼ ନିକଟରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍‌-୨୧’ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିରାପଦରେ ବାହାରି ଆସିଥିବା ପାଇଲଟ୍‌ମାନେ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ନିରୂପଣ କରିବା ଲାଗି ଏକ ତଦନ୍ତ କମିଟି ଗଠନ କରାଯାଇଛି।

Image Courtesy of News18

ପୁଲିସ କହିବା ଅନୁସାରେ, ହନୁମାନଗଡ଼ ଜିଲ୍ଲା ଅନ୍ତର୍ଗତ ବାହଲୋନଗରରେ ଥିବା ଗୋଟାଏ ଘର ଉପରେ ବିମାନଟି ଖସିପଡ଼ିବାରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ଘଟିଛି ଓ ଜଣେ ପୁରୁଷ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ