ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପେରୁ ସୁନାଖଣିରେ ଅଗ୍ନିକାଣ୍ଡ ଘଟି ୨୭ ମୃତ

ୟାନାକ୍ବିହୁଆ: ଦକ୍ଷିଣ ପେରୁର ଗୋଟାଏ ନିର୍ଜନ ଅଞ୍ଚଳରେ ଥିବା ଏକ ସୁନାଖଣିରେ ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୨୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ପେରୁର ସାମ୍ପ୍ରତିକ ଇତିହାସରେ ଏହା ହେଉଛି ଅନ୍ୟତମ ଦୁଃଖଦ ଖଣି ଦୁର୍ଘଟଣା। ଶ୍ରମିକମାନଙ୍କ ଶୋକସନ୍ତପ୍ତ ଆତ୍ମୀୟମାନେ ସେମାନଙ୍କ ପ୍ରିୟଜନଙ୍କ ଖବର ପାଇବା ପାଇଁ ଦୁର୍ଘଟଣା ଘଟିଥିବା ସୁନାଖଣି ନିକଟରେ ସମବେତ ହୋଇଥିଲେ।

Image Courtesy of HMTV

ପୁଲିସ ଏବଂ ପବ୍ଲିକ୍‌ ପ୍ରୋସିକ୍ୟୁଟଙ୍କ ଅଫିସ ସୁନିଶ୍ଚିତ କରି କହିଛି ଯେ, ଏରେକ୍ବିପା ଅଞ୍ଚଳରେ ଥିବା ଲା’ ଏସ୍‌ପେରାଞ୍ଜା-୧ ଖଣିର ଗୋଟାଏ ସୁଡ଼ଙ୍ଗରେ ବ୍ୟାପିଥିବା ନିଆଁ ସର୍ଟସର୍କିଟ୍‌ ଯୋଗୁଁ ହିଁ ଲାଗିଥିଲା।

ଖଣି ଭିତରେ ୨୭ଜଣଙ୍କର ମୃତ୍ୟୁ ଘଟିଥିବା କଥା ପବ୍ଲିକ୍ ପ୍ରୋସିକ୍ୟୁଟର୍‌ ଜିଓଭାନି ମାତୋସ୍‌ ‘ଚାନେଲ୍‌ ଏନ୍‌’ ଟେଲିଭିଜନ୍‌କୁ କହିଛନ୍ତି।

ଏହା ପୂର୍ବରୁ ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ, ଆଞ୍ଚଳିକ ରାଜଧାନୀ ଏରେକ୍ବିପା ନଗରୀରୁ ଅନେକ ଦୂରରେ ଥିବା କଣ୍ଡେସୁୟୋସ୍‌ ପ୍ରଦେଶ ଅନ୍ତର୍ଗତ ୟାନାକ୍ବିହୁଆ ନଗରୀରେ ଥିବା ଖଣିରେ ବିସ୍ଫୋରଣ ଘଟିବା ପରେ ନିଆଁ ଲାଗିଛି। ବିସ୍ଫୋରଣ ଯୋଗୁଁ ଖଣି ମଧ୍ୟରେ ଲଗାଯାଇଥିବା କାଠଖୁଣ୍ଟିମାନଙ୍କରେ ନିଆଁ ଲାଗିଯାଇଥିଲା। ସେତେବେଳେ ଶ୍ରମିକମାନେ ଖଣିର ୧୦୦ ମିଟର୍‌ ଅଭ୍ୟନ୍ତରର ଥିଲେ। ଅଧିକାଂଶ ଶ୍ରମିକ ଧୂଆଁରେ ରୁନ୍ଧି ହୋଇ ଏବଂ ପୋଡ଼ି ଯିବା ଯୋଗୁଁ ମରିଯାଇଥିବା କଥା ୟାନାକ୍ବିହୁଆର ମେୟର୍‌ ଜେମ୍‌ସ୍‌ କାସକ୍ବିନୋ ଗଣମାଧ୍ୟମକୁ କହିଛନ୍ତି।

ପୁଲିସ ମୃତବ୍ୟକ୍ତିମାନଙ୍କ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ ପରେ ଅଗ୍ନିକାଣ୍ଡ ସଂକ୍ରାନ୍ତ ସମ୍ବାଦ ରବିବାର ଦିନ ହିଁ ପ୍ରକାଶ କରାଗଲା। ମୃତ ବ୍ୟକ୍ତିମାନଙ୍କର ଶବ ଉଦ୍ଧାର କରିବା ପୂର୍ବରୁ ଉଦ୍ଧାରକାରୀ ଦଳ ଖଣିକୁ ନିରାପଦ ରଖିବାକୁ ଉଦ୍ୟମ କରିଥିଲେ। କାରଣ ଭିତରକୁ ପ୍ରବେଶ କରି ଶବ ଉଦ୍ଧାର କରିବା ନିମନ୍ତେ ତାହାହିଁ ଏକମାତ୍ର ଉପାୟ ଥିଲା ବୋଲି ପବ୍ଲିକ୍ ପ୍ରୋସିକ୍ୟୁଟର୍‌ ଜିଓଭାନି ମାତୋସ୍‌ କହିଛନ୍ତି।

ଏହି ଅଗ୍ନିକାଣ୍ଡରେ କେହି ବଞ୍ଚିଥିବା କିଂବା ଖଣି ଭିତରେ ସେତେ‌ବେଳେ କେତେ ଜଣ ଲୋକ ଥିଲେ, ସେ ସମ୍ପର୍କରେ କୌଣସି ଖବର ମିଳିନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ