ରାଜ୍ୟ

ଏସ୍‌ସିବିକୁ ଅସହାୟ ବୋଝ: ଅସହାୟ ରୋଗୀଙ୍କ ହାତରେ ବନ୍ଧାଗଲା ରିଷ୍ଟ ବ୍ୟାଣ୍ଡ

କଟକ : କଟକ ବଡ଼ଡାକ୍ତରଖାନା ପାଇଁ ଏବେ ବୋଝ ପାଲଟିଛନ୍ତି ଅସହାୟ ରୋଗୀ। ମେଡିସିନ୍‌, ସର୍ଜରି, ଅର୍ଥପେଡିକ୍‌ ଓ ମାନସିକ ରୋଗ ବିଭାଗରେ ପାଖାପାଖି ୨ଶହ ଅସହାୟ ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍ଥିତି ଏମିତି ଯେ, ସେମାନଙ୍କ ଭିତରୁ ଅଧାରୁ ଅଧିକ ରୋଗୀ ନିଜ ପରିଚୟ ଖୋଜି ପାଉ ନାହାନ୍ତି। ଅନେକ ରୋଗୀଙ୍କୁ ରାସ୍ତା କଡ଼ରୁ ଅଣାଯାଇଥିବା ବେଳେ ଅନେକଙ୍କୁ ସେମାନଙ୍କ ପରିବାରବର୍ଗ ଅସହାୟ ଅବସ୍ଥାରେ ଚିକିତ୍ସା ପାଇଁ ଏସ୍‌ସିବି ଆଣି ଛାଡ଼ି ପଳାଇଛନ୍ତି। ସେଭଳି ରୋଗୀଙ୍କ ଚିକିତ୍ସା ଏସ୍‌ସିବି ପାଇଁ ବଡ ଚାଲେଞ୍ଜ ସୃଷ୍ଟି କରୁଛି। ଅନେକ ସମୟରେ ଏହି ଅସହାୟ ରୋଗୀଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ସେମାନେ ୱାର୍ଡ ବାହାରକୁ ଚାଲିଯିବା ସମସ୍ୟା ସୃଷ୍ଟି କରୁଛି। ତେଣୁ ଅସହାୟ ରୋଗୀଙ୍କ ଚିହ୍ନଟ ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ସହଜରେ ଚିହ୍ନି ହେବା ପାଇଁ ପ୍ରତି ରୋଗୀଙ୍କ ହାତରେ ବ୍ୟାଣ୍ଡ ବନ୍ଧା ଆରମ୍ଭ କରାଯାଇଛି।

ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଅସହାୟ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା କ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେମାନଙ୍କୁ କାଉନ୍‌ସେଲିଂ କରାଯିବାକୁ ବି ନିଷ୍ପତ୍ତି ନିଆଯାଇଛି। ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଆସିଷ୍ଟାଣ୍ଟ ପ୍ରଫେସର ପଦବିର ଜଣେ ଡାକ୍ତର ପ୍ରତି ସୋମବାର ଅସହାୟ ରୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ ୱାର୍ଡ ପରିଦର୍ଶନ କରିବେ। ରୋଗୀମାନେ କିପରି ଶୀଘ୍ର ଆରୋଗ୍ୟ ଲାଭ କରିବେ ସେ ନେଇ ଉକ୍ତ ଡାକ୍ତର ଅନ୍ୟ ବିଭାଗର ଡାକ୍ତରଙ୍କ ସହ ନିୟମିତ ଆଲୋଚନା କରିବେ। ଏହାଛଡ଼ା ରୋଗୀ ସେବାକୁ ଉନ୍ନତମାନର କରାଯିବା ଉଦ୍ଦେଶ୍ୟରେ ଅସହାୟ ୱାର୍ଡରେ ଅଧିକ ଫ୍ୟାନ ଲଗାଯିବା ସହ ସାବୁନ, ରୁମାଲ ଓ ପୋଷାକ ମହଜୁଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ସବୁଠାରୁ ବଡ଼କଥା ହେଉଛି, ଚିକିତ୍ସିତ ହେଉଥିବା ଅସହାୟ ରୋଗୀ ସୁସ୍ଥ ହେବା ପରେ ବି ନିଜ ପରିବାର ପାଖକୁ ଫେରି ପାରୁ ନ ଥିବାରୁ ସେମାନଙ୍କୁ ୪ଟି ଅଶ୍ରୟ ଗୃହରେ ରହିବା ପାଇଁ ପଠାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।