ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ବନ୍ତଳା: ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)ବୋଲି ଜଣାପଡିଛି।

ସୂଚନା ମୁତାବକ ବନ୍ତଳା ବନାଞ୍ଚଳର ତଳଗଡ଼ ଗ୍ରାମର ବିଜୁଳି ସାହୁ ଆଜି ସକାଳ ପ୍ରାୟ ୫ଟା ବେଳକୁ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତା ହାତୀ ବିଜୁଳିଙ୍କୁ ଆକ୍ରମଣ କରିଥିଲା। ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେବା ସହ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ପକ୍ଷରେ ନିକଟରେ ଥିବା ଏକ ସୋଲାର ତାର ବାଡ଼ରେ ହାତୀଟି ଫସି ରହିଛି। ବନ ବିଭାଗର କର୍ମଚାରୀମାନେ ହାତୀ ଘଉଡାଇବା କାର୍ଯ୍ୟ ଜାରି କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୯ତାରିଖରେ ମରଣ୍ଡା ଗ୍ରାମର ଝଟକ ବେହେରା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଆଜିର ଘଟଣାକୁ ମିଶାଇ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୦ଜଣଙ୍କ ଜୀବନ ଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।