ରାଜ୍ୟ ସ୍ପେଶାଲ ରିପୋର୍ଟ

କନ୍ଧମାଳ: ୭୮୯୩ ପରିବାରକୁ ନାହିଁ ବିଜୁଳି ସଂଯୋଗ

ଫୁଲବାଣୀ : ଏବେ ବି ବିଜୁଳି ଆଲୁଅ ସ୍ବପ୍ନ। ସଞ୍ଜ ନଇଁଲେ ଘନ ଅନ୍ଧାର। ପଡ଼ିଯାଉଛି ତାଟିକବାଟ। କନ୍ଧମାଳ ଜିଲ୍ଲାର ୨୦୦୦ ପଡ଼ା ଗାଁ ମଧ୍ୟରୁ ୮୫୦ ଗାଁର ଲୋକେ ଏଭଳି ଯନ୍ତ୍ରଣା ବର୍ଷ ବର୍ଷ ଧରି ଭୋଗି ଆସୁଛନ୍ତି। ଏହିସବୁ ପଡ଼ା ଗାଁ’ର ମୋଟ ୭୮୯୩ ପରିବାର ବିଜୁଳି ସଂଯୋଗ ପାଇ ନଥିବା ଫୁଲବାଣୀ ବିଦ୍ୟୁତ (ଟାଟା ପାୱାର) ଡିଭିଜନ ପକ୍ଷରୁ ସୂଚନା ମିଳିଛି।

ଉଭୟ‌ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରୁଛନ୍ତି, ସବୁ ଗାଁକୁ ବିଜୁଳି ଯିବ, କେହି ଅନ୍ଧାରରେ ରହିବେ ନାହିଁ। ମାତ୍ର, ବାସ୍ତବ ଚିତ୍ର ଭିନ୍ନ। ବିଜୁଳି ନଥିବାରୁ ଲୋକେ କିରାସିନି ଡିବିର ଆଲୁଅ ଉପରେ ନିର୍ଭର କରୁଛନ୍ତି। ହେଲେ କିରାସିନି ଦର ଲିଟର ପିଛା ୯୦ରୁ ଶହେ ଟଙ୍କା ହୋଇଥିବା ବେଳେ ସହଜରେ ଏହା ଜଙ୍ଗଲ ଘେରା ଗାଁ ମାନଙ୍କରେ ଉପଲବ୍ଧ ହେଉନାହିଁ। ସହରକୁ ଆସିଲେ ସପ୍ତାହକ ପାଇଁ କିରାସିନି ନେଲେ ଡିବିର ଜଳିବ। ନଚେତ ନାହିଁ। ବିଦ୍ୟୁତ ଯୋଗାଣ ପାଇଁ ସୌଭାଗ୍ୟ ଯୋଜନା, ଦୀନଦୟାଲ ଯୋଜନା, ବିଜୁ ଜ୍ୟୋତି ଭଳି ଅନେକ ଯୋଜନା ପ୍ରଣୟନ ହୋଇଛି। ମାତ୍ର, କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଲୋକେ ଏହି ଯୋଜନାର ସୁଫଳ ପାଇପାରୁ ନାହାନ୍ତି। ଜିଲ୍ଲାର ଦୁର୍ଗମ ଫିରିଙ୍ଗିଆ, କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗିବାଡ଼ି ବ୍ଲକ୍‌ର ଅଧିକାଂଶ ପଡ଼ା ଗାଁକୁ ବିଜୁଳି ଯୋଗାଣ ସମ୍ଭବପର ହୋଇପାରି ନାହିଁ।

ଜିଲ୍ଲା ବିଦ୍ୟୁତ୍‌ କମିଟିରେ ଏହି ସମସ୍ୟା ନେଇ ଆଲୋଚନା ହେବା ପରେ ମଧ୍ୟ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କାହିଁକି ଓ କେଉଁ ପରିପ୍ରେକ୍ଷୀରେ ଏତେ ସଂଖ୍ୟକ ପଡ଼ା ଗାଁକୁ ବିଜୁଳି ଯୋଗାଣ ହୋଇପାରୁ ନାହିଁ ବୋଲି ଗତ ବିଦ୍ୟୁତ୍‌ କମିଟିରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରଶ୍ନ କରିଥିଲେ। ଦୁର୍ଗମ ଅଞ୍ଚଳକୁ ରାସ୍ତାଘାଟ ନଥିବାରୁ ବିଜୁଳି ସଂଯୋଗ ହୋଇପାରୁ ନାହିଁ ବୋଲି ଫୁଲବାଣୀ ବିଦ୍ୟୁତ ବିଭାଗ (ଟାଟା ପାୱାର) ପକ୍ଷରୁ ସଫେଇ ଦିଆଯାଇଥିଲା। ସମସ୍ୟା ଯାହା ହେଉନା କାହିଁକି, ଏହିସବୁ ପଡ଼ା ଗାଁକୁ କେବେ ବିଜୁଳି ସଂଯୋଗ ହେବ ବୋଲି ପ୍ରଶ୍ନ ଉଠିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।