ରାଜନୀତି ରାଜ୍ୟ

ଦଙ୍ଗାକାରୀଙ୍କ ଘର ଉପରେ ସରକାର ବୁଲଡୋଜର ଚଢ଼ାଇ ପାରିବ କି : ବିଜେପି

ଭୁବନେଶ୍ବର : ବିଜୁ ଜନତା ଦଳର ୪୬ ବିଧାୟକଙ୍କ ନାଁରେ ୧୮୦ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ବିଚରାଧୀନ ଅଛି। ହତ୍ୟା, ହତ୍ୟା ଉଦ୍ୟମ, ଦୁଷ୍କର୍ମ, ଅସଦାଚରଣ ଭଳି ସଙ୍ଗୀନ ଦଫାରେ ବିଜେଡି ନେତାମାନେ ଅଭିଯୁକ୍ତ। ବିଜେଡି ସରକାରରେ ଆଇନମନ୍ତ୍ରୀଙ୍କ ନାଁରେ ହତ୍ୟା ମାମଲା, ଗୃହମନ୍ତ୍ରୀଙ୍କ ନାଁ ଜଣେ ଯୁବତୀର ଦୁଷ୍କର୍ମ ଓ ହତ୍ୟା, ଶ୍ରମମନ୍ତ୍ରୀଙ୍କ ନାଁରେ ତାଙ୍କ ନିଜ ଦଳର ନେତ୍ରୀ ସଙ୍ଗୀନ ଅଭିଯୋଗ ଓ ବିଧାୟକଙ୍କ ନାଁରେ ସେକ୍ସ ସ୍କାଣ୍ଡାଲ ଅଭିଯୋଗ ରହିଛି। ଏହା ହେଉଛି ବିଜେଡିର ଅସଲ ଚିତ୍ର ଓ ଚରିତ୍ର ବୋଲି କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ।

ଶ୍ରୀ ବିଶ୍ବାଳ କହିଛନ୍ତି ଯେ ଝାରସୁଗୁଡ଼ା ଉପନିର୍ବାଚରେ ବିଜେଡି ହାରିବା ସୁନିଶ୍ଚିତ ଜାଣି ହିଂସାର ବାଟ ଆପଣାଇଛି। ଦୁଇଦିନ ତଳେ ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଯେଉଁମାନେ ଆକ୍ରମଣ ଉଦ୍ୟମ କରିଥିଲେ ସେମାନେ କେଉଁ ଦଳର ତାହା ବିଜେଡି ସ୍ପଷ୍ଟ କରୁ। ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ବିଜେଡି ଚିହ୍ନ ଥିବା ଗାମୁଛା ପକାଇ ଗୁଣ୍ଡାମାନେ ଆକ୍ରମଣ କରିଥିଲେ। ଲୋକମାନଙ୍କର ସମର୍ଥନ ପାଇବାରେ ନିରାଶ ହେଲେ ରାଜନୈତିକ ଦଳମାନେ ଦଙ୍ଗା ଓ ହିଂସା କରନ୍ତି, ଯାହା ଏବେ ବିଜୁ ଜନତା ଦଳ ଝାରସୁଗୁଡାରେ କରୁଛି।
ବିଜେପି ଶାସିତ ରାଜ୍ୟକୁ ଅଙ୍ଗୁଳି ଉଠାଉଥିବା ବିଜେଡି ଜାଣିରଖୁ ଯେ ବିଜେପି ଶାସିତ ରାଜ୍ୟରେ ଦଙ୍ଗାକାରୀଙ୍କ ଘର ଉପରେ ବୁଲଡୋଜର୍ ଚଢ଼ାଇ ଦିଆଯାଏ। ଦଙ୍ଗାକାରୀଙ୍କ ପୋଷ୍ଟର ସର୍ବସାଧାରଣ ଜାଗାରେ ଲଗାଯାଇଥାଏ। ବିଜେଡିର ସରକାରର ଯଦି ସତସାହସ ଅଛି ତାହାଲେ ସମ୍ବଲପୁରରେ ଯେଉଁମାନେ ଦଙ୍ଗା କଲେ ସେମାନଙ୍କ ଘର ଉପରେ ବୁଲଡୋଜର ଚଢ଼ାଇ ପାରିବେ ? ବିଜେଡି ଏକ ହିଂସାକାରୀ, ଦଙ୍ଗାକାରୀ, ବଳାତ୍କାରୀଙ୍କ ଦଳ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର