ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଟବଣା ତାଳଗୁଡ଼ ସମବାୟ ଶିଳ୍ପ: ମିଛ ଟାର୍ଗେଟରେ ସରକାରଙ୍କୁ ଠକୁଛନ୍ତି

ରା ଉଦୟଗିରି : ତାଳଗୁଡ଼ ଚାଷୀଙ୍କୁ ପ୍ରୋତ୍ସାହନ ଦେବାସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗଜପତି ଜିଲ୍ଲା ଛେଳିଗଡ଼ଠାରେ ସରକାର ସ୍ଥାପନ କରିଥିଲେ ରାଜ୍ୟ ତାଳଗୁଡ଼ ସମବାୟ ଶିଲ୍ପ। ତେବେ, ଏହା ପରିଚାଳନାଗତ ଅପାରଗତା, କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ବର୍ତ୍ତମାନ ବାଟବଣା ହୋଇ ଯାଇଛି। ସରକାରଙ୍କୁ ମିଛ ଟାର୍ଗେଟ୍‌ ମଗାଯାଉଛି ଓ ଜାଣିଶୁଣି ଟାର୍ଗେଟ ପୂରଣ ଦିଗରେ ଅବହେଳା କରାଯାଉଛି। ସରକାରଙ୍କୁ ପ୍ରତିବର୍ଷ ମିଛ ରିପୋର୍ଟ ଦେଇ ଚାଲିଛନ୍ତି କର୍ମଚାରୀ। ଏହି ସଂସ୍ଥା ଦ୍ବାରା ରାଜ୍ୟ ସରକାର ଠକି ହେଉଥିବା ମନେ ହେଉଛି।

ଗଜପତି ଜିଲ୍ଲା ନୂଆଗଡ଼, ରା. ଉଦୟଗିରି ଓ ମୋହନା ବ୍ଲକ୍‌ର ଚାଷୀଙ୍କୁ ସାମିଲ କରାଯାଇ ତାଳଗୁଡ଼ର ବଜାର ସୃଷ୍ଟି କରିବା ଲକ୍ଷ୍ୟରେ କ୍ଷେତ୍ର ପ୍ରସ୍ତୁତ କରା ଯାଇଥିଲା। ୨୦୨୦ -୨୧ରେ ରା.ଉଦୟଗିରି ବ୍ଲକ୍‌ର ୧୫୦ ଚାଷୀ ଓ ନୂଆଗଡ଼ ବ୍ଲକ୍‌ର ୧୯୦ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲେ। ତାଳଗୁଡ଼ ସମବାୟ ସମିତି ନୂଆଗଡ଼ ବ୍ଲକ୍‌ ଚାଷୀଙ୍କ ପାଇଁ ଉପକରଣ ବାବଦକୁ ୧୧ ଲକ୍ଷ ୨୨ ହଜାର ୫ ଶହ ଟଙ୍କା ଖର୍ଚ୍ଚ କରିଥିବା ବେଳେ ରା.ଉଦୟଗିରି ବ୍ଲକ୍‌ର ଚାଷୀଙ୍କ ପାଇଁ ମଧ୍ୟ ଉପକରଣ ବାବଦରେ ଖର୍ଚ୍ଚ କରିଛି ୧୧ ଲକ୍ଷ ୨୨ ହଜାର ୫ ଶହ ଟଙ୍କା। ତେବେ, ଗତ ତିନିବର୍ଷରେ ଖର୍ଚ୍ଚ ବାବଦକୁ ଯେଉଁ ପରିମାଣର ତାଳଗୁଡ଼ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା ତାହା କୌଣସି ବର୍ଷ ପୂରଣ ହୋଇ ପାରିଲା ନାହିଁ। ୨୦୨୦ରେ ଧାର୍ଯ୍ୟ ଲକ୍ଷ୍ୟ ୨୦୦ କ୍ୱିଣ୍ଟାଲ୍‌ ସ୍ଥାନରେ ସଂଗ୍ରହ ହୋଇଛି କେବଳ ୯୬ କ୍ୱିଣ୍ଟାଲ୍‌। ସେହିଭଳି, ୨୦୨୧ରେ ଧାର୍ଯ୍ୟ ଲକ୍ଷ୍ୟ ୫ ଶହ କ୍ୱିଣ୍ଟାଲ୍‌ ବଦଳରେ ସଂଗ୍ରହ ହୋଇଛି ୩୬୮ କ୍ୱିଣ୍ଟାଲ୍‌। ୨୦୨୨ରେ ଧାର୍ଯ୍ୟ ଲକ୍ଷ୍ୟ ୬ ଶହ କ୍ୱିଣ୍ଟାଲ୍‌ ବଦଳରେ ସଂଗ୍ରହ ହୋଇଛି ମାତ୍ର ୪୭୦ କ୍ୱିଣ୍ଟାଲ୍‌।

ବର୍ତ୍ତମାନ, ଚାଷୀମାନେ ନିଜର ଉତ୍ପାଦିତ ଦ୍ରବ୍ୟକୁ ଲୁବୁରୁସିଂ ସ୍ଥିତ ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିଃ କୁ କିଲୋଗ୍ରାମ ପିଛା ଶହେ ଟଙ୍କା ଦରରେ ବିକ୍ରି କରୁଥିବା ବେଳେ ପ୍ରଚୁର ମାତ୍ରାରେ ଉତ୍ପାଦିତ ଦ୍ରବ୍ୟ ବାହାରେ କାହିଁକି କମ୍‌ ମୂଲ୍ୟରେ ବିକ୍ରି କରୁଛନ୍ତି, ତା ବୁଝାପଡ଼ୁନି। ହୁଏତ, ସମିତିର ଟାର୍ଗେଟ୍‌ ପୂରଣ ହୋଇ ଯାଉଥିବାରୁ ଅଭାବୀ ବିକ୍ରିର ଶିକାର ହୋଇ କିଛି ଚାଷୀ ଖୋଲା ବଜାରରେ କମ୍‌ ଦରରେ ତାଳଗୁଡ଼ ବିକ୍ରି କରୁଛନ୍ତି। କିନ୍ତୁ ପ୍ରକୃତରେ ତାହା ନୁହେଁ। ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ସଂଘ ଚାଷୀଙ୍କ ଠାରୁ ତାଳଗୁଡ଼ ସଂଗ୍ରହ କରି ଆସୁଛି। କିନ୍ତୁ, ତାପରେ ବର୍ଷର ବାକି ୮ ମାସ ସଂଘକୁ ବିକ୍ରି କରିପାରୁ ନଥିବା ଯୋଗୁଁ ଚାଷୀଙ୍କ ଉତ୍ପାଦ ନଷ୍ଟ ହେବା କିମ୍ବା ଅଭାବୀ ବିକ୍ରି ହେଉଥିବା ଜଣାପଡ଼ିଛି। ଫଳରେ ୨୦୨୦ରୁ ୨୦୨୩ ମଧ୍ୟରେ ଆଗ୍ରହୀ ଚାଷୀଙ୍କ ସଂଖ୍ୟା ମଧ୍ୟ କମିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।