ରାଜ୍ୟ ସ୍ପେଶାଲ ରିପୋର୍ଟ

ରାସ୍ତାକଡ଼ରେ ବାସି-ରଙ୍ଗମିଶା ଖାଦ୍ୟ! ବେଳାଭୂମି ପ୍ରଦୂଷିତ ଖାଦ୍ୟର ପେଣ୍ଠ ପାଲଟିଛି

ପୁରୀ : ଗୋଟା ସମୁଦ୍ର ମାଛ ଓ କଙ୍କଡ଼ାରେ ପ୍ରସ୍ତୁତ ଗରମ ନାଲି ପକୋଡ଼ା ଦେଖି ଆପଣଙ୍କ ପାଟିରେ ପାଣି ଆସୁଥିବ। ଶିରାରେ ବୁଡ଼ା ହୋଇ ନଗଦ ଆସିଥିବା ଉଷୁମ ଖଜା କିଣିନେବାକୁ ମନ ବାଧ୍ୟ କରୁଥିବ। ମାତ୍ର ଆଖିକୁ ଲୋଭନୀୟ ଦିଶୁଥିବା ଓ ପବନ‌ରେ ଭାସି ଆସୁଥିବା ବାସ୍ନା ଯୋଗୁ ଯଦି ଆପଣ ନିଜକୁ ଅଟକାଇ ପାରୁନାହାନ୍ତି, ତେବେ ସାବଧାନ! ଆଖିକୁ ଭଲ ଦିଶୁଥିବା ଓ ମହମହ ବାସୁଥିବା ସବୁ ଖାଦ୍ୟ ଯେ ଖାଣ୍ଟି ଓ ନଗଦ ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ‌ବେଳାଭୂମି ସାମ୍ନାରେ ବିକ୍ରି ହେଉଥିବା ଆମିଷ ହାଟର ପସରା ହେଉ ଅବା ବଡ଼ଦାଣ୍ଡରେ ବିକ୍ରି ହେଉଥିବା ଖଜା। ରେସ୍ତୋରାଁ ହେଉ ଅବା ତାରକା ହୋଟେଲ। ବାସି ଓ ରଙ୍ଗ ମିଶା ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଥିଲେ ବି ଏହା ଉପରେ ଅଙ୍କୁଶ ଲାଗିପାରୁନାହିଁ। ପୁରୀକୁ ଐତିହ୍ୟ ସହର ଭାବେ ବିକଶିତ କରାଯାଉଛି। ମାତ୍ର ପର୍ଯ୍ୟଟକ ନିର୍ଭର କରୁଥିବା ଶ୍ର‌ୀକ୍ଷେତ୍ରର ଅପମିଶ୍ରିତ ଖାଦ୍ୟ ବଜାରରେ ସୁଧାର ଆସୁନାହିଁ।

ମାଛ, କଙ୍କଡ଼ା ଓ ମାଂସରେ ମନଇଚ୍ଛା ରାସାୟନିକ ରଙ୍ଗ ମିଶାଯାଉଛି। ଫ୍ରିଜରରେ ରଖାଯାଇଥିବା ବାସି ଖାଦ୍ୟ ପରସାଯାଉଛି। ଏନେଇଇ ପର୍ଯ୍ୟଟକମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ବେଳାଭୂମିରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ହେଉଥିବା ବେଳେ ରାସ୍ତାକଡ଼ରେ ଆମିଷ ଖାଦ୍ୟକୁ ଏଭଳି ଲୋଭନୀୟ ଢଙ୍ଗରେ ସଜେଇ ରଖାଯାଉଛି, ତାହା ଯେକୌଣସି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ରଙ୍ଗ ନ ମିଶାଇବା ପାଇଁ ବାରମ୍ବାର ଖାଦ୍ୟ ନିରାପତ୍ତା ଅଧିକାରୀ ସଚେତନ କରିବା ସହ ଜରିମାନା ଆଦାୟ କରୁଥିଲେ ମଧ୍ୟ ଏହା ଫରକ ପକାଉନାହିଁ। ଗତ ଡିସେମ୍ବରରୁ ଜାନୁଆରି ମାସ ମଧ୍ୟରେ ବେଳାଭୂମି ସମ୍ମୁଖ ରାସ୍ତାକଡ଼ରେ ବିକ୍ରି ହେଉଥିବା ଫାଷ୍ଟଫୁଡ୍‌ ଦୋକାନ ଉପରେ ଘନଘନ ଚଢ଼ଉ କରାଗଲା। ଜରିମାନା ମଧ୍ୟ ଆଦାୟ ହେଲା। କିନ୍ତୁ ଏବେ ବି ‌ବ୍ୟବସାୟୀମାନେ ସେଇ ଧାରା ବଳବତ୍ତର ରଖିଛନ୍ତି। ଜଣେ ଖାଦ୍ୟ ନିରାପତ୍ତା ଅଧିକାରୀ ନିୟୋଜିତ ଥିବାରୁଚଢ଼ଉ ଜୋରଦାର ହୋଇପାରୁନାହିଁ।

Odisha Tour Guide

ବଡ଼ଦାଣ୍ଡରେ ବି ସ୍ଥିତି ସମାନ। ଗତ ରଥଯାତ୍ରା ସମନ୍ବୟ ବୈଠକରେ ଜଣେ ସେବାୟତ ଖଜା ପ୍ରସ୍ତୁତି ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। କିଛି ବ୍ୟବସାୟୀ ଗୋଡ଼ରେ ମଇଦା ଚକଟୁଥିବା ନେଇ ସେ ଅଭିଯୋଗ ଆଣିଥିଲେ। ଯଦି ଏହା ସତ ହୋଇଥାଏ ତେବେ ସାଂଘାତିକ। ମାତ୍ର ବଜାରକୁ ଆସିବା ପରେ ବଡ଼ଦାଣ୍ଡରେ ରାସ୍ତାକଡ଼ରେ ଏହାକୁ ଡାଲାରେ ସଜାଇବା ପରେ ଘୋଡ଼ଣି ଦିଆଯାଉ ନାହିଁ। ସିରା ଦିଆଯାଉଥିବାରୁ ରାସ୍ତାରେ ଉଡ଼ୁଥିବା ଧୂଳି ଅନାୟାସରେ ଖଜାରେ ମିଶୁଛି। ମାଛି ବସୁଛି। ଅଥଚ ଏହାକୁ ଢାଙ୍କିବା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ବିଡ଼ମ୍ବନା ଏହି ଯେ ଚଢ଼ଉ କରି ସେମାନଙ୍କଠାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେଉଛି। କିନ୍ତୁ ଏହି ଜରିମାନା କାଟୁ କରୁନାହିଁ। ବାରମ୍ବାର ଅଧିକାଂଶ ବ୍ୟବସାୟୀ ସମସ୍ତ ନିୟମକୁ ଜଳାଞ୍ଜଳି ଦେଉଛନ୍ତି ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ବେଦଶ୍ରୀ ସାହୁ କହିଛନ୍ତି।

ତାଙ୍କ କହିବା ମୁତାବକ, ନିକଟରେ ବାଟ ମଙ୍ଗଳାସ୍ଥିତ ଖଜା ଦୋକାନଗୁଡ଼ିକୁ ୨ଥର ଚେତାବନୀ ଦେବା ‌ପରେ ତୃତୀୟ ଥର ଜରିମାନା ଆଦାୟ କରାଗଲା। କିନ୍ତୁ ସ୍ଥିତିରେ ପରିବର୍ତ୍ତନ ଆସୁନାହିଁ। ନିକଟରେ ଖାଦ୍ୟ ନିରାପତ୍ତା ବାବଦରେ ବ୍ୟବସାୟୀଙ୍କୁ ଡକାଯାଇଥିଲା, କିନ୍ତୁ ସେମାନେ ଆସିଲେ ନାହିଁ। କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ୫ଶହ ଟଙ୍କାଠୁ ନେଇ ବଡ଼ ରେସ୍ତୋରାଁରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେଉଛି। କିଛି ବ୍ୟବସାୟୀଙ୍କ ବ୍ୟବହାରିକ ପରିବର୍ତ୍ତନ ଦେଖାଗଲାଣି। କିନ୍ତୁ ସେମାନଙ୍କ ସଂଖ୍ୟା କମ୍‌। ତେବେ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ରାସ୍ତାକଡ଼ ଖାଦ୍ୟ ଠେଲାଠୁ ନେଇ ତାରକା ହୋଟେଲ ପର୍ଯ୍ୟନ୍ତ ଚଢ଼ଉ ଜାରି ରହିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।