ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବରେଲିରେ ୧୨ ବର୍ଷ ବାଳକକୁ କାମୁଡ଼ି ମାରି ପକାଇଲେ ବୁଲା କୁକୁର

ବରେଲି: ଉତ୍ତର ପ୍ରଦେଶର ବରେଲି ଅନ୍ତର୍ଗତ ସି. ବି. ଗଞ୍ଜ ଅଞ୍ଚଳରେ ମଙ୍ଗଳବାର ଦିନ ପଲେ ବୁଲା କୁକୁର ଜଣେ ୧୨ ବର୍ଷିୟ ବାଳକକୁ କାମୁଡ଼ି ମାରି ପକାଇଛନ୍ତି। ସେମାନଙ୍କ ଆକ୍ରମଣରେ ଆଉ ଜଣେ ପିଲା ବି ଆହତ ହୋଇଛି।

ସଂଗୃହୀତ ସୂଚନା ଅନୁସାରେ, ଖାନା ଗୌନ୍ତିୟା ଗ୍ରାମରେ ଅୟାନ୍‌ ନାମରେ ସେ ୧୨ ବର୍ଷିୟ ବାଳକଟି ସାଙ୍ଗମାନଙ୍କ ସହିତ ଖେଳୁଥିଲା। ସେତିକି ବେଳେ ବୁଲା କୁକୁରମାନେ ତାକୁ ଗୋଡ଼ାଇବାରୁ ସେ ଜୀବନ ବିକଳେ ଧାଇଁ ପଳାଇବାକୁ ଚେଷ୍ଟା କଲା। କିନ୍ତୁ, ବାଟରେ ତଳେ ପଡ଼ିଯିବାରୁ କୁକୁରମାନେ ତା’ ଉପରକୁ କୁଦିପଡ଼ି ଆକ୍ରମଣ କଲେ।

ବାଟୋଇମାନେ ଅୟାନ୍‌କୁ କୁକୁରମାନଙ୍କ କବଳରୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଲା।

Image Courtesy of MSN

ସୂଚନାଯୋଗ୍ୟ, ଏଇଟା ବରେଲିରେ ବୁଲା କୁକୁର ଆକ୍ରମଣର ପ୍ରଥମ ଘଟଣା ନୁହେଁ।

ଦୁଇ ମାସ ତଳେ ବୁଲା କୁକୁରମାନେ ଜଣେ ୩ ବର୍ଷୀୟ ବାଳିକାକୁ ଆକ୍ରମଣ କରି ମାରି ପକାଇଥିଲେ। ବାଳିକାଟି ତାଙ୍କ ଘର ସାମ୍ନାରେ ଖେଳୁଥିବା ବେଳେ କୁକୁରମାନେ ତା’ ଉପରକୁ ଲମ୍ଫ ମାରି କାମୁଡ଼ା କାମୁଡ଼ି କରି ପ୍ରାୟ ୧୫୦ ମିଟର୍‌ ଦୂରକୁ ଟାଣି ନେଇ ମାରି ପକାଇଥିଲେ।

ସେହିପରି, ଗତବର୍ଷ ଡିସେମ୍ବର ମାସରେ ସି. ବି. ଗଞ୍ଜ ଅଞ୍ଚଳର ମଥୁରାପୁର ଗାଁ’ରେ ବୁଲା କୁକୁରମାନେ ହଠାତ୍‌ ଗୋଲୁ ବୋଲି ଜଣେ ୧୨ ବର୍ଷିୟ ବାଳକକୁ ଆକ୍ରମଣ କରି ଆହତ କରି ପକାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ