ରାଜ୍ୟ

ସାତପଡ଼ା ଯାତ୍ରୀନିବାସ ଘରୋଇକରଣକୁ ବିରୋଧ

ପୁରୀ: ଆତିଥ୍ୟ ବାଣ୍ଟୁଥିବା ଗୋଟେ ପରେ ଗୋଟେ ଲାଭଦାୟୀ ଯାତ୍ରୀନିବାସକୁ ସରକାର ଘରୋଇ କମ୍ପାନି ହାତରେ ଅର୍ପଣ କରିଦେଉଛନ୍ତି। କୋଣାର୍କ ଉଡ୍‌ ରେସ୍ତୋରାଁ ପରେ ସାତପଡ଼ା ଯାତ୍ରୀନିବାସକୁ ଘରୋଇକରଣ ନେଇ ଗତ ମାର୍ଚ୍ଚ ମାସ ୨୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଚିଲିକା ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଯାତ୍ରୀନିବାସ ୧୯୮୬ ମସିହାରୁ ଆତିଥ୍ୟ ଯୋଗାଇ ଆସୁଥିବା ବେଳେ ଲାଭଦାୟୀ ଉଦ୍ୟୋଗର ପରିଚୟ ପାଇଛି। ଏହା ସତ୍ତ୍ୱେ ସାତପଡ଼ା ଯାତ୍ରୀନିବାସକୁ ଘରୋଇ କମ୍ପାନି ହାତରେ ଟେକି ଦେବାକୁ ମସୁଧା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଚିଲିକା ପରିବେଶ ପର୍ଯ୍ୟଟନ ମହାସଂଘ ଏହି ଘରୋଇକରଣ ପ୍ରସ୍ତାବକୁ ବିରୋଧ କରି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।

ଚିଲିକା ପରିବେଶ ପର୍ଯ୍ୟଟନ ମହାସଂଘର ସଭାପତି ସଦାଶିବ ଜେନା କହିଛନ୍ତ, ଏହି ଯାତ୍ରୀନିବାସ କେବଳ ଭଲ ଆତିଥ୍ୟ ଦେଉନାହିଁ ବରଂ ସୁଲଭ ମୁଲ୍ୟରେ ରହଣି ବ୍ୟବସ୍ଥା କରୁଛି। ସରକାରଙ୍କ ଲାଭଦାୟୀ ଉଦ୍ୟୋଗ ଭାବେ ଗତବର୍ଷ ଏହି ଯାତ୍ରୀ ନିବାସରୁ ୮ଲକ୍ଷ ଟଙ୍କାରୁ ଅଧିକ ଲାଭ ହୋଇଛି। ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଚିଲିକା ବୁଲିବାକୁ ଆସିଲେ ଆତିଥ୍ୟ ଓ ସୁଲଭ ମୂଲ୍ୟ ଦୃଷ୍ଟିରୁ ଏହି ଯାତ୍ରୀନିବାସରେ ରହିବାକୁ ପ୍ରାଥମିକତା ଦିଅନ୍ତି। ଚିଲିକାର ଜୈବ ବିବିଧତା, ସ୍ଥାନୀୟ ସଂସ୍କୃତି, ଗରିମା ସହ ଡଲଫିନ ଓ ବିଦେଶାଗତ ପକ୍ଷୀଙ୍କୁ ଦେଖି ସୁନ୍ଦର ଅନୁଭୂତି ନେଇ ଫେରନ୍ତି। ଧୀରେଧୀରେ ଏହି ଆଖପାଖରେ ୮ଟି ପର୍ଯ୍ୟଟନ ସ୍ଥଳ ବିକଶିତ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରତିବର୍ଷ କ୍ରମନ୍ୱୟରେ ବୃଦ୍ଧି ପାଉଛି। ଏବେ ଏଠାରେ ୧୨୦୦ରୁ ଅଧିକ ଡଙ୍ଗା ଚାଲୁଛି। ୧୫୦୦୦ରୁ ଅଧିକ ପରିବାରର ପେଟପାଟଣା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ। ତେଣୁ ଅନ୍ତତଃ ଏ ଦିଗଗୁଡିକୁ ତର୍ଜମା କରିବାକୁ ସେ ଅନୁରୋଧ କରିଛନ୍ତି।

ଶ୍ରୀ ଜେନାଙ୍କ କହିବା ମୁତାବକ, ଯାତ୍ରୀନିବାସ ଘରୋଇକରଣ ହେଲେ ସେବା ସମ୍ପନ୍ନ ଆତିଥ୍ୟ ମିଳିବ ନାହିଁ। ଏହା ବ୍ୟବସାୟ କେନ୍ଦ୍ରରେ ପରିଣତ ହେବ। ଘରୋଇ କମ୍ପାନି ନିଜର ଲାଭଖୋର ମନୋଭାବ ରଖି ପ୍ରତ୍ୟେକ ବ୍ୟବସ୍ଥାକୁ ନିଜ ଅକ୍ତିଆରରେ ରଖିବ। ଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ବହୁ ବ୍ୟକ୍ତି ଓ ସେମାନଙ୍କ ପରିବାର ଉପରେ ଏହାର ପ୍ରଭାବ ପଡ଼ିବ। ଆଞ୍ଚଳିକ ପର୍ଯ୍ୟଟକ ସୁଲଭ ମୂଲ୍ୟରେ ରହିବାର ସୁବିଧା ପାଇବେ ନାହିଁ। ତେଣୁ ସରକାର ସାତପଡ଼ା ଯାତ୍ରୀନିବାସକୁ ଘରୋଇକରଣ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ମହାସଂଘ ପକ୍ଷରୁ ଦାବି ହୋଇଛି। ଏହାବ୍ୟତୀତ ଫନିରେ କ୍ଷତିଗ୍ରସ୍ତ ଡଙ୍ଗା ମାଲିକଙ୍କୁ ସହାୟତା ରାଶି ପ୍ରଦାନ, ଡଙ୍ଗା ମରାମତି ପାଇଁ ବ୍ୟାଙ୍କ ପ୍ରଦାନ କରିଥିବା ଋଣ ଉପରେ ୨୦% ରିହାତି ପ୍ରଦାନ ଓ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାରେ ନିୟୋଜିତ ସମସ୍ତ ଡଙ୍ଗାକୁ ସହିଦ ବାଜି ରାଉତ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।