ରାଜ୍ୟ ସ୍ପେଶାଲ ରିପୋର୍ଟ

କିଡ୍‌ନି ନେଉଛି ଜୀବନ, ଜଣକ ପରେ ଜଣେ ଗାଁ ଛାଡ଼ୁଛନ୍ତି

ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଗୌରଗୋଡ଼ ଗାଁ ଲୋକଙ୍କୁ ଘାରିଛି କିଡ୍‌ନି ରୋଗର ଭୟ। କିଡ୍‌ନି ରୋଗ ଯୋଗୁ ଅସମୟରେ ଲୋକଙ୍କ ଜୀବନ ଚାଲିଯାଉଛି। ଭୟଭୀତ ଅବସ୍ଥାରେ ଥିବା ଲୋକେ କିଡ୍‌ନି ରୋଗ ଦାଉରୁ ନିଜ ପରିବାରକୁ ବଞ୍ଚାଇବାକୁ ଏବେ ଜଣକ ପରେ ଜଣେ ଗାଁ ଛାଡ଼ୁଛନ୍ତି। ଏବେ ପୁଣି ଜଣେ ବ୍ୟକ୍ତି ସନାତନ ଭୋଇଙ୍କ ଘରେ ତାଲା ଝୁଲୁଛି।

ଗତ କିଛି ବର୍ଷ ମଧ୍ୟରେ ଯୁଯମୁରା ବ୍ଲକ୍‌ ନୂଆବରଂଗାମାଲ ଓ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ କିଡ୍‌ନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିଡ୍‌ନିଜନିତ ରୋଗ ‌ଯୋଗୁ ଅନେକ ଲୋକଙ୍କ ପ୍ରାଣହାନି ଘଟିଛି। ପିଇବା ପାଣିରେ ଫ୍ଲୋରାଇଡ୍‌ର ମାତ୍ରା ଅଧିକ ଥିବାରୁ ଲୋକେ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଥିବା ପଡ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ, ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗାଁ ଓ ସଂଲଗ୍ନ ଗଉଡ଼ଗୋଠରେ ୨୦୧୫ରୁ ୨୦୨୦ ମସିହା ମଧ୍ୟରେ ଅନ୍ୟୁନ ୨୩ ଜଣ ଲୋକ କିଡ୍‌ନି ରୋଗରେ ପ୍ରାଣ ହରାଇଛନ୍ତି। ଗତ ୨୦୨୨ ମସିହାରେ କେବଳ ଗଉଡ଼ଗୋଠ ଗାଁର ଜ୍ୟୋତ୍ସ୍ନା ଭୋଇ, କୈଳାସ ଭୋଇ, ସେବତୀ ଭୋଇ, ସୀମା ଭୋଇ, ପ୍ରଶାନ୍ତ ଭୋଇଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ୨ ଏପ୍ରିଲରେ ପୁଣି ସୁରେଖା ଭୋଇଙ୍କ ଜୀବନ ନେଇଛି ଏହି ରୋଗ।

ଏଭଳି ସ୍ଥିତି ଦେଖି କିଛି ମାସ ଆଗରୁ ଧନପତି ଭୋଇ ଗୌରଗୋଠ ଗାଁ ଛାଡ଼ି ସପରିବାର ଧମାରେ ନିଜର ଜଣେ ସଂପର୍କୀୟଙ୍କ ଘରେ ରହୁଛନ୍ତି। ସନତ ଭୋଇ ପିଲାଛୁଆଧରି ବ୍ରାହ୍ମଣୀପାଲି ଏବଂ ଅନ୍ତର୍ଯ୍ୟାମୀ ଭୋଇ ସପରିବାର ଶାସନ ଅଂଚଳରେ ରହୁଥିବା ଜଣାପଡ଼ିଛି। ଗତ ୭ ଦିନ ତଳେ ସନାତନ ଭୋଇ ପୁଣି ଗୌରଗୋଠ ଛାଡ଼ି ନିଜ ପିଲାଛୁଆଙ୍କୁ ଧରି ଶ୍ୱଶୁର ଘର ରଢ଼ିଆପାଲିକୁ ଚାଲି ଆସିଥିବା ଜଣାପଡ଼ିଛି। ଗାଁର ଆଉ କେତେକ ପରିବାର ପୁଣି ଅନ୍ୟ ଜାଗାକୁ ଯିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ନିକଟରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗୌରଗୋଠକୁ ଯାଇ ପାଣିର ନମୁନା ସଂଗ୍ରହ କରିଥିଲେହେଁ ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଗାଁ ଲୋକଙ୍କ ଉପଯୁକ୍ତ ସ୍ବାସ୍ଥ୍ୟାବସ୍ଥା ନିମନ୍ତେ ଠୋସ୍ ପଦକ୍ଷେପ ନିଆଯାଇନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।