ଅପରାଧ ରାଜ୍ୟ

ଠକ ମୌଲାନା କୈଫି ଖାନ୍‌ଙ୍କ ନାଁରେ ମାମଲା

କଟକ: ଠକ ମୌଲାନା କୈଫି ଖାନ୍ ଙ୍କ ନାଁରେ ଆଜି ମଙ୍ଗଳାବାଗ ଥାନାରେ ଆଉ ଗୋଟିଏ ଏତଲା ହୋଇଛି। ଏହା ସହ କଟକର ବିଭିନ୍ନ ଥାନାରେ କୈଫିଙ୍କ ନାଁ ରେ ମୋଟ ପାଞ୍ଚଟି ମାମଲା ରୁଜୁ ହୋଇଛି। ଆଜି ହୋଇଥିବା ଏତଲା ଅନୁସାରେ ଜଗତସିଂହପୁର ତିର୍ତୋଲର ଦେବୀ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଦୁବାଇ କସ୍ତୁରୀ ମାୟାରେ ପକାଇ କୈଫି ନେଇଛନ୍ତି ପ୍ରାୟ ୨୨ଲକ୍ଷ ଟଙ୍କା।୨୦୧୮ମସିହାରେ ଘରର ବାସ୍ତୁ ଠିକ୍ କରିବା ଓ ଅନିଷ୍ଠକାରୀ ଆତ୍ମା ଘଉଡ଼ାଇବାକୁ କହି ଦେବୀ ମହାନ୍ତି ନାମକ ଏହି ବ୍ୟକ୍ତିଙ୍କ ଠାରୁ କୈଫି ନେଇଯାଇଛନ୍ତି ୨୨ଲକ୍ଷ ଟଙ୍କା।

ଅତୃପ୍ତ ଆତ୍ମା ଶାନ୍ତ କରିବା ପାଇଁ ଓ ବାସ୍ତୁ ଦୋଷ କାଟିବାକୁ ଦୁବାଇ ଓ ସିଙ୍ଗାପୁରରୁ କସ୍ତୁରୀ ଆସିବ।ତେଣୁ ଅଧିକ ଟଙ୍କା ଦରକାର କହି କୈଫି ଏହି ଟଙ୍କା ନେଇଥିଲେ ଆଉ ଟଙ୍କା ନେବା ପରେ ମୋବାଇଲ ସୁଇଚ ଅଫ୍ କରିଦେଇଥିଲେ କୈଫି।ଘଟଣାରେ ମଧ୍ୟସ୍ଥି ସାଜିଥିବା ଜୁଲଫିକର୍ ମଧ୍ୟ ଟଙ୍କା ଫେରାଇ ଆଣିବାରେ ନିଜର ଅସହାୟତା ପ୍ରକାଶ କରିଥିଲେ। ତେବେ ଏହି ଘଟଣା ଘଟିବା ପରେ ଆଜି ଆଉ ଏକ ମାମଲା ଠକ ମୌଲାନା ଙ୍କ ନାଁ ରେ ଆସିଛି। ସେପଟେ କୈଫିଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣି ଅଧିକ ଅନୁସନ୍ଧାନ ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ସୁଦ୍ଧା କୈଫିଙ୍କର ୧୨ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏହା ସହ କୈଫିଙ୍କ ସେୟାର ମାର୍କେଟର ଡି ମାର୍ଟ ଆକାଉଣ୍ଟ ଅଚଳ କରିବା ପାଇଁ ସେବିକୁ ଲେଖାଯାଇଥିବା ଡିସିପି ସୂଚନା ଦେଇଛନ୍ତି। କୈଫିଙ୍କ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି। କୈଫିଙ୍କ ଠକେଇର ଅନ୍ୟ କେହି ଶୀକାର ହୋଇଥିଲେ, ମଙ୍ଗଳାବାଗ ଥାନାରେ ଏତଲା ଦାୟର କରିବାକୁ ପୁଣି ଥରେ ନିବେଦନ କରିଛନ୍ତି ଡିସିପି।

ତେବେ ତନ୍ତ୍ର ମନ୍ତ୍ର କରି ଘରୁ ପ୍ରେତଆତ୍ମ ବାହାର କରି ଲୋକ ଙ୍କୁ ଲୁଟୁଥିବା ଜଣେ ଠକ କୁ ଗିରଫ କରିଥିଲା ମଙ୍ଗଳାବାଗ ପୁଲିସ।ଗିରଫ ଅଭିଯୁକ୍ତ ମୌଲାନା କୈଫି ଖାନ ନିକଟରୁ ପୁଲିସ ଲକ୍ଷାଧିକ ଟଙ୍କା ସହିତ ଦୁଇଟି ଦାମିକାର କାର,୭୦ନୂଆ ମୋବାଇଲ ୨୦ ଟି ଘଣ୍ଟା ସହ ତମ୍ବା ଜିନସ ଜବତ କରିଥିଲା। ପ୍ରଥମେ ରାଣୀହାଟ ର ଜଣେ ମହିଳା ଙ୍କ ଘରୁ ପ୍ରେତାତ୍ମା କାଢ଼ିବା ସହିତ ସେହି ଘରୁ ବାହାର କରିଥିବା ଗୁପ୍ତ ଧନ କୁ ଶୋଧ କରିବା ପାଇଁ ୬୨ଲକ୍ଷ ଲୁଟି ଥିବା ପୁଲିସ ପକ୍ଷରୁ ସୂଚନା ରହିଥିଲା ।

ତେବେ ଗିରଫ ନକଲି ବାବା ମୌଲାନା କୈଫି ଖାନ ଘର କଟକ କେଶର ପୁର ଅଞ୍ଚଳର ବୋଲି ଜଣା ପଡ଼ିଥିଲା। ମହିଳା ଙ୍କୁ ପାଖା ପାଖି ଏକ ବର୍ଷ ହେବ ତା ଜାଲ ରେ ଫସାଇ 62 ଲକ୍ଷ ତାଙ୍କ ଠକି ଦେଇଥିଲା। ପୁଲିସ ତାକୁ ଗିରଫ କରିବା ପରେ ପୁଲିସ ନଗଦ 2ଲକ୍ଷ 76 ହଜାର ଟଙ୍କା 2ଟି ଦାମୀ କାର 70ଟି ନୂଆ ମୋବାଇଲ ଫୋନ ୨୦ଟି ଘଣ୍ଟା ବହୁ ପରିମାଣ ର ପିତଳ ସାମଗ୍ରୀ ଜବତ କରିଥିଲା ପୁଲିସ। ତେବେ ଏହି ଠକ ମୌଲାନା ଙ୍କ ଅଭିଯୋଗ ତାଲିକା ବୃଦ୍ଧି ପାଉଥିଲା ବେଳେ ଏହି ଘଟଣା ଆହୁରି କେତେ ଯେ ଲୁଟ ର ଶିକାର ହୋଇଥିବେ ତାହା ସମୟ କହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।