ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଅଞ୍ଚଳରେ ଚାଲିଛି ଜୁଆ ଆଡ଼ା, ସବୁଜାଣି ଚୁପ୍ ବସିଛି ପୁଲିସ ପ୍ରଶାସନ

ଓଡ଼ଗାଁ : ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଅଞ୍ଚଳରେ ଚାଲିଛି ଜୁଆ ଆଡ଼ା। ପୁଲିସକୁ ହାତ କରି ଏହି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ସବୁଜାଣି ଚୁପ୍ ବସିଛି ପୁଲିସ ପ୍ରଶାସନ। ଶରଣକୁଳ ଥାନାଠାରୁ ୧ କିଲୋମିଟର ଦୂର ସାବିଦେଇପୁର ନିକଟରେ ଜୁଆ ଆଡ଼ା ଚାଲିଛି। ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେଉଛି। ସାଧାରଣ ଲୋକେ ସେହି ସ୍ଥାନ ଦେଇ ଯାତାୟାତ କରିବାକୁ ଭୟ କରୁଥିବା ବେଳେ ସାବିଦେଇପୁର ଗ୍ରାମବାସୀ କିଭଳି ଅବସ୍ଥାରେ ଥିବେ ତାହା କାହାରିକୁ ଅଛପା ନାହିଁ।

ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ ସୁଅ ଛୁଟୁଛି। ରାସ୍ତା ଉପରେ ଗାଡ଼ି ରଖି ଗାଁ ନିକଟରେ ଆଡ଼ା ଜମାଉଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଲଗାଇ ବେଆଇନ ଭାବେ ଜୁଆ ଖେଳ ହେଉଥିବା ବେଳେ ୨୦ରୁ ୩୦ଦିନ ଜୁଆଡ଼ି ପ୍ରତିଦିନ ସେଠାକୁ ଆସୁଛନ୍ତି। ଦିନ ୧୨ଟାରୁ ଖେଳ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚାଲିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମୁହଁ ଖୋଲିବାକୁ କାହାରି ସାହସ ନାହିଁ। ଯିଏ ଏହାକୁ ବିରୋଧ କରିବ କିମ୍ବା ପୁଲିସକୁ ଜଣାଇବ ତା’ ଉପରେ ଆକ୍ରମଣ କରାଯିବ ବୋଲି ଖୋଲାଖୋଲି ଧମକ ଦିଆଯାଉଛି। ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି।

ପୁଲିସକୁ ମାସିକିଆ ବଟି ଦେଇ ନିର୍ଭୟରେ ଜୁଆ ଖେଳ କରାଯାଉଛି। ଜୁଆ ଆଡ଼ାକୁ ସରକାରୀ ଚାକିରିଆ ଆସୁଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି। ନାମୀଦାମୀ ଗାଡ଼ି ଧରି ପହଞ୍ଚି ଯାଉଛନ୍ତି ଏମାନେ। ସେତିକି ନୁହଁ ଜୁଆ ଖେଳରେ ହାରିଲେ ସେଠାରେ ଥିବା ମାଷ୍ଟରମାଇଣ୍ଡ ସୁଧକୁ ଜୁଆଡ଼ିଙ୍କୁ ଟଙ୍କା ଦେଇଥାନ୍ତି। ଏହି ଅଞ୍ଚଳକୁ କୌଣସି ଲୋକଙ୍କୁ ଛଡ଼ା ଯାଇନଥାଏ। ଚାରିପଟେ କିଛି ଅସାମାଜିକ ବ୍ୟକ୍ତି ନିୟୋଜିତ ହୋଇଥିବା ଲୋକେ କହିଛନ୍ତି। ତେବେ ତୁରନ୍ତ ଜୁଆ ଆଡ଼ା ବନ୍ଦ କରିବା ସହିତ ମାଷ୍ଟରମାଇଣ୍ତକୁ ଗିରଫ କରିବାକୁ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।