ନୂଆଦିଲ୍ଲୀ : କର୍ଣ୍ଣାଟକର ନିର୍ବାଚନୀ ଲଢେଇ ଆରମ୍ଭ ହୋଇଯାଇଛି । କ୍ଷମତା ଦୌଡ଼ରେ ସାମିଲ ହୋଇଛନ୍ତି ସବୁ ରାଜନୈତିକ ଦଳ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଉଛି। ୨୨୪ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ମେ ୧୦ ରେ ଭୋଟଗ୍ରହଣ ହେବ । ମେ’ ୧୩ ତାରିଖରେ ଭୋଟଗଣତି ହେବ ।
ଏହା ପୂର୍ବରୁ ବିଭିନ୍ନ ସଂସ୍ଥାର ମତାମତ ସର୍ଭେ ପ୍ରକାଶ ପାଇଛି । ଜି ନ୍ୟୁଜ୍- ମାଟରାଇଜ୍ ର ଜନମତ ସର୍ଭେ ଅନୁଯାୟୀ ବିଜେପିକୁ ୧୦୩ରୁ ୧୧୫ ଟି ଆସନ ମିଳିପାରେ । ସେହିପରି କଂଗ୍ରେସକୁ ୭୯-୯୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ। ଯେତେବେଳେ ଜେଡିଏସ କିଙ୍ଗମେକର ଭାବେ ଉଭା ହୋଇପାରେ । ଏଥିରେ ୨୬ରୁ ୩୬ଟି ଆସନ ମିଳିପାରେ। ଅନ୍ୟମାନଙ୍କୁ ୧ରୁ ୩ଟି ଆସନ ମିଳିପାରେ। ଏହା ପୂର୍ବରୁ ଆସିଥିବା ଆଉ କେତେକ ସର୍ଭେରେ କଂଗ୍ରେସକୁ ପୂର୍ଣ୍ଣ ବହୁମତ ମିଳିବା ବିଷୟ କୁହାଯାଇଥିଲା ।
ସର୍ଭେରେ ପଚରା ଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧାନସଭା ନିର୍ବାଚନରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବେ କି? ଏହି ପ୍ରଶ୍ନର ଉତ୍ତରରେ ୪୪ ପ୍ରତିଶତ ମତଦାତା କହିଛନ୍ତି ଯେ ହଁ ପିଏମ ମୋଦି ଗେମ୍ ଚେଞ୍ଜର ସାବ୍ୟସ୍ତ ହେବେ । ତେବେ ୩୪ ପ୍ରତିଶତ ଲୋକ ଏହି ମତ ସହ କିଛି ମାତ୍ରାରେ ସହମତ ହୋଇଛନ୍ତି। ସେହିପରି ୨୨ ପ୍ରତିଶତ ମତଦାତା କହିଛନ୍ତି ଯେ କର୍ଣ୍ଣାଟକ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଗେମ୍ ଚେଞ୍ଜର ସାବ୍ୟସ୍ତ ହେବେ ନାହିଁ।