ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀରୁ ହାଓଡ଼ା ବନ୍ଦେ ଭାରତ, ଆଜି ପ୍ରଥମ ଟ୍ରାଏଲ୍‌ ରନ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ପୁରୀରୁ ହାଓଡ଼ାକୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ। ୧୩୦ କିମି ବେଗରେ ଗତି କରୁଥିବା ଏହି ଟ୍ରେନ୍‌ ଚଳାଚଳ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏକ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ଆସି କୋଲକାତାରେ ପହଞ୍ଚିବା ସହ ପ୍ରାଇମେରି ମେଣ୍ଟେନାନ୍ସ ୟୁନିଟ୍‌ରେ ଉକ୍ତ ଏକ୍ସପ୍ରେସର ଯାଞ୍ଚ ଶେଷ ହୋଇଛି। ନିୟମିତ ଭାବେ ଟ୍ରେନ୍‌ ଚାଲିବା ପୂର୍ବରୁ ୩ଟି ଟ୍ରାଏଲ୍‌ ରନ୍‌ କରାଯିବ, ଯାହାକି ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି।

ଓଡ଼ିଶାରେ ପ୍ରଥମଥର ଗଡ଼ିବାକୁ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସକାଳ ୬ଟା ୧୦ରେ ହାଓଡ଼ାରୁ ପୁରୀ ଯାତ୍ରା କରିବ। ସାଢ଼େ ୬ ଘଣ୍ଟା ମଧ୍ୟରେ ଟ୍ରେନ୍‌ଟି ପୁରୀରେ ପହଞ୍ଚିବ। ବାଟରେ ୬ଟି ଷ୍ଟେସନ୍‌ରେ ରହଣି କରିବ। ସକାଳ ୭ଟା ୩୮ରେ ଖଡ଼ଗପୁର, ୯ଟା ୪୮ରେ ଭଦ୍ରକ, ୧୦ଟା ୨୧ରେ ଯାଜପୁର କେନ୍ଦୁଝର ରୋଡ୍‌, ୧୧ଟାରେ କଟକ, ୧୧ଟା ୨୨ରେ ଭୁବନେଶ୍ବର, ଖୋର୍ଦ୍ଧାରୋଡ୍‌ରେ ୧୧ଟା ୪୦ରେ ଦୁଇ ମିନିଟ୍‌ ଲେଖାଏଁ ଅଟକିବ ଏବଂ ମଧ୍ୟାହ୍ନ ୧୨ଟା ୩୫ରେ ପୁରୀ ଷ୍ଟେସନରେ ପହଞ୍ଚିବ। ଫେରିବା ବାଟରେ ମଧ୍ୟ ସମ୍ପୃକ୍ତ ଷ୍ଟେସନ୍‌ଗୁଡ଼ିକରେ ରହିବ। ଅପରାହ୍ଣ ୧ଟା ୫୦ରେ ‌ବନ୍ଦେ ଭାରତ ପୁରୀରୁ ହାୱଡ଼ା ଅଭିମୁଖେ ବାହାରିବ। ଅପରାହ୍ଣ ୨ଟା ୨୩ରେ ଖୋର୍ଦ୍ଧା‌ରୋଡ୍‌, ୨ଟା ୪୩ରେ ଭୁବନେଶ୍ବର, ୩ଟା ୧୦ରେ କଟକ, ୪ଟାରେ ଯାଜପୁର କେନ୍ଦୁଝର ରୋଡ୍‌, ୪ଟା ୩୩ରେ ଭଦ୍ରକ, ୬ଟା ୩୫ରେ ଖଡ଼ଗପୁରରେ ଦୁଇ ମିନିଟ୍‌ ଲେଖାଏଁ ଅଟକିବା ପରେ ରାତି ୮ଟା ୩୦ରେ ହାଓଡ଼ାରେ ପହଞ୍ଚିବ।

ଆଜି ହେବାକୁ ଥିବା ପ୍ରଥମ ଟ୍ରାଏଲ୍‌-ରନ୍‌ରେ ଟ୍ରେନ୍‌ଟି ସକାଳ ୬ଟା ୩୦ରେ ହାଓଡ଼ାରୁ ବାହାରି ମଧ୍ୟାହ୍ନ ୧୨ଟା ୩୫ରେ ପୁରୀ ଷ୍ଟେସନ୍‌ରେ ପହଞ୍ଚିବ। ମଝିରେ କେବଳ ଦୁଇ ମିନିଟ୍‌ ଲାଗି ଖଡ଼ଗପୁରଠାରେ ରହଣି କରିବ। ଅପରାହ୍ଣ ୧ଟା ୫୦ରେ ପୁରୀ ଷ୍ଟେସନ୍‌ରୁ ଛାଡ଼ି ରାତି ୮ଟା ୩୦ରେ ହାଓଡ଼ାରେ ପହଞ୍ଚିବ ବୋଲି ରେଳ ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଦ୍ବିତୀୟ ଟ୍ରାଏଲ୍‌ ରନ୍‌ ଆସନ୍ତା ୩୦ ତାରିଖରେ ହାଓଡ଼ାରୁ ଭଦ୍ରକ ଷ୍ଟେସନ୍‌ ପର୍ଯ୍ୟନ୍ତ କରାଯିବ। ମେ’ ପହିଲାରେ ତୃତୀୟ ଟ୍ରାଏଲ୍‌ ରନ୍‌ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ମନ୍ତ୍ରାଳୟର ସମ୍ପୃକ୍ତ ଅଧିକାରୀଙ୍କ କହିବାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ। କେବେ ନିୟମିତ ଭାବେ ଚାଲିବ, ତାହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ। ପୂର୍ବରୁ ପୁରୀରୁ ହାୱଡା ୮ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ଏହି ‌ଏକ୍ସପ୍ରେସ୍‌ରେ ମାତ୍ର ସାଢ଼େ ୬ଘଣ୍ଟା ଲାଗିବ। ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ କରୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।