ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ମାଲକାନଗିରି : ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ଅନ୍ତର୍ଗତ ଅରନପୁରରେ ସହିଦ୍ ହୋଇଥିବା ୧୦ ଡିଆରଜି ଯବାନ ଏବଂ ଗାଡ଼ି ଚାଳକଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଛି। ଦାନ୍ତେୱାଡ଼ା ପୁଲିସ ପଡ଼ିଆ ଲୁହରେ ଭିଜିଛି। ନିଜେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ସହିଦଙ୍କ କଫିନକୁ କାନ୍ଧିଦେଇ ଗାଡ଼ିରେ ରଖିବା ସହିତ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି।
ଗତକାଲି ହିଁ ସହିଦଙ୍କ ମରଶରୀର ଘଟଣାସ୍ଥଳରୁ ଉଦ୍ଧାର କରି ଦନ୍ତେୱାଡା ଚିକିତ୍ସାଳୟକୁ ନିଆଯାଇଥିଲା। ଆଜି ସକାଳେ ବ୍ୟବଚ୍ଛେଦ କରିବା ପରେ ପୁଲିସ ପ୍ୟାରେଡ୍ ପଡ଼ିଆକୁ ତ୍ରିରଙ୍ଗା ଘୋଡ଼ାଇ କଫିନ୍ ଅଣାଯାଇଥିଲା। ହଜାରହଜାର ସଂଖ୍ୟାରେ ଲୋକ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପହଞ୍ଚିଥିଲେ। ସହିଦଙ୍କ ପରିବାର ପହଞ୍ଚିବା ପରେ ହୃଦୟ ବିଦାରକ ପରିବେଶ ସୃଷ୍ଟି ହୋଇଥିଲା। କିଏ ପୁଅକୁ ହରାଇ ତ କିଏ ସ୍ବାମୀଙ୍କୁ ହରାଇ ବାହୁନି ବାହୁନି କାନ୍ଦିବା ଦୃଶ୍ୟ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। କୁନିକୁନି ପିଲା ନିଜ ବାପାଙ୍କ ଶେଷଦର୍ଶନ କରିବାକୁ ଆକୁଳ ହୋଇ ରହିଥିଲେ। ସି
ଏଏଫ୍ ନବମ ବାଟାଲିଆନ ପକ୍ଷରୁ ସହିଦଙ୍କ ଶେଷ ସଲାମି ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲ ଶୋକସନ୍ତପ୍ତ ପରିବାରକୁ ଭେଟିଥିଲେ। ଏହି ଦୁଃଖଦ ସମୟରେ ଦମ୍ଭ ଧରିବାକୁ ନିବେଦନ କରିବା ସହ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସହିଦଙ୍କ ପାର୍ଥିବ ଶରୀରକୁ ପୈତୃକ ଗାଁକୁ ପଠାଯିବା ସହିତ ଦାନ୍ତେୱାଡା ପୁଲିସ କଲୋନି ସ୍ଥିତ ଶାନ୍ତିକୁଞ୍ଜ ଶ୍ମଶାନରେ ୨ଜଣ ସହିଦଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l