ରାଜ୍ୟ

ଓଡ଼ିଆ ଭାଷାକୁ କେନ୍ଦ୍ରୀୟ ସଂସ୍ଥାର କଦର୍ଥ ପ୍ରସଙ୍ଗ: ଶୁଦ୍ଧ ଓଡ଼ିଆରେ ଲେଖାଗଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ(ଭାରତୀୟ ଜ୍ଞାନ ପ୍ରଣାଳୀ)ର ଓଡ଼ିଆ ଭାଷା ଜ୍ଞାନ କିଭଳି, ତାହା ଜି-୨୦ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ରେ ନଜରକୁ ଆସିଥିଲା। ଓଡ଼ିଆ ଭାଷାକୁ କଦର୍ଥ କରାଯାଇଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ସଂସ୍ଥା ପକ୍ଷରୁ ଏବେ ସେଥିରେ ସଂଶୋଧନ କରାଯାଇଛି। ହିନ୍ଦୀ, ଇଂରାଜୀ ଭଳି ସ୍ପଷ୍ଟ ଭାବେ ଓଡ଼ିଆରେ କୀର୍ତ୍ତିରାଜି ସମ୍ପର୍କ‌ରେ ବର୍ଣ୍ଣନା ହୋଇଛି। ବାକ୍ୟ ଗଠନ ସହ ଶବ୍ଦ ଉପସ୍ଥାପନ ଶୈଳୀରେ ସ୍ପଷ୍ଟତା ଦେଖିବାକୁ ମିଳୁଥିବାରୁ ପ୍ରତିଦିନ ଏଠାକୁ ବୁଲିବାକୁ ଆସୁଥିବା ଶତାଧିକ ଦର୍ଶକ ଉକ୍ତ ଐତିହ୍ୟ ସମ୍ପର୍କରେ ଜାଣିବାକୁ ପାଉଛନ୍ତି।

ଐତିହ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ଯେ ତାମିଲନାଡ଼ୁର ଚେନ୍ନାଇଠାରୁ ୬୦ କିମି ଦକ୍ଷିଣରେ ମହାବଳୀପୁରମ୍‌ରେ ଅବସ୍ଥିତ ‘ସୋର’ ମନ୍ଦିର ଅଷ୍ଟମ ଶତାଦ୍ଦୀରେ ଗ୍ରାନାଇଟ୍‌ ଖଣ୍ଡରେ ନିର୍ମିତ ଏକ ଢାଞ୍ଚାଗତ ମନ୍ଦିର। ଭାରତୀୟ ପଲ୍ଲବ ବଂଶର ନରସିଂହବର୍ମନ-ଦ୍ବିତୀୟଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା, ଯେତେବେ‌ଳେ ଏହି ସ୍ଥାନ ଏକ ବ୍ୟସ୍ତବହୁଳ ବନ୍ଦର ଥିଲା। ୧୯୮୪ରୁ ଏହା ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳର ମାନ୍ୟତା ପାଇଛି। ମନ୍ଦିର ପରିସର ପାଇଁ ବଲ୍ଲବ ବଂଶର ରାଜା ରାଜସିଂହ(୭୦୦-୨୮ ଖ୍ରୀଷ୍ଟାବ୍ଦ)ଙ୍କୁ ଦାୟୀ କରାଯାଏ, ଯିଏ କି ନରସିଂହବର୍ମନ-ଦ୍ବିତୀୟ ନାମରେ ମଧ୍ୟ ପରିଚିତ। ଏହି ମନ୍ଦିର ଦକ୍ଷିଣ ଭାରତର ସର୍ବପୁରାତନ ପୃଥକ ଭାବେ ନିର୍ମିତ ପୋଡ଼ା ଯାଇଥିବା ପଥର ମନ୍ଦିର ମଧ୍ୟରୁ ଅନ୍ୟତମ। ଜଳମଗ୍ନ ସମୁଦ୍ର କୂଳରେ ଥିବା ଅନେକ ମନ୍ଦିର ମଧ୍ୟରୁ ଏହି ମନ୍ଦିର ପରିସର ଶେଷ ବୋଲି ବିଶ୍ବାସ କରାଯାଏ। ୨୦୦୪ ସୁନାମି ସମୟରେ ଉପକୂଳରେ ଏହା ସହ ସମ୍ପୃକ୍ତ ମନ୍ଦିରଗୁଡ଼ିକର ରୂପରେଖ ଦେଖାଯିବା ଏହି ବିଶ୍ବାସକୁ ସମର୍ଥନ କରିଛି।

ସେହିପରି ତାମିଲନାଡ଼ୁର ତାଞ୍ଜାଭୁରଠାରେ ଥିବା ବୃହଦେଶ୍ବର ମନ୍ଦିର ସମ୍ପର୍କରେ ବି ଓଡ଼ିଆରେ ଉଲ୍ଲେଖ କରାଯାଇଛି। ସମ୍ରାଟ ରାଜ ‌ଚୋଳ-ପ୍ରଥମଙ୍କ ଦ୍ବାରା ନିର୍ମିତ ହୋଇ ୧୦୧୦ ଖ୍ରୀଷ୍ଟାଦ୍ଦରେ ସମ୍ପୂର୍ଣ୍ଣ ହୋଇଥିଲା। ଏହା ଭାରତର ଅନ୍ୟତମ ବୃହତ୍ତମ ମନ୍ଦିର ଓ ଚୋଳ କାଳରେ ସ୍ଥାପତ୍ୟର ଏକ ଉଦାହରଣ। ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳର ଏକ ଅଂଶ ଯାହା ‘ମହାନ ଜୀବନ୍ତ ଚୋଳ ମନ୍ଦିର’ ଭା‌ବେ ପରିଚିତ। ମନ୍ଦିର ମିନାର ୨୧୬ ଫୁଟ୍‌ ତଥା ୬୬ ମିଟର ଉଚ୍ଚ, ଯାହାକି ବିଶ୍ବର ସବୁଠାରୁ ଉଚ୍ଚ। ୬ଟି ଭୂମିକମ୍ପରୁ ଏହି ମନ୍ଦିର ବର୍ତ୍ତିଯାଇଥିବା ନେଇ ଓଡ଼ିଆ ବ୍ରୋଚରରେ ଉଲ୍ଲେଖ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।