ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର, (ଗାର୍ଗୀ ଶତପଥୀ) : ରାଜ୍ୟ ସରକାର ଓଡ଼ିଶା ପୋଷାକ ଏବଂ ବୈଷୟିକ ବୟନ ଶିଳ୍ପ ନୀତି ୨୦୨୨ ପ୍ରଣୟନ କରିଛନ୍ତି। ଏଥିରେ ପୁଞ୍ଜିନିବେଶ, କର୍ମଚାରୀ ଭିତ୍ତିକ ରିହାତି, ମାର୍କେଟିଂ ସହାୟତା କ୍ଷେତ୍ରରେ ପ୍ରୋତ୍ସାହନ ଦିଆଯାଉଛି। ଏହା ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବଡ଼ ଧରଣର ପୁଞ୍ଜିନିବେଶକୁ ଆକର୍ଷିତ କରିବ। ରାଜ୍ୟରେ ବନ୍ଦ ପଡ଼ିଥିବା ସୂତା କଳ ପୁନରୁଦ୍ଧାର ନେଇ ‘ସମ୍ବାଦ’ର ପ୍ରଶ୍ନ ଉପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ହସ୍ତତନ୍ତ-ବୟନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ। ହେଲେ ରାଜ୍ୟରେ ସୂତାକଳ ପୁନରୁଦ୍ଧାର ହେବ ନା ନାହିଁ ସେ ନେଇ ଡ. ପାଢ଼ୀ କିଛି ବି ସ୍ପଷ୍ଟ କଲେ ନାହିଁ। କେବଳ ସଚିବ ନୁହଁନ୍ତି, ପୂର୍ବରୁ ମନ୍ତ୍ରୀ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇସାରିଛନ୍ତି।
ସିଧାସଳଖ ନ କହିଲେ ବି ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିସାରିଛନ୍ତି ଯେ ଟେକ୍ସଟାଇଲ୍ ମିଲ୍ ଆଉ ଉତ୍ପାଦନରେ ନାହାନ୍ତି। ଆହୁରି ସ୍ପଷ୍ଟ କରି କହିଲେ, ୨୦୧୭ ମସିହାରେ ତତ୍କାଳୀନ ହସ୍ତତନ୍ତ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୧୩ ଟେକ୍ସଟାଇଲ ମିଲ୍ କୌଣସି ଉତ୍ପାଦନ କରିନାହାନ୍ତି। ତତ୍କାଳୀନ ମନ୍ତ୍ରୀ ଓ ବର୍ତ୍ତମାନର ସଚିବଙ୍କ କଥାକୁ ବିଚାରକୁ ନେଲେ ଏତିକି କଥା ବୁଝାପଡ଼ୁଛି ଯେ ବନ୍ଦ ସୂତାକଳ ପୁନରୁଦ୍ଧାର ନେଇ ସରକାରଙ୍କର କୌଣସି ଯୋଜନା ନାହିଁ। ଅର୍ଥାତ୍ ରାଜ୍ୟରେ ସମବାୟ ସୂତାକଳ ଯୁଗର ଅବସାନ ଘଟିଛି। ରାଜ୍ୟ ବୁଣାକାର ସଂଘ ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ସୂତାକଳ ପୁନରୁଦ୍ଧାର ନେଇ ସେମାନେ ବିଭିନ୍ନ ସମୟରେ ହସ୍ତତନ୍ତ ଏବଂ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଲାଭ ହୋଇନାହିଁ।
ଭିତ୍ତିଭୂମି ଥାଇବି ସୂତା ପାଇଁ ଦକ୍ଷିଣ ଭାରତକୁ ଭରସା
ପୂର୍ବରୁ ମନ୍ତ୍ରୀ କହିଥିଲେ ମିଲ୍ରୁ ଆଉ ଉତ୍ପାଦନ ହେଉନି
ଏବେ ବୟନ ଶିଳ୍ପ ନୀତି କଥା କହି ନିରବ ରହିଲେ ସଚିବ
ସୂଚନା ଅନୁଯାୟୀ, ରାଜ୍ୟରେ ବାଲେଶ୍ବର ଜିଲ୍ଲା ବାଲିଆପାଳରେ ଶ୍ରୀଗୋପିନାଥ ସମବାୟ ସୂତାକଳ, କଟକ ଜିଲ୍ଲା ଖଣ୍ଡୁଆ ଶାଢ଼ି ପାଇଁ ପ୍ରସିଦ୍ଧି ଲାଭ କରିଥିବା ନୂଆପାଟଣାର ଶ୍ରୀଜଗନ୍ନାଥ ସୂତାକଳ, ଖୋର୍ଧାର ଉତ୍କଳ ସମବାୟ ସୂତାକଳ, ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଠାରେ କଳିଙ୍ଗ ସମବାୟ ସୂତାକଳ, ଜଗତସିଂହପୁର ଜିଲ୍ଲା ଶ୍ରୀସାରଳା ସମବାୟ ସୂତାକଳ, କଳାହାଣ୍ଡି ଜିଲ୍ଲା କେସିଙ୍ଗାର କୋଣାର୍କ ସୂତାକଳ, ସୋନପୁର ଠାରେ ସୋନପୁର ସୂତାକଳ, ଗଞ୍ଜାମ ଜିଲ୍ଲାରେ ଆସ୍କା ସୂତାକଳ, ବାରିପଦା ସୂତାକଳ, ଚୌଦ୍ବାରରେ ଓଟିଏମ ସୂତାକଳ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ଏହି ସୂତାକଳଗୁଡ଼ିକ ଖୋଲା ଯାଇଥିଲା। ରାଜ୍ୟରେ ଉନ୍ନତମାନର କପା ଉତ୍ପାଦିତ ହୁଏ। ଏଠାରେ ଉତ୍ପାଦିତ ସୂତା ଅତ୍ୟନ୍ତ ଉଚ୍ଚମାନର। ଏହି ସୂତାକଳରେ ଅନେକ ସଂଖ୍ୟାରେ କର୍ମଚାରୀ ମଧ୍ୟ ଥିଲେ। ମାତ୍ର ପରିଚାଳନାଗତ ସମସ୍ୟା ଯୋଗୁଁ ପର୍ଯ୍ୟାୟକ୍ରମରେ ସମସ୍ତ ସୂତାକଳ ଗୁଡ଼ିକ ବନ୍ଦ ହୋଇଯାଇଛି।
ଚୌଦ୍ବାର ସୂତାକଳ ନେଇ ମାମଲା ବର୍ତ୍ତମାନ ନ୍ୟାୟାଳୟରେ ବିଚାରାଧୀନ ହୋଇ ରହିଛି। ସୂତାକଳରେ ବ୍ୟବହୃତ ମେସିନ, କୋଠା ସମେତ ମୂଲ୍ୟବାନ ସାମଗ୍ରୀ ଖତ ଖାଉଛି। ବର୍ଷ ବର୍ଷ ଧରି ଏହାର ପୁନରୁଦ୍ଧାରର ବ୍ୟବସ୍ଥା ନ ହେବାରୁ କ୍ରମଶଃ ଏହାର ଉପଯୋଗିତା ନେଇ ପୂର୍ଣ୍ଣଚ୍ଛେଦ ପଡ଼ିବାରେ ଲାଗିଛି। ଚିନି କଳ ଭଳି ସୂତାକଳ ସତ୍ତା ହରାଇବାରେ ଲାଗିଛି।
ବୁଣାକାର ଶ୍ରୀଧର ବେହେରାଙ୍କ ଅନୁସାରେ, ରାଜ୍ୟର ଅଧିକାଂଶ ବୁଣାକାର ତାମିଲନାଡ଼ୁ କିମ୍ବା ଦକ୍ଷିଣ ଭାରତରୁ ସୂତା କ୍ରୟ କରନ୍ତି। ଓଡ଼ିଶାର ପ୍ରସିଦ୍ଧ ଶାଢ଼ିମାନଙ୍କରେ ଭିନ୍ନ ପ୍ରକାର ସୂତାର ବ୍ୟବହାର ହୁଏ। ସର୍ବନିମ୍ନ ହିସାବ ନିଆଗଲେ, ୨୦ ନମ୍ବର ସୂତା ଦର ବଣ୍ଡଲ ହିସାବରେ ୨୭୦୦ ଟଙ୍କା। ଦକ୍ଷିଣ ଭାରତରୁ କିଣିବାକୁ ପଡ଼ୁଥିବାରୁ ଏସବୁ ପାଇଁ ଅଧିକ ଦର ଦେବାକୁ ପଡ଼ୁଛି। ତାହାବି ସ୍ଥିର ନୁହେଁ। ବିଭିନ୍ନ ସମୟରେ ନିମ୍ନମାନର ସୂତା ମିଳୁଛି। ଓଡ଼ିଶାର ସୂତାକଳ କାର୍ଯ୍ୟକ୍ଷମ ଥିଲେ ଉଚ୍ଚମାନର ସୂତା କମ ଦରରେ ମିଳନ୍ତା। ରାଜ୍ୟରେ କପା ଅଛି, ତାମିଲନାଡ଼ୁ ସୂତାକଳ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଆ ମଧ୍ୟ ଅଛନ୍ତି। ଓଡ଼ିଶାର ବୟନ ଏବଂ ହସ୍ତତନ୍ତର ଚାହିଦା ଏବଂ ପ୍ରସିଦ୍ଧି ରହିଛି। ତେଣୁ ସୂତାର ବଡ଼ ବଜାର ମଧ୍ୟ ରହିଛି। ଏସବୁ ଦେଖିଲେ ସୂତାକଳ ପୁନରୁଦ୍ଧାର ଆବଶ୍ୟକତା ଥିବା ନେଇ ସଂଘ ମତ ଦେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l