ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ଗତ ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକସନର ତରିଆମହୁଆଭଟା ଗାଁରେ ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଛି ବାଘ।
ଆଜି ସକାଳେ ଗାଁର ଭାଗିରଥୀ ରାଉତଙ୍କ ବାଛୁରୀ ଗୁହାଳରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ବାଘ ଆକ୍ରମଣ କରି ମାରି ଖାଇ ଦେଇଥିବା ଜଣା ପଡ଼ିଛି। ଗତ ମାର୍ଚ୍ଚ ୧୫ ତାରିଖ ଦିନ ଏହି ବାଛୁରୀକୁ ବାଘ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ଗାଁ ଭିତରକୁ ଆସି ବାଘ ବାଛୁରୀକୁ ମାରି ଖାଇଲା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ସୂଚନା ପାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହା ଏକ କଲରାପତରିଆ ବାଘ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ପ୍ରାୟ ମାସେ କାଳ ହେବ ନୂଆପଡ଼ାରେ ବାଘ ଆତଙ୍କ ଜାରି ରହିଛି। ଗତ ୧୬ ତାରିଖରେ ଧରମବନ୍ଧା ସେକ୍ସନ ସିଲିଆରିବାହାର ଗାଁର ଏକ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିଲା। ସେଠାରେ ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ୨ଟି ବାଘ ଜଗି ରହିଥିବା ବେଳେ ଗାଈକୁ ଶିକାର କରିଥିଲେ। ଗୋଟିଏ ବାଘ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଅନ୍ୟଟି ଗାଈକୁ ଖାଇବା ପରେ ଆଉ ସେଠାରୁ ଯାଇପାରି ନଥିଲା। ପରେ ବାଘଟି ଅସୁସ୍ଥ ହେବାସହ ଛଟପଟ ହୋଇଥିଲା।
ଖବର ପାଇ ବନ ବିଭାଗ ଏସିଏଫ୍ ମହମ୍ମଦ ସାଲେହା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସଚ୍ଚିଦାନନ୍ଦ ପଣ୍ଡା, ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ସୁଶୀଳ ତ୍ରିପାଠୀ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ବାଘକୁ ଏକ ଜାଲ ସାହାଯ୍ୟରେ କାବୁ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବାଘର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପିଞ୍ଜରାରେ ଭର୍ତ୍ତି କରି ଏକ ଗାଡ଼ିରେ ନୂଆପଡ଼ା ବନ ବିଭାଗ କାର୍ଯ୍ୟାଳକୁ ଅଣାଯାଇଥିଲା। ବିଭାଗୀୟ କାର୍ଯ୍ୟାଳୟରେ ବାଘକୁ ରଖାଯାଇ ଚିକିତ୍ସା କରାଯାଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l