ରାଜନୀତି ରାଜ୍ୟ

ଗଠନ ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଠନ କରାଯାଇଛି। ଆଜି ସଂଧ୍ୟାରେ ପ୍ରଦେଶ କଂଗ୍ରେସର ନୂଆ ପଦାଧିକାରୀଙ୍କ ନାଁ ଘୋଷଣା ହୋଇଛି। ଏଥିରେ ଏକ୍‌ଜିକ୍ୟୁଟିଭ୍ କମିଟି, ଅଫିସ କର୍ମକର୍ତା ଓ ଗଣମାଧ୍ୟମ ସେଲ୍‌କୁ ମିଶାଇ ଏକ ଜୁମ୍ବୋ ଟିମ୍ ଗଠନ କରାଯାଇଛି। ଓଡ଼ିଶା ପ୍ରଦେଶ କଂ‌ଗ୍ରେସ କମିଟିର ପଦାଧିକାରୀ ତାଲିକାକୁ ଏଆଇସିସି ମଞ୍ଜୁର କରିଛି।

ଘୋଷଣା ତାଲିକାରେ ବରିଷ୍ଠ ୫ଜଣ ବରିଷ୍ଠ ଉପ-ସଭାପତି ରହିଛନ୍ତି। ଏଥିରେ ଗଣେଶ୍ବର ବେହେରା, ତାରାପ୍ରସାଦ ବାହିନୀପତି, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ ଓ ସରସ୍ବତୀ ହେମ୍ବ୍ରମ୍ ସ୍ଥାନ ପାଇଛନ୍ତି। ସେହିପରି ୧୨ଜଣ ଉପ-ସଭାପତି ତାଲିକାରେ ରହିଛନ୍ତି ମମତା ମାଢ଼ୀ, ଅଧିରାଜ ମୋହନ ପାଣିଗ୍ରାହୀ, ରାଜେନ୍ଦ୍ର ଛତ୍ରିଆ, ବିଭୁତି ମିଶ୍ର, ସି.ଏସ୍ ରାଜନ ଏକ୍କା, ଜାନକୀ ବଲ୍ଲଭ ପଟ୍ଟନାୟକ, କିଶୋର ଜେନା, ପ୍ରତିମା ମଲ୍ଲିକ, ଶୁଭେନ୍ଦୁ ମହାନ୍ତି, ବିଶ୍ବଭୂଷଣ ଦାସ, ରଜତ ଚୌଧୁରୀ ଓ ନକୁଳ ନାଏକ ଅଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କୋଷାଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ସେହିପରି ୩୯ଜଣ ସାଧାରଣ ସଂପାଦକ, ୬୧ଜଣ ସଂପାଦକଙ୍କ ନାଁ ଘୋଷଣା ହୋଇଛି।

ଅପରପକ୍ଷରେ ଏକ୍‌ଜିକ୍ୟୁଟିଭ୍ କମିଟିରେ ସମୁଦାୟ ୬୭ଜଣ ସ୍ଥାନ ପାଇଛି। ପିସିସି ସଭାପତିଙ୍କ ସମେତ, ପୂର୍ବତନ ପିସିସି ସଭାପତି, ସଂଖ୍ୟାଲଘୁ, ମହିଳା, ଯୁବ ଓ ଛାତ୍ର ସଭାପତିଙ୍କୁ ସ୍ଥାନ ଦିଆଯାଇଛି। ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷଭାବେ ନିଜ ପଦବି ବଜାୟ ରଖିଛନ୍ତି ଗଣେଶ୍ବର ‌ବେହେରା। ଦୀପକ ମହାପାତ୍ର ସଂଯୋଜକ ଥିବା ବେଳେ ଏହି ତାଲିକାରେ ସମୁଦାୟ ୨୭ଜଣ ରହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର