ରାଜ୍ୟ

ବିଶ୍ବ ଅର୍ଥନୀତିରେ ଶୀର୍ଷ ସ୍ଥାନ ପାଇଁ ଲଢ଼ିବ ଭାରତ: କେନ୍ଦ୍ରମନ୍ତ୍ରୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର : ଭାରତୀୟ ଅର୍ଥନୀତିରେ ସୁଧାର ଆସୁଛି। କିଛି ବର୍ଷ ପୂର୍ବେ ବହୁ ପଛରେ ପଡ଼ିଥିବା ଭାରତର ଅର୍ଥନୀତି ଏବେ ବିଶ୍ବର ପଞ୍ଚମ ସ୍ଥାନରେ ପହଞ୍ଚିଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ଆହୁରି ଉନ୍ନତ ହେବା ସହ ପ୍ରଥମ ସ୍ଥାନ ଲାଗି ଆମେରିକା ଓ ଚୀନ୍‌ ସହ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ଜି-୨୦ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ର ଦ୍ବିତୀୟ ଦିବସକୁ ଉଦ୍‌ଘାଟନ କରି କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏବର୍ଷ ୧୧ ବିଲିୟନ୍‌ ଡଲାର ମୋବାଇଲ ରପ୍ତାନି
ଦେଶରେ ଲଜିଷ୍ଟିକ୍ସ ଇକୋସିଷ୍ଟମ ସୁଦୃଢ଼ ହୋଇଛି

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର କହିଲେ, ୨୦୧୪ରେ ଭାରତରେ ବ୍ୟବହୃତ ୮୨% ମୋବାଇଲ ବାହାର ଦେଶରୁ ଆମଦାନି ହେଉଥିଲା। ମାତ୍ର ୨୦୨୨ରେ ଦେଶରେ ଉପଯୋଗ କରାଯାଉଥିବା ୧୦୦% ମୋବାଇଲ ଭାରତରେ ହିଁ ନିର୍ମାଣ କରାଯାଉଛି। ୨୦୧୪ରେ ଭାରତର ମୋବାଇଲ ଫୋନ୍ ରପ୍ତାନି ଶୂନ୍ୟ ସ୍ତରରେ ଥିବା ବେଳେ ଚଳିତବର୍ଷ ଭାରତ ୧୧ ବିଲିୟନ ଡଲାର ମୂଲ୍ୟର ଆପଲ୍‌ ଓ ସାମସଙ୍ଗ୍‌ ଫୋନ୍‌ ବିଦେଶକୁ ରପ୍ତାନି କରିଛି। ଉପଯୁକ୍ତ ବଜାର ସୁବିଧା ଅଭାବ ନେଇ ବହୁ ଦଶନ୍ଧି ଧରି ଭାରତ ଅପବାଦ ମୁଣ୍ଡାଉଥିଲା। ବିଶ୍ୱ ଉତ୍ପାଦନର କେନ୍ଦ୍ରସ୍ଥଳୀ ହେବା ଲାଗି ଭାରତ ପାଖରେ କ୍ଷମତା ନାହିଁ ବୋଲି କୁହାଯାଉଥିଲା। କାରଣ ଏଠାରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ଥିଲା। ବ୍ୟବସାୟିକ କାରବାର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ନଥିଲା। ମାତ୍ର ଆଜି ପରିସ୍ଥିତି ବଦଳି ଯାଇଛି। ବିଶ୍ୱର ବଡ଼ ବଡ଼ ସେମିକଣ୍ଡକ୍ଟର୍‌, ଇଲେକ୍ଟ୍ରୋନିକ୍ସ, ମୋବାଇଲ ଓ ଅନ୍ୟାନ୍ୟ ଉତ୍ପାଦ ନିର୍ମାତା ଭାରତରେ ସେମାନଙ୍କ ସାମଗ୍ରୀ ନିର୍ମାଣ, ରପ୍ତାନି ଓ ଭାରତରେ ବିକ୍ରି କରିବା ଲାଗି ଆଗ୍ରହୀ ହେଉଛନ୍ତି। ଦେଶରେ ଲଜିଷ୍ଟିକ୍ସ ଇକୋସିଷ୍ଟମ୍‌ ଏବେ ଅଧିକ ଦକ୍ଷ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ସେ ଆହୁରି କହିଲେ, ଏହି ସମ୍ମିଳନୀରେ ଲଜିଷ୍ଟିକ୍ସ କ୍ଷେତ୍ରରେ ସମନ୍ୱୟ, ଉପକୂଳ ଅର୍ଥ ବ୍ୟବସ୍ଥା ଓ ଦୀର୍ଘସ୍ଥାୟିତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେଉଛି। ଆଗାମୀ ଦିନରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ପରିମାଣର ସୁଯୋଗ ତଥା ସମ୍ଭାବନା ସୃଷ୍ଟି ହେବ। ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିର ବିକାଶ ସହ ନିବେଶ, ଉଦ୍ୟମିତା ଓ ନିଯୁକ୍ତି ପାଇଁ ଅନେକ ସୁଯୋଗ ରହିବ। ଲଜିଷ୍ଟିକ୍ସ ଏକ ଆକର୍ଷଣୀୟ କ୍ଷେତ୍ର ହେବାକୁ ଯାଉଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଏଥିରେ ବହୁତ ସମ୍ଭାବନା ରହିଛି। ଏହାକୁ ପ୍ରଯୁକ୍ତି ଦ୍ୱାରା ସଶକ୍ତ କରାଗଲେ ନିବେଶ, ଉଦ୍ୟମିତା ଓ ନିଯୁକ୍ତି ପାଇଁ ବ୍ୟାପକ ସମ୍ଭାବନା ସୃଷ୍ଟି ହେବ। ନୂଆ ବ୍ୟବସାୟ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଆହୁରି ଅନେକ ସୁଯୋଗ ସୃଷ୍ଟି ହୋଇପାରିବ। ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି। ବିଶ୍ୱବ୍ୟାପୀ ଅଧିକ ସମ୍ମାନ ମିଳୁଛି। ବିଶ୍ୱ ଏବେ ଅଧିକ ଦୀର୍ଘସ୍ଥାୟୀ ଲଜିଷ୍ଟିକ୍ସ ଓ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳା ଚାହୁଛି। ବିପଦଠାରୁ ଦୂରକୁ ଯାଇ ଅଧିକ ଭରସାଯୋଗ୍ୟ ଦୀର୍ଘସ୍ଥାୟୀ ଅର୍ଥ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛି। ଏଥିସହ ଓଡ଼ିଶା ଭଳି ଉପକୂଳବର୍ତ୍ତୀ ରାଜ୍ୟରେ ଲଜିଷ୍ଟିକ୍ସ ଉପରେ ଧ୍ୟାନ ଦେବା ଓ ଆଲୋଚନା କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ଉଦ୍‌ଘାଟନୀ ସମାରୋହରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଅତୁଲ କୁମାର ତିୱାରୀ, ସିଆଇଆଇର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଟିଭିଏସ ସପ୍ଲାଇ ଚେନ ସଲ୍ୟୁସନ୍ସର ଉପସଭାପତି ଆର୍‌. ଦିନେଶ, ଡେଲଏଟ୍‌ର ଭାଗୀଦାର ଏନ.ଏସ୍‌.ଏନ୍‌ ମୂର୍ତ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ଅଧିବେଶନରେ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ମତ ରଖିଥିଲେ।
ପ୍ରଦର୍ଶନୀରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଜାତୀୟ ଦକ୍ଷତା ବିକାଶ ନିଗମ(ଏନ୍‌ଏସ୍‌ଡିସି), ଏନଆଇଇଏସବିୟୁଡି, ୟୁନିସେଫ୍‌, ଏନସିଇଆରଟି, ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର ଭଳି ବିଭିନ୍ନ କ୍ଷେତ୍ରର ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନମାନେ ଭାଗ ନେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।