ରାଜ୍ୟ

କାଳବୈଶାଖୀର ବିଭୀଷିକା: ୨୦ଘଣ୍ଟା ପରେ ବି ତରଳୁନି ବରଫ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନବରଙ୍ଗପୁର : ପ୍ରକୃତିର କରାଳ ରୂପ ଗତକାଲି ସଂଧ୍ୟାରେ ଦେଖିଲା ନବରଙ୍ଗପୁର ଜିଲ୍ଲା। କାଳବୈଶାଖୀର ଏମିତି ପ୍ରଭାବ ଏତେମାତ୍ରାରେ ପଡ଼ିଥିଲା ଯେ, ବାତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୪୫ମିନିଟ୍‌ ଧରି କୁଆପଥର ବର୍ଷା ହୋଇଥିଲା। ତେବେ, ୨୦ ଘଣ୍ଟା ପରେ କୁଆପଥର ତରଳି ନଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଜିଲ୍ଲାର ଦୁଇଟି ବ୍ଲକ୍‌ର ପ୍ରାୟ ୮ଖଣ୍ଡ ଗ୍ରାମରେ କାଳବୈଶାଖୀ ଦେଖାଦେଇଥିଲା। ଏଥିସହିତ, କୁଆପଥର ବର୍ଷା ହୋଇଥିଲା। ଦେଦାଶପଲ୍ଲି ଗ୍ରାମର କ୍ଷତିଗ୍ରସ୍ତ କୈଳାସ ମାଝୀଙ୍କ କହିବା ହେଲା, ପ୍ରାୟ ୩ଶହ ଏକର ମକା ସହ ପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପବନର ବେଗ ଏତେ ରହିଥିଲା ଯେ, ଅନେକ ମକା ଗଛ ଉପୁଡ଼ିବା ସହ ଉଡ଼ିଯାଇ ଅନେକ ଦୂରରେ ପଡ଼ିଛି। ସେହିପରି ବରଫର ଆସ୍ତରଣ ୨୦ଘଣ୍ଟା ପରେ ଅର୍ଥାତ୍‌ ଆଜି ଅପରାହ୍ନ ପର୍ଯ୍ୟନ୍ତ ରାସ୍ତାଘାଟରେ ଦେଖିବାକୁ ମିଳିଥିଲା। ବହୁ ଚାଷ ଜମିରେ ମଧ୍ୟ ବରଫ ଜମି ରହିଥିଲା। ତୁଳାରାମ ରନ୍ଧାରୀ, ଉମେଶ ବେବର୍ତ୍ତା, ପୁରସତି ମାଝୀ, ଖଗେଶ୍ବର ଚୌଧୁରୀ ପ୍ରମୁଖ ଚାଷୀ ଲକ୍ଷାଧିକ ଟଙ୍କାର ମକା ଓ ଆଖୁ ଫସଲ ନଷ୍ଟ ହୋଇଥିବା ପ୍ରକାଶ କରିଛନ୍ତି। ତେଣୁ ଋଣ ପରିଶୋଧ ଚିନ୍ତାରେ ରହିଛନ୍ତି।

ଦେଦାଶପାଲୀ ଗ୍ରାମର ରଦମା ଭତରାଙ୍କ ଘର ଭାଙ୍ଗିବା ସହ କୁଆପଥର ମାଡ଼ରେ ପରିବାର ସଦସ୍ୟ ଆହତ ହୋଇଛନ୍ତି। ଘରେ ଜମିଥିବା ବରଫ ତରଳି ନଥିବାରୁ ଅପରାହ୍ନ ପର୍ଯ୍ୟନ୍ତ ରୋଷେଇ ହୋଇପାରି ନଥିଲା, ତେଣୁ ପୂରା ପରିବାର ଭୋକରେ ରହିଥିଲେ। ଗାଁର ଗୁରୁବାରୀ, ଦୁର୍ଜନ ଭତରା, ଗଙ୍ଗାଧର ଭତ୍ରା, ନୀଳକଣ୍ଠ ଭତ୍ରା, ଲକୁମୁ ଭତ୍ରା, ବ୍ରଜରାଜ ମାଝୀ, ହେମଧର ଭତ୍ରା ପ୍ରମୁଖ ଏବେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଖୋଜୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।