ଅପରାଧ ରାଜ୍ୟ

ବାହା ପୂର୍ବରୁ ବରକୁ ଉଠାଇଲା ପୁଲିସ୍‌, ଭୁବନେଶ୍ବରରେ ଥିଲା ଦୁଷ୍କର୍ମ ମାମଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବରଗଡ଼ : ବାହାଘର ପାଇଁ ସବୁ ପ୍ରସ୍ତୁତି ଥିଲା। କନ୍ୟାଘର ପ୍ରସ୍ତୁତ ଥିଲେ ବରଯାତ୍ରୀଙ୍କୁ ଆପ୍ୟାୟିତ କରିବାକୁ। ହେଲେ ଭୁବନେଶ୍ବରରୁ ପୁଲିସ୍‌ ଟିମ୍‌ ଆସି ବରକୁ ବାହା ପୂର୍ବରୁ ଗିରଫ୍‌ କରି ସାଙ୍ଗରେ ନେଇଗଲା। ଏଭଳି ଏକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ବେହେରାପାଲି ଗାଁରେ। ଗାଁର ଜଣେ ଝିଅ ସହ ଭୁବନେଶ୍ବରରେ ରହୁଥିବା ବିଜୟ ଭୋଇ ସହ ବାହାଘର ଠିକ୍‌ ହୋଇଥିଲା। ରବିବାର ବାହାଘର ଲଗ୍ନ ଥିଲା। କିନ୍ତୁ ବାହା ପୂର୍ବରୁ ‌ଗାଁରେ ପହଂଚିଥିଲା ଭୁବନେଶ୍ବର ମହିଳା ଥାନାର ପୁଲିସ୍‌ ଟିମ୍‌। ବର ବିଜୟକୁ ପୁଲିସ୍‌ ଗିରଫ କରି ସାଂଗରେ ନେଇଯାଇଥିଲା।

ପୁଲିସ୍‌ ସୂଚନା ମୁତାବକ, ବିଜୟ ନାମରେ ୨୨ ତାରିଖ ଭୁବନେଶ୍ବରସ୍ଥିତ ମହିଳା ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ସେଠାକାର ପୁଲିସ୍‌ ଚଢ଼ଉ କରି ଅଭିଯୁକ୍ତକୁ ସାଂଗରେ ନେଇ ପଳାଇଥିଲା। ସ୍ଥାନୀୟ ପୁଲିସ୍‌ ସହାୟତାରେ ଏହି ଚଢ଼ଉ ହୋଇଥିଲା। ଘଟଣା ପରେ ବାହାଘର ଅଧାରେ ହିଁ ବନ୍ଦ ହୋଇଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।