ରାଜ୍ୟ

ଜିଲ୍ଲାପାଳ ଓ ଏସପିଙ୍କୁ ମଙ୍ଗୁଳା କନ୍ୟାର ପ୍ରଶ୍ନ- ଚୋରି ସୁନା ନ ମିଳିଲେ ବାହାହେବି କେମିତି?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜୟପୁର : ମେ ୫ ତାରିଖରେ ବାହାଘର। ତାରିଖ, ଲଗ୍ନ ଧାର୍ଯ୍ୟ ପରେ ପଡ଼ିସାରିଛି ଶୁଭ। କନ୍ୟା ମଧ୍ୟ ହୋଇସାରିଛି ମଙ୍ଗୁଳା। ଏପରି ସ୍ଥିତିରେ ବାହାଘର ପାଇଁ ଥିବା ଟଙ୍କା ଓ ସୁନାକୁ ଚୋରାଇ ନେଇଛନ୍ତି ଦୁର୍ବୃତ୍ତ। ଘଟଣାକୁ ସପ୍ତାହେ ବିତି ସାରିଥିଲେ ମଧ୍ୟ ପୁଲିସକୁ ମିଳିପାରିନି ସଫଳତା। ସିସି କ୍ୟାମେରା ଫୁଟେଜ୍ ପୁଲିସ୍ ହାତରେ ଲାଗିଥିବା ବେଳେ ସାଇଣ୍ଟିଫିକ୍ ଟିମ୍‌ର ଛାନ୍‌ଭିନ୍ ପରେ ବି ସୁରାକ୍‌ ନମିଳିବା ଚୋରି ସୁନା ଉଦ୍ଧାର ନେଇ ସନ୍ଦେହ ଦେଖାଦେଇଛି। ଯାହାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଜୟପୁର ଗଙ୍ଗାନଗରର ମଙ୍ଗୁଳା କନ୍ୟା ସରସ୍ବତୀ ସିଂ। ‘ଚୋରି ସୁନା ନମିଳିଲେ ବାହା କେମିତି ହେବି?’ ସେ ଏକ ହୃଦୟସ୍ପର୍ଶୀ ପ୍ରଶ୍ନଟିଏ ପଚାରିଛନ୍ତି।

ସୂଚନାଯୋଗ୍ୟ ଯେ ବାପା ମହେନ୍ଦ୍ର ସିଂଙ୍କ ପରଲୋକ ପରେ ସରସ୍ବତୀ ଟ୍ୟୁସନ୍ କରି ଟଙ୍କା ସଞ୍ଚୟ କରିଥିଲେ। ବାହାଘର ଠିକ୍ ହେବାପରେ ୯ଲକ୍ଷ ଟଙ୍କାର ସୁନା ଗହଣା କିଣି ଘରେ ରଖିଥିଲେ। ଏପ୍ରିଲ୍ ୧୬ତାରିଖ ଭୋର ୫ଟାରେ ସରସ୍ବତୀଙ୍କ ମା’ କରୁଣା ସିଂ ଫୁଲ ତୋଳୁଥିବା ବେଳେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଆଲମିରା ଭାଙ୍ଗି ଲକର୍‌ରେ ରଖାଯାଇଥିବା ୨୦ତୋଳାରୁ ଊର୍ଦ୍ଧ୍ବ ସୁନା ଓ ରୁପା ଅଳଙ୍କାର, ନଗଦ ୩ଲକ୍ଷ ଟଙ୍କା ଚୋରି କରିନେଇଥିଲା। ଚୋରକୁ ଦେଖିବା ପରେ ସରସ୍ବତୀ ଏବଂ ତାଙ୍କ ମା’ କରୁଣା ଧରିବା ପାଇଁ ଗୋଡ଼ାଇଥିଲେ। ସାହିରେ ବୁଲୁଥିବା କୁକୁର ମଧ୍ୟ ଚୋରକୁ ଗୋଡ଼ାଇଥିଲା। ହେଲେ ସେହି ଚୋର ଜଣକ ‌ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା। ଏହି ଘଟଣା ପରେ ସରସ୍ବତୀ ଜୟପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ତେବେ ଘରୁ ଚୋରି ହେବାପରେ ଚିନ୍ତାରେ ରହିଛନ୍ତି ସରସ୍ବତୀଙ୍କ ପରିବାର। ଆଜି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଚୋରି ଟଙ୍କା ଓ ସୁନା ଉଦ୍ଧାର ପାଇଁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। ବାହାଘର ପୂର୍ବରୁ ସୁନା, ଟଙ୍କା ନ ମିଳିଲେ ବାହାଘର ବନ୍ଦ ହୋଇଯିବ ବୋଲି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଆହୁରି ବି କହିଥିଲେ, ଚୋରି ସୁନା ନମିଳିଲେ ବାହା କେମିତି ହେବି? ହେଲେ, ନିର୍ଭର ପ୍ରତିଶ୍ରୁତି ଦେବାପାଇଁ ସରସ୍ବତୀ ଜିଦ୍ ଧରିବା ପରେ ତଦନ୍ତ ଚାଲିଛି, ଚୋରି ସୁନା ଟଙ୍କା ଉଦ୍ଧାର ପରେ ପ୍ରଦାନ କରାଯିବ ବୋଲି କହିଥିଲେ ଜିଲ୍ଲାପାଳ, ଏସ୍‌ପି। ଆହୁରି ବି ଭରସା ଦେବା ପରିବର୍ତ୍ତେ ବିରକ୍ତି ପ୍ରକାଶ କରିଥିଲେ। ଅଭିଯୋଗ ଶୁଣାଣି ପ୍ରକୋଷ୍ଠରୁ ଚାଲିଯିବାକୁ ବି ସରସ୍ବତୀଙ୍କୁ କହିଥିଲେ। ଏପରି ରୁକ୍ଷ ବ୍ୟବହାରକୁ ନେଇ ଭାଙ୍ଗି ପଡ଼ିଛନ୍ତି ସରସ୍ବତୀ।

ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିବାରୁ ଚୋରକୁ ଧରିବା ପାଇଁ ଜୟପୁର ଏସ୍‌ଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଛି ବୋଲି ସେ କହିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।