ଅପରାଧ ରାଜ୍ୟ

ସମ୍ବଲପୁରରେ ହିଂସା ଘଟଣା: ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ରାଜ୍ୟପାଳଙ୍କୁ ଫେରାଦ ଦେଲା ବିଜେପି

ଭୁବନେଶ୍ବର : ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ ଥିଲା ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା କାରଣ ପାଇଁ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦିଆଯାଉଛି। ଗତ ୧୨ତାରିଖ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ହିଂସା ଦେଖିବାକୁ ମିଳିଛି। ଯାହା ସମ୍ବଲପୁରବାସୀଙ୍କ ପ୍ରତି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ। ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସମ୍ବଲପୁରରେ ଏହି ଘଟଣା ପାଇଁ ବିଜେପି ରାଜ୍ୟ ସରକାରଙ୍କୁ ନିନ୍ଦା କରି ସାରିଛି। ଏହି ଘଟଣାକୁ ୯ ଦିନ ବିତିଥିଲେ ବି ମୁଖ୍ୟମନ୍ତ୍ରୀ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି। ପୂର୍ବବର୍ଷ ହନୁମାନ ଜୟନ୍ତୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଏଥର ହନୁମାନ ଜୟନ୍ତୀର ଗଣ୍ଡଗୋଳ ଯୋଜନାବଦ୍ଧ ଥିଲା ବୋଲି ଆଇଆଇସି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଓ ଏସ୍‌ପି ଏହାକୁ ସ୍ୱୀକାର କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୫ତାରିଖରୁ ହନୁମାନ ଜୟନ୍ତୀରେ ହିଂସା ଆଶଙ୍କା ନେଇ ନିର୍ଦେଶନାମା ଜାରି କରିଥିଲା। କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ସମ୍ବଲପୁରରେ ଗତ ୧୨ତାରିଖରେ ଏସ୍‌ପି ନ ରହିବା ଦୁର୍ଭାଗ୍ୟଜନକ। ଗଣ୍ଡଗୋଳରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ନିରୀହ ଲୋକଙ୍କୁ ହାଜତରେ ରଖିଛନ୍ତି।

ରାଜ୍ୟ ସରକାର ତୁଷ୍ଟିକରଣ ଓ ପକ୍ଷପାତିତା କରୁଛନ୍ତି ବୋଲି ସାଧାରଣ ଲୋକଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଚରମସୀମାରେ ପଂହଚିଛି। ସମ୍ବଲପୁରରେ ନିରୀହ ଆଦିବାସୀ ମୃତ ଯୁବକଙ୍କ ପରିବାରକୁ ଭେଟିବା ପାଇଁ ବିଜେପି ବରିଷ୍ଠ ନେତାମାନେ ଯାଉଥିଲେ। କିନ୍ତୁ ରାଜ୍ୟ ସରକାର ଭୟଭୀତ ହୋଇ ବିରୋଧୀ ଦଳକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ଅଟକ ରଖିଥିଲେ। ରାଜ୍ୟ ସରକାରଙ୍କ ଏଭଳି ନୀତିକୁ ରାଜ୍ୟବାସୀ ଭଲ ଭାବେ ଦେଖୁଛନ୍ତି। ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ସାମଲ କହିଛନ୍ତି।

ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ମୋହନ ଚରଣ ମାଝୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାଏକ, ବୁଧାନ ମୁର୍ମୁ, କେ.ନାରାୟଣ ରାଓ, ଭୃଗୁ ବକ୍ସିପାତ୍ର, ପ୍ରଭାତିୀ ପରିଡ଼ା, ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଦିଲ୍ଲୀପ ମଲ୍ଲିକ ଓ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।