ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଂଲଣ୍ଡ ହସ୍ପିଟାଲ‌ ଯୌନ ଅପରାଧୀଙ୍କ ଆଡ୍ଡାସ୍ଥଳ: ୩ ବର୍ଷରେ ୬,୫୦୦ ଯୌନ ଆକ୍ରମଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଲଣ୍ଡନ: ପ୍ରତି ସପ୍ତାହରେ ଇଂଲଣ୍ଡ ଓ ୱେଲ୍‌ସର ହସ୍ପିଟାଲଗୁଡ଼ିକରେ ବହୁସଂଖ୍ୟକ ବଳାତ୍କାର ଓ ଯୌନ ଆକ୍ରମଣ ଘଟଣା ଘଟୁଛି ବୋଲି ଗୁରୁବାର ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ ଗତ ତିନିବର୍ଷରେ ବିଭିନ୍ନ ହସ୍ପିଟାଲରେ ୬,୫୦୦ ଯୌନ ଆକ୍ରମଣ ଘଟଣା ଘଟିଛି। ହସ୍ପିଟାଲ ଯୌନ ଆକ୍ରମଣ ଘଟଣାଗୁଡ଼ିକ ଭିତରେ ରହିଛି ଗଣଦୁଷ୍କର୍ମ ଓ ଶିଶୁଙ୍କ ପ୍ରତି ଅତ୍ୟାଚାର। ଓମେନ୍ସ ରାଇଟ୍‌ସ ନେଟ୍‌ୱର୍କ ପକ୍ଷରୁ ଏହି ପରିସଂଖ୍ୟାନ ପ୍ରକାଶ ପାଇଥିବା ବେଳେ ଏହାର ପ୍ରତିଷ୍ଠାତ୍ରୀ ହିଦର ବିନିଂଙ୍କ ମତରେ ବାସ୍ତବ ସ୍ଥିତି ଏହାଠାରୁ ଅଧିକ ଭୟଙ୍କର।ବିନିଂଙ୍କ କହିବା ଅନୁସାରେ ହସ୍ପିଟାଲଗୁଡ଼ିକରେ ରୋଗୀ, କର୍ମଚାରୀ, ପରିଦର୍ଶକ ସମସ୍ତେ ସମ୍ପୂର୍ଣ୍ଣ ନିରାପଦ ଅନୁଭବ କରିବା କଥା। କିନ୍ତୁ ପ୍ରତି ସପ୍ତାହରେ ହସ୍ପିଟାଲଗୁଡ଼ିକରେ ବଳାତ୍କାର ଓ ଯୌନ ଆକ୍ରମଣ ଘଟଣା ଘଟୁଛି। ପରିସଂଖ୍ୟାନରୁ ଜଣାପଡ଼ୁଛି ହସ୍ପିଟାଲଗୁଡ଼ିକ ଆଦୌ ନିରାପଦ ସ୍ଥାନ ନୁହେଁ। ଏଗୁଡ଼ିକ ଯୌନ ଅପରାଧୀଙ୍କ ପେଣ୍ଠସ୍ଥଳରେ ପରିଣତ ହୋଇଛି। ଇଂଲଣ୍ଡ ଓ ୱେଲ୍‌ସରୁ ମିଳିଥିବା ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ୨୦୧୯ ଜାନୁଆରିରୁ ୨୦୨୨ ଅକ୍ଟୋବର ମଧ୍ୟରେ ୨,୦୮୮ଟି ବଳାତ୍କାର ଓ ୪,୪୫୧ଟି ଯୌନ ଆକ୍ରମଣ ଘଟଣା ଘଟିଛି, ଅର୍ଥତ୍ ସପ୍ତାହକୁ ୩୩ଟି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ମାତ୍ର ୪.୧ ପ୍ରତିଶତ ଅପରାଧୀ ମାମଲା ବା ସମନର ସମ୍ମୁଖୀନ ହେଉଛନ୍ତି। ହସ୍ପିଟାଲଗୁଡ଼ିକ ଓ ପୁଲିସ ବାହିନୀ ରୋଗୀମାନଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି। ହସ୍ପିଟାଲଗୁଡ଼ିକରେ ସିସିଟିଭି ଲାଗିଥିବା ବେଳେ ଓ ସୀମିତ ପ୍ରବେଶ ଅଧିକାର ଥିବା ବେଳେ ଏହା କିପରି ଘଟୁଛି ବୋଲି ବିନିଂ ପ୍ରଶ୍ନ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ