ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭୁବନେଶ୍ବରରେ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ । ଏହି ଅବସରରେ ଏପ୍ରିଲ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶେଷ ପ୍ରଦର୍ଶନୀ ଆୟୋଜନ କରାଯିବ । କାର୍ଯ୍ୟର ଭବିଷ୍ୟତ ବିଷୟବସ୍ତୁ ଉପରେ ଏହି ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଅନୁଷ୍ଠିତ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବା ସହିତ ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ଗୁଣାତ୍ମକ କରିବା ଏବଂ କାର୍ଯ୍ୟର ଭବିଷ୍ୟତ ପରିଦୃଶ୍ୟରେ କ୍ଷମତା ନିର୍ମାଣ କରିବାର ଯାତ୍ରାରେ ଆଗକୁ ବଢ଼ୁଛି। ଏହି କ୍ରମରେ ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ । ଏହା ପ୍ରଯୁକ୍ତି ନେତୃବର୍ଗ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଏବଂ ଶିକ୍ଷାବିତ୍‌ମାନଙ୍କ ପାଇଁ ଏକ ଅଭିନବ ପ୍ଲାଟଫର୍ମ ରୂପରେ କାର୍ଯ୍ୟ କରିବ। ଏହି ପ୍ରଦର୍ଶନୀରେ ବିଭିନ୍ନ କ୍ଷେତ୍ରର ଅଂଶଗ୍ରହଣକାରୀମାନେ ଯୋଗ ଦେବେ ।

କାର୍ଯ୍ୟର ଭବିଷ୍ୟତକୁ ପରିଚାଳିତ କରିବାକୁ ଥିବା ପ୍ରଯୁକ୍ତି, ଆଧୁନିକ କାର୍ଯ୍ୟସ୍ଥଳୀରେ ନିରନ୍ତର ନବସୃଜନ, ପାରମ୍ପରିକ ହସ୍ତଶିଳ୍ପରେ ପ୍ରଯୁକ୍ତିର ଅନ୍ତର୍ଭୁକ୍ତୀକରଣ, ଭବିଷ୍ୟତର କୌଶଳ ଏବଂ ଅଭିନବ ବିତରଣ ମଡେଲ ଆଦି ଏଠାରେ ପ୍ରଦର୍ଶିତ ହେବ । ଏପ୍ରିଲ ୨୬ ତାରିଖରେ କେବଳ ଜି୨୦ ପ୍ରତିନିଧିମାନେ ପ୍ରଦର୍ଶନୀ ବୁଲି ଦେଖିପାରିବେ। ପ୍ରଦର୍ଶନୀ ସମୟରେ ଭାରତ ଏବଂ ଜି୨୦ ସଦସ୍ୟ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କର ଉତ୍ପାଦ, ପ୍ରକାଶନୀ, କଳାକୃତି ଏବଂ ଅନ୍ୟାନ୍ୟ ପ୍ରଚାରଧର୍ମୀ ସାମଗ୍ରୀ ପରିଦର୍ଶକମାନଙ୍କୁ ପ୍ରଦର୍ଶନ କରିବେ । ବିଶେଷ କରି ନୂଆ ଯୁଗର ଉତ୍ପାଦ/ପ୍ରଯୁକ୍ତି ଯୋଗାଇ ଦେଉଥିବା ସଂଗଠନ, ପ୍ରଯୁକ୍ତିକୁ ଗ୍ରହଣ କରିଥିବା ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରର କମ୍ପାନୀ, ଭବିଷ୍ୟତର କୌଶଳ ଓ ଶିକ୍ଷା ଯୋଗାଇ ଦେଉଥିବା ପ୍ରତିଷ୍ଠାନ ଓ ଚିନ୍ତାନାୟକମାନେ ପ୍ରଦର୍ଶକ ଭାବେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ।

ଏହି କାର୍ଯ୍ୟକ୍ରମରେ ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କର ପ୍ରତିନିଧି, ବିଭିନ୍ନ ମନ୍ତ୍ରଣାଳୟ ଓ ସଂଗଠନର ପ୍ରତିନିଧି, କୌଶଳ ବିକାଶ ବିଶ୍ୱବିଦ୍ୟାଳୟ ସମେତ କୌଶଳ ଇକୋସିଷ୍ଟମରେ ଥିବା ପ୍ରମୁଖ ଅଂଶୀଦାର ଓ ଶିଳ୍ପ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ । ଅଧିକନ୍ତୁ, ପ୍ରଦର୍ଶନକାରୀମାନେ କୃଷି, ଅଟୋମୋଟିଭ, ଖୁଚୁରା ବ୍ୟବସାୟ, ସ୍ୱାସ୍ଥ୍ୟସେବା, ଗଣମାଧ୍ୟମ ଏବଂ ଆହୁରି ଅନେକ ଅଗ୍ରାଧିକାର କ୍ଷେତ୍ରର ପ୍ରଯୁକ୍ତିର ପ୍ରଭାବକୁ ପ୍ରଦର୍ଶିତ କରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ