ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆୟତନରେ ସପ୍ତମ, ଜନସଂଖ୍ୟାରେ ପ୍ରଥମ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ଜାତିସଂଘର ବୁଧବାର ପ୍ରକାଶିତ ତଥ୍ୟ ଅନୁସାରେ ଭାରତ ବର୍ତ୍ତମାନ ପୃଥିବୀର ସବୁଠୁ ଅଧିକ ଜନସଂଖ୍ୟାବିଶିଷ୍ଟ ଦେଶ। କିନ୍ତୁ ଲୋକଙ୍କ ପାଖରେ ବର୍ତ୍ତମାନ କେତେ ଜମି ଅଛି ଏବଂ ଆସନ୍ତା ୧୦ ବର୍ଷରେ ଭାରତର ପ୍ରତ୍ୟେକ ନାଗରିକଙ୍କ ପାଖରେ ହାରାହାରି କେତେ ଜମି ରହିବ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଭାରତର ଜନସଂଖ୍ୟା ବଢ଼ିଥିଲେ ମଧ୍ୟ ଜମି ପରିମାଣ ଅପରିବର୍ତ୍ତିତ ରହିଛି। ତେଣୁ ମୁଣ୍ଡପିଛା ଜମି ପରିମାଣ ହ୍ରାସ ପାଇଛି। ଜାତିସଂଘ ଜନସଂଖ୍ୟା ପାଣ୍ଠିର ତଥ୍ୟ ଅନୁସାରେ ଭାରତର ଜନସଂଖ୍ୟା ବର୍ତ୍ତମାନ ଚୀନ୍‌କୁ ଟପି ୧୪୨.୫୭ କୋଟିରେ ପହଞ୍ଚିଛି। ଜନସଂଖ୍ୟା ଦୃ‌ଷ୍ଟିରୁ ପ୍ରଥମ ପାଞ୍ଚଟି ଦେଶ ହେଉଛନ୍ତି ଭାରତ, ଚୀନ୍, ଆମେରିକା, ଇନ୍ଦୋନେସିଆ ଓ ପାକିସ୍ତାନ। କିନ୍ତୁ ଭୂମିର ଆକାର ଦୃଷ୍ଟିରୁ ଚୀନ୍ ହେଉଛି ତୃତୀୟ ଓ ଭାରତ ହେଉଛି ସପ୍ତମ ବୃହତ୍ତମ ଦେଶ।

ଭାରତର‌ କ୍ଷେତ୍ରଫଳ ହେଉଛି ୨୯.୭ ଲକ୍ଷ ବର୍ଗକିଲୋମିଟର। ବର୍ତ୍ତମାନ ଭାରତର ଜନସଂଖ୍ୟା ସାନ୍ଦ୍ରତା ହେଉଛି ବର୍ଗ କିଲୋମିଟର ପିଛା ୪୮୦.୫ ଲୋକ। ଏହା ଚୀନ୍‌ର ଜନସଂଖ୍ୟା ସାନ୍ଦ୍ରତା ୧୫୧.୩ଠାରୁ ୩ ଗୁଣ ଅଧିକ। ପଞ୍ଚମ ଜନସଂଖ୍ୟାବହୁଳ ଦେଶ ପାକିସ୍ତାନର ଜନସଂଖ୍ୟା ସାନ୍ଦ୍ରତା ହେଉଛି ୩୧୨ ପ୍ରତି ବର୍ଗକିମି। ବର୍ତ୍ତମାନ ଯଦି ଭାରତର ପ୍ରତ୍ୟେକ ଲୋକଙ୍କୁ ସମାନ ପରିମାଣର ଜମି ଦିଆଯାଏ, ତେବେ ଜଣଙ୍କ ଭାଗରେ ପଡ଼ିବ ୦.୦୦୨୧ ବର୍ଗକିମି ବା ୨,୦୮୧ ବର୍ଗମିଟର। ଏହା ହେଉଛି ଭାରତୀୟଙ୍କ ମୁଣ୍ଡପିଛା ଜମି ପରିମାଣ। ଗୋଟିଏ କ୍ରିକେଟ୍‌ ପିଚ୍‌ ହେଉଛି ୬୧.୪ ବର୍ଗମିଟର। ତେଣୁ ପ୍ରତ୍ୟେକ ଭାରତୀୟଙ୍କ ଭାଗରେ ପଡ଼ିବ ପ୍ରାୟ ୩୪ଟି କ୍ରିକେଟ୍ ପିଚ୍ ପରିମିତ ଜମି। ପ୍ରତ୍ୟେକ ଚୀନୀ, ଆମେରିକୀୟ ଓ ପାକିସ୍ତାନୀଙ୍କ ମୁଣ୍ଡପିଛା ଜମି ପରିମାଣ ହେଉଛି ଯଥାକ୍ରମେ ୦.୦୦୬୬, ୦.୦୨୬୯ ଓ ୦.୦୦୩୨୧ ବର୍ଗକିମି। ଭାରତରେ ଜନସଂଖ୍ୟା ବଢ଼ିଚାଲିଥିବାରୁ ଏହି ମୁଣ୍ଡପିଛା ଜମିର ପରିମାଣ ହ୍ରାସ ପାଇଚାଲିବ।

ଭାରତର ୧.୪ ବିଲିୟନ (ଶହକୋଟି) ଲୋକଙ୍କୁ ୧.୪ ବିଲିୟନ ସୁଯୋଗ ଭାବେ ଦେଖାଯିବା ଉଚିତ। ଭାରତର ଯୁବବର୍ଗ (୧୫-୨୪ ବର୍ଷ)ଙ୍କ ସଂଖ୍ୟା ୨୫୪ ନିୟୁତ ବା ବିଶ୍ବରେ ସବୁଠୁ ଅଧିକ ହୋଇଥିବାରୁ ସେମାନେ ‌ନବୋଦ୍ଭାବନ, ନୂତନ ଚିନ୍ତନ ଓ ସ୍ଥାୟୀ ସମାଧାନର ଉତ୍ସ ହୋଇପାରିବେ ବୋଲି ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌ଏଫ୍‌ପିଏ)ର ଭାରତୀୟ ପ୍ରତିନିଧି ଆଣ୍ଡ୍ରିଆ ୱଜନର କହିଛନ୍ତି। କିନ୍ତୁ ମୁଣ୍ଡପିଛା ହ୍ରାସପ୍ରାପ୍ତ ଜମି ପରିମାଣର ନିଜସ୍ବ ପ୍ରଭାବ ରହିବ, ବିଶେଷତଃ କୃଷି କ୍ଷେତ୍ରରେ। ଜନସଂଖ୍ୟା ବଢ଼ିଲେ କୃଷିଜମି ଅଣକୃଷି କାର୍ଯ୍ୟରେ ବ୍ୟବହୃତ ହେବ ଏବଂ କୃଷିକ୍ଷେତ୍ରର ପରିମାଣ ହ୍ରାସ ପାଇବ। ଭାରତରେ ସମ୍ପତ୍ତିର ପରିମାଣ ମୁଣ୍ଡପିଛା ୧୯୭୦-୭୧ରେ ଥିବା ୨.୨୮ ହେକ୍ଟର ୨୦୧୫-୧୬ରେ ୧.୦୮କୁ ହ୍ରାସ ପାଇଥିବା କୃଷି ଜନଗଣନାରୁ ଜଣାପଡ଼ିଛି।
ଆସନ୍ତା ୧୦ ବର୍ଷରେ ଭାରତର ଜନସଂଖ୍ୟା ୧୫୪.୮ କୋଟିକୁ ବୃଦ୍ଧି ପାଇବ ବୋଲି ଜାତିସଂଘ ଆକଳନ କରିଛି। ଏହାଫଳରେ ଭାରତର ଜନସଂଖ୍ୟା ସାନ୍ଦ୍ରତା ୫୨୦.୫ ପ୍ରତି ବର୍ଗକିମିକୁ ବୃଦ୍ଧି ପାଇବ। ସେହି ହିସାବରେ ୨୦୩୩ରେ ମୁଣ୍ଡପିଛା ଜମି ପରିମାଣ ୦.୦୦୧୯୨ ବର୍ଗକିମି ବା ୧,୯୨୧ ବର୍ଗମିଟରକୁ ହ୍ରାସ ପାଇବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ