ରାଜ୍ୟ ସ୍ପେଶାଲ ରିପୋର୍ଟ

ଅମରେନ୍ଦୁ ପ୍ରକାଶ ହେବେ ପରବର୍ତ୍ତୀ ସେଲ୍‌ ଅଧ୍ୟକ୍ଷ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

ରାଉରକେଲା : ବୋକାରୋ ଇସ୍ପାତ କାରଖାନା (ବିଏସ୍‌ପି)ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅମରେନ୍ଦୁ ପ୍ରକାଶ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌)ର ପରବର୍ତ୍ତୀ ଅଧ୍ୟକ୍ଷ ହେବା ପ୍ରାୟତଃ ଚୂଡ଼ାନ୍ତ ହୋଇ ଯାଇଛି। ଏହି ପଦ ପାଇଁ ଗତ ୧୨ ତାରିଖରେ ନୂଆଦିଲ୍ଲୀସ୍ଥ ସେଲ୍‌ ମୁଖ୍ୟାଳୟରେ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ସାକ୍ଷାତକାର ପରେ ପବ୍ଲିକ ଇଣ୍ଟରପ୍ରାଇଜେସ୍‌ ସିଲେକ୍ସନ ବୋର୍ଡ (ପିଏସ୍‌ଇବି) ତାଙ୍କ ନାଁ ସୁପାରିସ କରିଥିବା ଜଣାପଡ଼ିଛି। ତେବେ ଆନୁଷ୍ଠାନିକଭାବେ ଏନେଇ ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଏଯାଏ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଜୁଲାଇ ମାସ ଶେଷ ସୁଦ୍ଧା ଏନେଇ ବିଧିବଦ୍ଧ ଭାବେ ନାମ ଘୋଷଣା କରାଯିବ।

ଗତ ୧୨ ତାରିଖରେ ସେଲ୍‌ ଅଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ସାକ୍ଷାତକାରକୁ ଶ୍ରୀ ପ୍ରକାଶଙ୍କ ସମେତ ମୋଟ୍‌ ୯ ଜଣ ବରିଷ୍ଠ ଅଧିକାରୀ ଯାଇଥିଲେ। ସେମାନେ ହେଉଛନ୍ତି, ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅନିର୍ବାଣ ଦାସଗୁପ୍ତା, ସେଲ୍‌ ନିର୍ଦ୍ଦେଶକ (ବାଣିଜ୍ୟ) ଭି. ଶ୍ରୀନିବାସା ଚକ୍ରବର୍ତ୍ତୀ, ବର୍ଣ୍ଣପୁର ଓ ଦୁର୍ଗାପୁର ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ସେଲ୍‌ ଇଡି ଜଗଦୀଶ ଆରୋରା, ଏମ୍‌ଓଆଇଏଲ ଲିମିଟେଡ୍‌ର ନିର୍ଦ୍ଦେଶକ (ଅର୍ଥ) ରାକେଶ ତୁମାନେ, ଏନ୍‌ଏମ୍‌ଡିସି (ଅର୍ଥ)ର ନିର୍ଦ୍ଦେଶକ ଅମିତାଭ ମୁଖାର୍ଜୀ, ଭାରତୀୟ ରେଳବାଇ ଷ୍ଟୋର୍‌ ସେବାର ବରିଷ୍ଠ ଅଧିକାରୀ ଅଶୋକ ବର୍ମା ଓ ରେଳବାଇର ଅତିରିକ୍ତ ମହାପ୍ରବନ୍ଧକ ୟତେନ୍ଦ୍ର କୁମାର।
ଉଲ୍ଲେଖଯୋଗ୍ୟ ଏବେକାର ସେଲ୍‌ ଅଧ୍ୟକ୍ଷ ସୋମା ମଣ୍ଡଳ ଚଳିତମାସ ୩୧ ତାରିଖରେ ଅବସର ନେବେ। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବାପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ଅସ୍ଥାୟୀଭାବେ ଜଣେ ଅଧ୍ୟକ୍ଷଙ୍କୁ ନିୟୋଜିତ କରାଯିବ। ଉଲ୍ଲେଖନୀୟ ଯେ ଶ୍ରୀ ପ୍ରକାଶ ବିଗତ ଦିନରେ ଦୁଇମାସ ପାଇଁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇଥିଲେ।

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।