ଅପରାଧ ରାଜ୍ୟ

ନକଲି ସାର୍ଟିଫିକେଟ ମାମଲା: ୨୦୧୯ରୁ ଜଣାପଡ଼ିଲାଣି ନକଲି କାରବାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବଲାଙ୍ଗୀର : ଡାକବିଭାଗରୁ ଧରାପଡ଼ିଥିବା ନକଲି କାରବାରଠାରୁ ଏବେ ଶିକ୍ଷା ବିଭାଗରେ ଚାକିରି କରୁଥିବା ଶହ ଶହ ଶିକ୍ଷକଙ୍କ ସାର୍ଟିଫିକେଟକୁ ନେଇ ଚର୍ଚ୍ଚା। କାରଣ ଶହଶହ ଶିକ୍ଷକ ବାହାର ରାଜ୍ୟର ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଛନ୍ତି। ସେଥିରୁ କିଏ ନକଲି ଓ ଅସଲି ତାହା ବର୍ଷବର୍ଷ ହେଲା ଫାଇଲ ଭିତରେ ଲୁଚିରହିଛି। ତେବେ, ଶିକ୍ଷକମାନେ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ରାଜ୍ୟ ସରକାରଙ୍କ ପାଖରେ ୨୦୧୯ ମସିହାରୁ ଖବର ଥିଲା। ଯେଉଁଥିପାଇଁ ଯାଞ୍ଚ କରିବାକୁ ସରକାର ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଚିଠି କରିଥିଲେ। ହେଲେ, ଜିଲ୍ଲା ସ୍ତରରେ ସବୁ ଚାପି ହୋଇରହିଛି।

ହସ୍ତଗତ ହୋଇଥିବା କିଛି ସରକାରୀ ଚିଠିରୁ ଜଣାଯାଇଛି ଯେ, ୨୦୧୯ ମସିହା ଜୁନ୍‌ ୬ ତାରିଖରେ ରାଜ୍ୟ ସରକାରଙ୍କ ତତ୍କାଳୀନ ପ୍ରମୁଖ ଶାସନ ସଚିବ ପି.କେ. ମହାପାତ୍ର ସବୁ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି କରିଥିଲେ। ଗୁରୁତ୍ୱପୂର୍ଣ୍ଣ ୯ଟି ସୂଚୀ ଉପରେ ଉଲ୍ଲେଖ କରିଥିଲେ। ନକଲି ଶିକ୍ଷାଗତ ଓ ଅଭିଜ୍ଞତା ସାର୍ଟିଫିକେଟ ଦେଇ କିଛି ଶିକ୍ଷକ ଚାକିରି ପାଇଥିବାରୁ ବିଭାଗ ବଦନାମ ହେଉଛି ବୋଲି ଚିଠିରେ ଉଲ୍ଲେଖ ବି ରହିଥିଲା। ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରି ନିଯୁକ୍ତି ପାଇଥିବା ସବୁ ଶିକ୍ଷକଙ୍କର ଶିକ୍ଷାଗତ ଓ ଅଭିଜ୍ଞତା ସାର୍ଟିଫିକେଟ ଯାଞ୍ଚକରି ନକଲି ସାର୍ଟିଫିକେଟଧାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏପରିକି ପୂରା ପ୍ରକ୍ରିୟାକୁ ତିନିମାସ ଭିତରେ ଅର୍ଥାତ ୨୦୧୯ ମସିହା ସେପଟେମ୍ବର ୩୦ ତାରିଖ ଭିତରେ ସଂପୂର୍ଣ୍ଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ତତ୍କାଳୀନ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ୨୮ ଅଗଷ୍ଟ ୨୦୨୧ ମସିହାରେ, ସବୁ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନକଲି ସାର୍ଟିଫିକେଟଧାରୀଙ୍କୁ ତୁରନ୍ତ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍ପଷ୍ଟ ଭାବରେ ଲେଖିଥିଲେ, ଏନେଇ ହାଇକୋର୍ଟରେ ଏକ ପିଆଇଏଲ୍‌ ଦାଖଲ ହୋଇଥିବାରୁ ହାଇକୋର୍ଟ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ତଦନ୍ତ କରି ୩୧ ଅଗଷ୍ଟ ୨୦୨୧ ମଧ୍ୟାହ୍ନ ୧୨ଟା ସୁଦ୍ଧା ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ୧୫ ସେପ୍ଟେମ୍ବର ୨୦୨୧ରେ ତତ୍କାଳୀନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସବୁ ଜିଲ୍ଲାରେ ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖିଥିଲେ। ଚିଠିରେ ସ୍ପଷ୍ଟ ଭାବରେ ଲେଖିଥିଲେ ହାଇକୋର୍ଟରେ ପିଇଆଇଏଲ୍‌ ଦାଖଲ ହୋଇଥିବାରୁ ନକଲି ସାର୍ଟିଫିକେଟ ତଦନ୍ତରେ ଶିଥିଳତାକୁ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ଏ ସମ୍ପର୍କରେ କରିଥିବା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସଂପର୍କରେ ସେପ୍ଟେମ୍ବର ୧୭, ୨୦୨୧ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ହେଲେ, ତିନୋଟି ଚିଠି ପରେ ବି ସବୁ ଜିଲ୍ଲାର ଶିକ୍ଷା ଅଧିକାରୀ ନିରବ ରହିଥିଲେ। ବଲାଙ୍ଗୀରରେ ଏବେ ବି ପ୍ରାୟ ୪୦୦ ପାଖାପାଖି ବାହାର ରାଜ୍ୟର ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି ହାତେଇଛନ୍ତି। ସେଥିରୁ କେତେ ଅସଲି ଓ କେତେ ନକଲି ତାହା ଯାଞ୍ଚ କରାଯାଉଥିବା ବିଭାଗ କହୁଛି।

ଅନ୍ୟପକ୍ଷରେ, ପୂର୍ବରୁ ହୋଇଥିବା ଚିଠି ସଂପର୍କରେ ଡିଇଓ ଧ୍ରୁବଚରଣ ବେହେରାଙ୍କୁ ପଚାରିବାରୁ ଆମେ ଚିହ୍ନଟ କରିଥିଲୁ ଓ ଏବେ ବି ଚିଠି ବିଭିନ୍ନ ବୋର୍ଡ କାର୍ଯ୍ୟାଳୟକୁ କରୁଛୁ ବୋଲି କହୁଥିଲେ ହେଁ ସ୍ପଷ୍ଟ ଉତ୍ତର ରଖିନଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।