ରାଜନୀତି ରାଜ୍ୟ

ଝାରସୁଗୁଡ଼ା ଉପନିର୍ବାଚନ: ନିର୍ଣ୍ଣାୟକ ଭୂମିକା ନେବେ ମହିଳା ଭୋଟର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗୁରବାର ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଚଳିତ ଉପନିର୍ବାଚନରେ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଅର୍ଥାତ୍‌ ଯେଉଁ ଦଳକୁ ମହିଳାଙ୍କ ସମର୍ଥନ ଅଧିକ ରହିବ, ସେହି ଦଳ ହିଁ ବାଜିମାତ୍‌ କରିବ। ତେଣୁ ମହିଳା ଭୋଟରଙ୍କୁ ଆକୃ୍ଷ୍ଟ କରିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ ଏବେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।

ଗତ ବିଧାନସଭା ନିର୍ବଚନର ପୁଲିଂ ଓ ଚଳିତ ଥର ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ଭୋଟର ତାଲିକାକୁ ଅନୁଶୀଳନ କଲେ ଏହି ମହିଳା ଭୋଟରଙ୍କ ଗୁରୁତ୍ବ ସ୍ପଷ୍ଟ ଭାବେ ଅନୁମାନ କରାଯାଇପାରେ। ଏଥର ଉପନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୨୧ ହଜାର ୯୯୮ ଜଣ ଭୋଟର ରହିଛନ୍ତି। ତନ୍ମଧ୍ୟରେ ୧ ଲକ୍ଷ ୧୦ ହଜାର ୩୨୦ ଜଣ ପୁରୁଷ ଓ ୧ ଲକ୍ଷ ୧୧ ହଜାର ୬୮୭ ଜଣ ମହିଳା ଭୋଟର ରହିଛନ୍ତି। ତେଣୁ ମହିଳାଙ୍କର ଏହି ଭୋଟ୍‌ ହାତେଇବାକୁ ସବୁ ଦଳ ଏବେ ତତ୍ପର।

India Today

ବିଜେଡି ପକ୍ଷରୁ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଦୀପାଳିଙ୍କୁ ପ୍ରାର୍ଥୀ କରି ଦଳ ଅନୁକମ୍ପା ସାଙ୍ଗକୁ ମହିଳା କାର୍ଡ ବି ଖେଳିଛି। ଦୀପାଳି ମଧ୍ୟ ପ୍ରଚାର ଆରମ୍ଭ କରିଥିବା ବେଳେ ମହିଳା ଭୋଟରଙ୍କୁ ଏକତ୍ରିତ କରିବାରେ ଲାଗିପଡ଼ିଛନ୍ତି। ତେବେ ବିଜେଡି ଉପରେ ଏହି ମହିଳା କାର୍ଡ କେତେ ପ୍ରଭାବ ପକାଇବ ତାହା ସମୟ କହିବ। କଂଗ୍ରେସ ମଧ୍ୟ ପୂର୍ବତନ ବିଧାୟକ ସ୍ବର୍ଗତ ବୀରେନ୍‌ ପାଣ୍ଡେଙ୍କ ପୁଅ ତରୁଣଙ୍କୁ ପ୍ରାର୍ଥୀ କରି ଅନୁକମ୍ପା କାର୍ଡ ଖେଳିଛି। ଯାହା ଦଳ ସପକ୍ଷରେ ଯିବ ବୋଲି କଂଗ୍ରେସ କର୍ମୀ ଯୁକ୍ତି ବାଢ଼ୁଛନ୍ତି। ଇତିମଧ୍ୟରେ ବିଜେପି ପ୍ରାର୍ଥୀଭାବେ ଟଙ୍କଧର ତ୍ରିପାଠୀଙ୍କ ନାମ ମଧ୍ୟ ଘୋଷଣା ହୋଇଛି।

ବର୍ଦ୍ଧିତ ଦରଦାମ୍‌, ପରିବର୍ତ୍ତିତ ରାଜନୈତିକ ବାତାବରଣ, ବେଲଗାମ୍‌ ଅପରାଧ, ବିଭିନ୍ନ ସମସ୍ୟା ଓ ବିକାଶ ଆଦି ପ୍ରସଙ୍ଗକୁ ନେଇ ମହିଳା ଭୋଟର କେଉଁ ଦଳକୁ ବିଜୟୀ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ମହିଳା ଭୋଟର୍‌ଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ନିର୍ବାଚନ ପରିଚାଳନାରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଚଳିତ ଉପନିର୍ବାଚନରେ କିଭଳି ଭାବରେ ପିଙ୍କ ବୁଥ୍‌ ଓ ମଡେଲ୍‌ ବୁଥ କରାଯିବ ତାହା ଉପରେ ବି ଗୁରୁତ୍ବାରୋପ କରାଯାଉଥିବା ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ମତ ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର