ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ପୋଷ୍ଟାଲ୍ ଚାକିରି ଆବେଦନକାରୀଙ୍କ ଜାଲ୍ ସାର୍ଟିଫିକେଟ୍ ଘଟଣାର ତଦନ୍ତ ପାଇଁ ଡାକ ବିଭାଗ ସିବିଆଇକୁ ଚିଠି ଲେଖିଛି। ଏହାର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଥିବା ବେଳେ ଡାକ ବିଭାଗ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେଉଁ ପରିସ୍ଥିତିରେ ବିଭାଗ ସିବିଆଇକୁ ଚିଠି ଲେଖିଛି ତାହା ଏବେ ବି ଅସ୍ପଷ୍ଟ ରହିଛି। କାରଣ ଜାଲ୍ ସାର୍ଟିଫିକେଟ୍ ରାକେଟ୍ର ମୁଖ୍ୟ କୁହାଯାଉଥିବା ମନୋଜ ମିଶ୍ର, ସହଯୋଗୀ ଆଲୋକ ଉଦ୍ଗାତାଙ୍କ ସମେତ ୧୭ଜଣ ଜାଲ୍ ସାର୍ଟିଫିକେଟ୍ ଆବେଦନକାରୀଙ୍କୁ ବଲାଙ୍ଗୀର ପୁଲିସ ଗିରଫ କରିବା ପରେ ଏକ ରାଜନୈତିକ ଦଳର ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଥିଲା।

ଜାଲ୍ ସାର୍ଟିଫିକେଟ୍ ରାକେଟ୍କୁ ନେଇ ବିଧାନସଭାରେ ମଧ୍ୟ ବିରୋଧୀ ଶାସକ ଦଳକୁ ଘେରିଥିଲେ। ପରେ ଘଟଣାର ତଦନ୍ତ କ୍ରାଇମ୍ବ୍ରାଞ୍ଚକୁ ଯାଇଥିଲା। କ୍ରାଇମ୍ବ୍ରାଞ୍ଚ ମନୋଜ, ଆଲୋକ, ତ୍ରିବିହାରି ପଣ୍ଡା, ପରେଶ ବୁଡେକ୍ଙ୍କୁ ମିଶାଇ ୪ଜଣଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରି ଅନେକ ତଥ୍ୟ ବି ହାତେଇଛି। ଏସବୁ ଭିତରେ ଡାକ ବିଭାଗ ହଠାତ୍ ସିବିଆଇକୁ ଚିଠି ଲେଖିବା ବିଭାଗରେ ମଧ୍ୟ ଭାଳେଣି ପଡ଼ିଛି। ବିଭାଗର ପୋଷ୍ଟମାଷ୍ଟର, ଡେପୁଟି ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ୍କୁ ଯାଞ୍ଚ କାରାଯିବା ନେଇ ଚର୍ଚ୍ଚା ହେଉଛି।

ସୂଚନା ମୁତାବକ, ଗ୍ରାମୀଣ ଡାକ ସେବା ନିଯୁକ୍ତି ପାଇଁ ଆବେଦନକାରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ବେଳେ ଅନେକ ସାର୍ଟିଫିକେଟ୍ ଜାଲ୍ ଥିବା ଜଣାପଡ଼ିଥିଲା। ଏନେଇ ଆଶାୟୀଙ୍କ ବିରୋଧରେ ଗତ ମାର୍ଚ୍ଚ ୧୭ ତାରିଖରେ ବଲାଙ୍ଗୀର ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୁଲିସ ମାମଲା ରୁଜୁ ନକରି ଚୁପ୍ ବସିଥିଲା। ଟାଉନ୍ ଥାନା ଅଧିକାରୀ ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ ଗତ ଏପ୍ରିଲ୍ ୭ ତାରିଖ ଦିନ ହିଁ ଅଭିଯୋଗ ହୋଇଥିଲା ଆଉ ରାତି ୧୦ଟା ମାମଲା ରୁଜୁ କରାଯାଇଥିଲା।। ପରେ ପୁଲିସ ଘଟଣାରେ ୧୯ଜଣଙ୍କୁ ଗିରଫ କରିଥିଲା। ଜାଲ ସାର୍ଟିଫିକେଟ୍ ମମଲା ପଦାକୁ ଅସିବା ପରେ ଧୀରେ ଧୀରେ ଏହାର ଚେର ସାରା ରାଜ୍ୟକୁ ଲମ୍ବିଥିବା ଜଣାପଡ଼ିଥିଲା। ରାଜ୍ୟର ସମ୍ବଲପୁର, କେନ୍ଦୁଝର,କଳାହାଣ୍ଡି, ଭଦ୍ରକ, କେନ୍ଦ୍ରାପଡ଼ା, ଫୁଲବାଣୀ, କନ୍ଧମାଳ, କୋରାପୁଟ ଆଦି ବିଭିନ୍ନ ଜିଲ୍ଲାରେ ଜାଲ ସାର୍ଟିଫିକେଟ୍ ରୢାକେଟ୍ ସକ୍ରିୟଥିବା ଏବଂ ସ୍ଥାନୀୟ ଥାନାରେ ଅଭିଯୋଗ କଥା ପଦାକୁ ଆସିଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l