ଅପରାଧ ରାଜ୍ୟ

ସୋରରେ ଚାଞ୍ଚଲ୍ୟ: ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ, ରାଜନୈତିକ ଶତ୍ରୁତା ସନ୍ଦେହ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସୋର: ବାଲେଶ୍ବର ଜିଲ୍ଲା ସୋର ବିଜେପି ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ୱାମୀ ଲୋକନାଥ ରାଉତଙ୍କୁ ସୋର ଥାନା ନିକଟରେ ତେଲେଙ୍ଗା କଟୁରିରେ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି। ଶ୍ରୀ ରାଉତ ପ୍ରତିଦିନ ଭଳି ଆଜି ମଧ୍ୟ ଭୋର ସମୟରେ ନିଜ ଘରୁ ବାହାରି ମର୍ଣ୍ଣିଂ ୱାକରେ ଚାଲିଚାଲି ଯାଉଥିବା ସମୟରେ ବାଇକ ଯୋଗେ ଦୁଇଜଣ ଅଜଣା ଯୁବକ ଆସି ପଛପଟୁ ଆକ୍ରମଣ କରି ଚମ୍ପଟ ମାରିଥିଲେ। ସବୁଠାରୁ ବଡ଼ କଥା ହେଲୋ ଯେ ଦୁର୍ବୃତ୍ତମାନେ ସୋର ଥାନାରୁ ମାତ୍ର ୧୦ ମିଟର ଦୂରରେ ଏଭଳି କାଣ୍ଡ ଭିଆଇଛନ୍ତି।

ସ୍ଥାନୀୟ ଲୋକେ ଲୋକନାଥ ରାଉତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଶ୍ରୀ ରାଉତଙ୍କୁ ଡାକ୍ତର ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି। ରାଜନୈତିକ ଶତ୍ରୁତା କାରଣରୁ ବିଜେପି ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ୱାମୀ ଲୋକନାଥ ରାଉତଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଆହୁରି ମଧ୍ୟ ଜଣାଯାଇଛି ଯେ ସେ ଜଣେ ବସ୍ ମାଲିକ ଓ ପ୍ରତିଷ୍ଠିତ ବ୍ୟବସାୟୀ।


ତେବେ ଏହି ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଏନେଇ ସୋର ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। କିନ୍ତୁ ଏହି ଘଟଣା ସୋର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଣେ ସୋର ଥାନାର ଅନତି ଦୂରରେ ଏଭଳି କାଣ୍ଡ ଘଟିଥିବା ହେତୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।