ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଭୂତଳ ଜଳସ୍ତର ଖସୁଛି, ସିଦ୍ଧମହାବୀରରେ ୧ ମିଟର ତଳକୁ ଖସିଲାଣି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

ପୁରୀ : ନିମ୍ନଗାମୀ ହେଉଛି ପୁରୀ ସହରର ଅମୃତ ଧାରା। ଚିନ୍ତା ବଢ଼ାଉଛି ଭୂତଳ ଜଳସ୍ତର। ଗୋଟିଏ ବର୍ଷ ମଧ୍ୟରେ ସହରର ସିଦ୍ଧମହାବୀର ଓ ତୋଟା ସାହି ଅଞ୍ଚଳରେ ଜଳସ୍ତର ପାଖାପାଖି ୧ ମିଟର ତଳକୁ ଖସିଗଲାଣି। ଅନ୍ୟ ଅଞ୍ଚଳର ସ୍ଥିତି ମଧ୍ୟ ସଙ୍ଗିନ। କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଭୂତଳ ଜଳସ୍ତର ନେଇ ହୋଇଥିବା ୨୦୨୧-୨୨ର ସର୍ବେକ୍ଷଣ ରିପୋର୍ଟ ଜିଲ୍ଲା ଓ ପୌର ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି। କେବଳ ବଳଗଣ୍ଡି, ପୁଲିସ୍‌ ଲାଇନ୍‌, ଗୌଡ଼ବାଡ଼ ସାହି, ଶ୍ରୀରାମ ଟକିଜ୍‌, ଜଗନ୍ନାଥବଲ୍ଲଭ ମଠ ଓ ବେହେରା ସାହି ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ ଅଞ୍ଚଳଗୁଡ଼ିକରେ ଭୂତଳ ଜଳସ୍ତର ସଙ୍କଟଜନକ।

ହସ୍ତଗତ ତଥ୍ୟ ଅନୁସ‌ାରେ, ଜଗନ୍ନାଥ ମନ୍ଦିର ମଧ୍ୟରେ ଭୂତଳ ଜଳସ୍ତର ୨୦୧୯ ମସିହାରେ ୬.୨୬ ମିଟର ତଳେ ରହିଥିବା ବେଳେ ୨୦୨୧ ନଭେମ୍ବରରେ ଭୂତଳ ଜଳସ୍ତର ୬.୭୨ ମିଟର ତଳକୁ ଖସିଯାଇଛି। ପାଖାପାଖି ଅଧ ମିଟର ତଳକୁ ଖସିଗଲାଣି ଭୂତଳ ଜଳସ୍ତର। ସିଦ୍ଧ ମହାବୀର ଅଞ୍ଚଳରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୦ ମିଟର ତଳେ ରହିଥିବା ବେଳେ ୨୦୨୧ରେ ଏହା ୨.୩୯ ମିଟର ତଳକୁ ଖସି ଯାଇଛି। ତୋଟା ସାହିରେ ‌ଭୂତଳ ଜଳସ୍ତର ୨.୯୦ ମିଟର ତଳେ ରହିଥିବା ବେଳେ ଗୋଟିଏ ବର୍ଷରେ ଏହା ୩.୬୦ ମିଟର ତଳକୁ ଖସିଯାଇଛି। ଆଇଟିଆଇ ଛକ ଅଞ୍ଚଳରେ ୨୦୧୯ରେ ୩.୭୫ ମିଟର ତଳେ ଭୂତଳ ଜଳସ୍ତର ‌ରହିଥିବା ବେଳେ ୨୦୨୧ରେ ଏହା ୪.୨୨ ମିଟର ତଳକୁ ଖସିଯାଇଛି। ନରେନ୍ଦ୍ରକୋଣରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୧୫ ମିଟର ତଳେ ଥିବା ବେଳେ ୨୦୨୧ ମସିହାରେ ଏହା ୨.୨୯ ମିଟର ତଳକୁ ଖସିଯାଇଛି। କୁମ୍ଭାରପଡ଼ାରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୩.୧୦ ମିଟର ତଳେ ରହିଥିବା ବେଳେ ୨୦୨୧ରେ ୩.୫୪ ମିଟର ତଳକୁ ଖସିଯାଇଛି। ସର୍ବୋଦୟ ନଗରରେ ଦୁଇବର୍ଷ ବ୍ୟବଧାନରେ ଭୂତଳ ଜଳସ୍ତର ୦.୪୧ ମିଟର ତଳକୁ ଖସି ଯାଇଛି। ଗୋବର୍ଦ୍ଧନ ମଠ ଅଞ୍ଚଳରେ ଭୂତଳ ଜଳସ୍ତର ୩.୯୨ ମିଟର ତଳେ ରହିଥିବା ବେଳେ ୨୦୨୧ ନଭେମ୍ବରରେ ଏହା ୪.୩୯ ମିଟର ତଳକୁ ହ୍ରାସ ପାଇଛି।

The Telegraph

ଅନ୍ୟପକ୍ଷରେ, ପୁରୀ ସହରରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୭୩ ମିଟର ତଳେ ରହିଥିବା ବେଳେ ୨୦୨୧ ମସିହାରେ ଏହା ୨.୨୬ ମିଟର ତଳକୁ ହ୍ରାସ ପାଇଛି। ବାଲିଘାଟ ଅଞ୍ଚଳରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୦ ମିଟର ତଳେ ରହିଥିବା ବେ‌ଳେ ବର୍ଷକ ମଧ୍ୟରେ ଜଳସ୍ତର ୧.୯୦ ମିଟର ତଳକୁ ଖସିଛି। ଗ୍ରାଣ୍ଡରୋଡ୍‌ ଅଞ୍ଚଳରେ ଭୂତଳ ଜଳସ୍ତର ୩.୯୪ ମିଟର ତଳେ ରହିଥିବା ବେଳେ ବର୍ଷକ ମଧ୍ୟରେ ଏହା ୩.୯୯ ମିଟର ତଳକୁ ଖସିଛି। ଛପନଛକରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୫ ମିଟର ତଳେ ରହିଥିବା ବେଳେ ୨୦୨୧ରେ ଏହା ୧.୯୫ ମିଟର ତଳକୁ ଖସିଛି।

ଭୂତଳ ଜଳ ଉତ୍ତୋଳନ ହେଉଥିଲ ହେଁ ରିଚାର୍ଜ କରିବା ପାଇଁ କୌଣସି ଯୋଜନା ପ୍ରସ୍ତୁତ ହେଉନଥିବାରୁ ଜଳସ୍ତର ତଳକୁ ଖସିବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସହର ମଧ୍ୟରେ ୭୦୦ରୁ ଊର୍ଧ୍ବ ହୋଟେଲ୍‌ ରହିଥିଲେ ହେଁ ମାତ୍ର ୩ଟି ହୋଟେଲ୍‌ ଭୂତଳ ଜଳ ବ୍ୟବହାର କରିବାକୁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡଠାରୁ ସ୍ବୀକୃତି ପାଇଛନ୍ତି। ସେପଟେ, ମାଳମାଳ ହୋଟେଲ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରିଚାଲିଛନ୍ତି। ଭୂତଳ ଜଳସ୍ତର ଯେଉଁ ପରିମାଣରେ ଉତ୍ତୋଳନ କରାଯାଉଛି, ସେଇ ଅନୁଯାୟୀ ରିଚାର୍ଜ କରିବାର କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉ ନଥିବାରୁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି।

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।