ରାଜ୍ୟ

ଆଜି ବିଶ୍ବ ହୋମିଓପାଥି ଦିବସ: ହଜିଗଲାଣି ନିଃଶୁଳ୍କ ହୋମିଓପାଥି ଚିକିତ୍ସାଳୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ହୋମିଓପାଥି ଚିକିତ୍ସା ଉପରେ ବହୁ ବ୍ୟକ୍ତି ନିର୍ଭର କରୁଛନ୍ତି। ହୋମିଓପାଥି ଉପଚାର ଅନେକଙ୍କୁ ସୁସ୍ଥ ରଖିବାରେ ସହାୟକ ହେଉଛି। ମାତ୍ର ପୁରୀରେ ହୋମିଓପାଥି ସେବା ବ୍ୟବସ୍ଥାକୁ ପ୍ରଶାସନ ଗୌଣ କରିଦେଇଛି। ଅତୀତରେ ପୁରୀବାସୀଙ୍କୁ ନିଃଶୁଳ୍କ ହୋମିଓପାଥି ସେବା ଯୋଗାଇ ଦେବାକୁ ଲଜିଂ ହାଉସ ଫଣ୍ଡ ପକ୍ଷରୁ ଅଠରନଳାରେ ହୋମିଓପାଥି ଚିକିତ୍ସାଳୟ ସ୍ଥାପନ ହୋଇଥିଲା। କିନ୍ତୁ ପ୍ରଶାସନିକ ଆନ୍ତରିକତା ଅଭାବରୁ ସବୁଦିନ ପାଇଁ ଏହାକୁ ମାଟିରେ ମିଶାଇ ଦିଆଯାଇଛି। ସୋମବାର ବିଶ୍ବ ହୋମିଓପାଥି ଦିବସ ପାଳନ ହେବାକୁ ଯାଉଥିବା ବେଳେ ଅଠରନଳାସ୍ଥିତ ହୋମିଓପାଥି ଚିକିତ୍ସାକୁ ଏବେ ବି ଅନେକ ଝୁରି ହେଉଛନ୍ତି।

୧୯୯୬ ମସିହା ଜାନୁଆରି ପହିଲାରେ ଲଜିଂ ହାଉସ ଫଣ୍ଡ ସହଯୋଗରେ ହୋମିଓପାଥି ଡିସ୍‌ପେନ୍ସାରି ଆରମ୍ଭ ହୋଇଥିଲା। ଏହାକୁ ତତ୍କାଳୀନ ଜିଲ୍ଲାପାଳ କରୁଣାକର ପଟ୍ଟନାୟକ ଉଦଘାଟନ କରିଥିଲେ। ଶ୍ରୀ ପଟ୍ଟନାୟକ ସେତେବେଳେ ଏହାର ଅଧ୍ୟକ୍ଷ ଥିଲେ। ତତ୍କାଳୀନ ପ୍ରଶାସନିକ ଅଧିକାରୀ ଦେବେଶ କୁମାର ବିଶ୍ବାଳ ସମ୍ପାଦକ ରହିଥିଲେ। ତତ୍କାଳୀନ ଏଡିଏମ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ବିନାୟକ ଦାସମହାପାତ୍ର, ଲଲାଟେନ୍ଦୁ ଦାସ, ରାମଚନ୍ଦ୍ର ଦାସମହାପାତ୍ର, ମନୋରଂଜନ ପୁଷ୍ପାଳକ ସଦସ୍ୟ ଥିଲେ। ଚିକିତ୍ସା ସେବା ଭଲ ଚାଲୁଥିଲା। ପ୍ରତ୍ୟେକ ଦିନ ଲୋକେ ସକାଳ ଓ ସନ୍ଧ୍ୟାରେ ଚିକିତ୍ସା ସେବା ପାଇବାକୁ ଧାଡ଼ିବାନ୍ଧି ଅପେକ୍ଷା କରୁଥିଲେ। ଡ.ପ୍ରଶାନ୍ତ ପାଣି ଦୀର୍ଘଦିନ ଧରି ସେଠାରେ ଚିକିତ୍ସା ସେବା ଦେଇଥିଲେ। ମାତ୍ର ଡ.ପାଣି ଅବସର ନେବା ପରେ ଏହାର ଦୁର୍ଗତି ଆରମ୍ଭ ହେଲା। କିଛି ଡାକ୍ତର ପରବର୍ତୀ ସମୟରେ ନିଯୁକ୍ତ ହୋଇଥିଲେ, କିନ୍ତୁ ଚିକିତ୍ସାଟି ନିୟମିତ ହୋଇପାରିନଥିଲା।

ଏନେଇ ସାମାଜିକ କର୍ମୀ ପ୍ରମୋଦ ସିଂହ ବାରମ୍ବାର ସ୍ବର ଉଠାଇଥିଲେ। ଚିକିତ୍ସାଳୟ ବନ୍ଦ ହୋଇ ପଡ଼ିବାରୁ ନିୟମିତ ଡାକ୍ତର ଯୋଗାଇ ଦେବା ଦାବିରେ ସେ ଆମରଣ ଅନଶନ କରିଥିଲେ। ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଏହାକୁ ପୁନଃ ଖୋଲିବାକୁ ପ୍ରତିଶ୍ରୁତି ମିଳିଥିଲା। ସେ ‌ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଏହାକୁ କାର୍ଯ୍ୟକ୍ଷମ କରାଗଲା ନାହିଁ।

ଶ୍ରୀ ସିଂହ କହିଛନ୍ତି, ୨୦୧୧ ମସିହା ସେପ୍ଟେମ୍ବର ୨୨ ତାରିଖରେ ଲୋକପାଳଙ୍କ ନିକଟରେ ଆବେଦନ କରାଯିବା ପରେ ଲୋକପାଳ ଚିକିତ୍ସାଳୟ ଖୋଲିବାକୁ ନିର୍ଦେଶ ଦେଇଥିଲେ। ତେଣୁ ସବୁଦିନ ନହେଲେ ମଧ୍ୟ ମଙ୍ଗଳବାର ଓ ଶନିବାର ଖୋଲାଯାଉଥିଲା। ଏଥିରେ ବହୁ ଲୋକ ବିଭିନ୍ନ ରୋଗର ଉପଶମ କରାଇବା ସମ୍ଭବ ହେଉଥିଲା। କିନ୍ତୁ ଶେଷରେ ଲୋକପାଳଙ୍କ ନିର୍ଦେଶକୁ ବି ପୁରୀ ଜିଲ୍ଲା ପ୍ରଶାସନ ଅଣଦେଖା କରିଥିଲା। ଶେଷରେ ରାସ୍ତା ସଂପ୍ରସାରଣ ଆଳରେ ୨୭ ବ‌ର୍ଷର ଡିସ୍‌ପେନ୍ସାରିକୁ ମାଟିରେ ମିଶାଇଦିଆଗଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।