ରାଜ୍ୟ ସ୍ପେଶାଲ ରିପୋର୍ଟ

ତରଭୁଜ କ୍ଷେତରେ ଟ୍ରାକ୍ଟର ମଡ଼ାଇଦେଲେ ଚାଷୀ

 

ବରଗଡ଼ : ବିଗତ ଦିନରେ ଅଦିନିଆ ବର୍ଷା ଏବଂ କରକାପାତ ପରିବା ଚାଷୀଙ୍କୁ କ୍ଷତି ପହଂଚାଇଛି। ଫସଲ ନଷ୍ଟ ହେବା ସହ ବଜାରରେ କମ୍‌ ଦର ଯୋଗୁଁ ଚାଷୀ ଦୋହରା ଦୁଃଖ ପାଇଛନ୍ତି। ବିଶେଷକରି ତରଭୁଜ ଚାଷୀମାନେ କରକାମାଡ଼ ଯୋଗୁଁ ବ୍ୟାପକ କ୍ଷତି ସହିଛନ୍ତି। ଶେଷରେ ଚାଷୀ ନିଜ ୩ ଏକର ତରଭୁଜ ଚାଷ ଜମିରେ ଟ୍ରାକ୍ଟର ମଡ଼ାଇ ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଦୋପାଲି ଗାଁରେ।

ଗାଁର ଚାଷୀ କ୍ଷୀରୋଦ୍ର ମୁନା ନିଜ ୩ ଏକର ଜମିରେ ତରଭୁଜ ଚାଷ କରିଥିଲେ। ଏଥିରେ ପାଖାପାଖି ସେ ୯୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। କ୍ଷୀରୋଦ୍ର କୁହନ୍ତି, ଏଥର ଚାଷ ‌ଭଲ ହୋଇଥିଲା। ତରଭୁଜ ସ୍ବାଭାବିକ ଆକାରରେ ରହିଥିଲା। ତେବେ ବଜାରକୁ ନେବା ପୂର୍ବରୁ ଦୁଇଦିନ କରକାପାତ ସବୁ ଉଜାଡ଼ି ଦେଇଥିଲା। ଯେତିକି ତରଭୁଜ ବଳିଲା ତାକୁ ବେପାରୀ କମ୍‌ ଦାମ୍‌ରେ କିଣିବାକୁ ଲାଗିଲେ। ଏତିକିରେ କ୍ଷୀରୋଦ୍ରଙ୍କ ମୂଳ ଟଙ୍କା ବି ଆସିନଥିଲା। ଫଳରେ ସେ ବାଧ୍ୟ ହୋଇ ଟ୍ରାକ୍ଟର ମଡ଼ାଇ ନିଜ କଷ୍ଟୋପାର୍ଜିତ ତରଭୁଜ ଫସଲକୁ ନଷ୍ଟ କରି ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।