ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବେତନଟୀ ସଦର/ଅଁଳା: ଟ୍ରେନ୍ ଆସି ପହଞ୍ଚିବା ଉପରେ ଥିଲା, ହେଲେ ଗେଟ୍ ପକାଇଲେନି ଫାଟକ ଜଗୁଆଳି। ନିଶା ଖାଇ ନିଘୋଡ଼ ନିଦରେ ଶୋଇଥିଲେ। ଏପଟେ ଶତାଧିକ ଲୋକଙ୍କୁ ରେଳଧାରଣା ପାର୍ ହେଉଥିବା ଦେଖି ତୁରନ୍ତ ଟ୍ରେନ୍ ଅଟକାଇଥିଲେ ଚାଳକ (ଲୋକୋ ପାଇଲଟ୍)। ନିଜେ ଟ୍ରେନ୍ରୁ ଓହ୍ଲାଇ ସ୍ଥାନୀୟ ଲୋକଙ୍କ ସହଯୋଗରେ ଫାଟକ ପକାଇବା ପରେ ଆଗକୁ ବଢ଼ିଥିଲା ଟ୍ରେନ୍। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଯୁଗୁପୁରା ରେଳ ଫାଟକ ନିକଟରେ ଆଜି ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।

ମଙ୍ଗଳବାର ପୂର୍ବାହ୍ନ ୯ଟା ସମୟରେ ବାଙ୍ଗିରିପୋଷି-ରୂପ୍ସା ମେମୁ ଟ୍ରେନ୍ ଆସି ଯୁଗପୁରା ଷ୍ଟେସନରେ ପହଞ୍ଚିଥିଲା। କିଛି ସମୟ ପରେ ଟ୍ରେନ୍ ଷ୍ଟେସନ୍ ଛାଡ଼ିଥିଲା ଓ ପ୍ରାୟ ୨୫୦ ମିଟର ଆଗକୁ ଯାଇଥିଲେ ଯୁଗପୁରା ରେଳ ଫାଟକ ପାର୍ ହୋଇଥାନ୍ତା। ତେବେ ଫାଟକ ନିକଟତର ହେଉଥିଲେ ବି ଟ୍ରେନ୍ ଆସୁଥିବାର କୌଣସି ସିଗ୍ନାଲ୍ ନଥିବା ଓ ଫାଟକ ପଡ଼ିନଥିବା ଦେଖି ଶତାଧିକ ଲୋକ ଅନାୟାସରେ ରେଳଧାରଣା ପାର୍ ହେଉଥିଲେ। ଟ୍ରେନ୍ଟି ମାତ୍ର ୫୦ ମିଟର ଦୂରରେ ଥିବା ଦେଖି ଲୋକଙ୍କ ମଧ୍ୟରେ ଧାଁଦୌଡ଼ ଆରମ୍ଭ ହୋଇ ଯାଇଥିଲା। ତେବେ ଷ୍ଟେସନ୍ରୁ ଅଳ୍ପ ବାଟ ଆସିଥିବାରୁ ଟ୍ରେନ୍ର ବେଗ କମ୍ ଥିଲା ଓ ଚାଳକ ତୁରନ୍ତ ବ୍ରେକ୍ କଷି ଗାଡ଼ି ଅଟକାଇ ଦେଇଥିଲେ। ପରେ ନିଜେ ଟ୍ରେନ୍ରୁ ଓହ୍ଲାଇ ଫାଟକ ଜଗୁଆଳିଙ୍କ କୋଠରିକୁ ଯାଇଥିଲେ। ସେତେବେଳେ ଦାୟିତ୍ୱରେ ଥିବା କର୍ମଚାରୀ ରତ୍ନାକର ମହାନ୍ତ ନିଶାଗ୍ରସ୍ତ ଅବସ୍ଥାରେ ଶୋଇ ଘୁଙ୍ଗୁଡ଼ି ମାରୁଥିଲେ। ତାଙ୍କୁ ଡାକିଲେ ବି ସେ ଆସି ଫାଟକ ପକାଇବା ଅବସ୍ଥାରେ ନଥିଲେ। ଫଳରେ ବାଧ୍ୟ ହୋଇ ଟ୍ରେନ୍ ଚାଳକ ନିଜେ ସିଗନାଲ୍ ଦେଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଗେଟ୍ ପକାଇଥିଲେ ଓ ଟ୍ରେନ୍ ନେଇ ଗନ୍ତବ୍ୟସ୍ଥଳୀ ଅଭିମୁଖେ ଯାଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l